34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶସାଧାରଣତନ୍ତ୍ର ଦିବସ ପରେଡ୍‌-୨୦୨୨ : ଭାଗନେବେ ୨୫ ପ୍ରଜ୍ଞାପନ ମେଢ, ୧୬ ମାର୍ଚ୍ଚିଂ ଦଳ

ସାଧାରଣତନ୍ତ୍ର ଦିବସ ପରେଡ୍‌-୨୦୨୨ : ଭାଗନେବେ ୨୫ ପ୍ରଜ୍ଞାପନ ମେଢ, ୧୬ ମାର୍ଚ୍ଚିଂ ଦଳ

ନୂଆଦିଲ୍ଲୀ : ଆସନ୍ତା ୨୬ରେ ନୂଆଦିଲ୍ଲୀର ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡ୍ ଆୟୋଜିତ ହେବାକୁ ଯାଉଛି । କୋଭିଡ୍ କଟକଣାରେ ଆୟୋଜିତ ହେବାକୁ ଥିବା ଏହି ପରେଡ୍ ପାଇଁ ଦର୍ଶକଙ୍କ ସଂଖ୍ୟା ସାଙ୍ଗକୁ ଅଂଶଗ୍ରହଣକାରୀ ମାର୍ଚ୍ଚିଂ ଦଳ ଓ ପ୍ରଜ୍ଞାପନ ମେଢ ସଂଖ୍ୟାକୁ ସୀମିତ ରଖାଯାଇଛି । ଏବର୍ଷ ପରେଡ୍‌ରେ ୧୬ଟି ମାର୍ଚ୍ଚିଂ ଦଳ ସମେତ ୧୭ଟି ମିଲିଟାରୀ ବ୍ୟାଣ୍ଡ୍ ଓ ୨୫ଟି ପ୍ରଜ୍ଞାପନ ମେଢ ଭାଗନେବେ ବୋଲି ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି । ସ୍ଥଳସେନାର ୬ ମାର୍ଚ୍ଚିଂ ଦଳ ଯଥା ରାଜପୁତ ରେଜିମେଣ୍ଟ, ଆସାମ ରେଜିମେଣ୍ଟ, ଜମ୍ମୁ-କଶ୍ମୀର ଲାଇଟ୍ ଇନ୍‌ଫାଣ୍ଟ୍ରି, ଶିଖ୍ ଲାଇଟ୍ ଇନ୍‌ଫାଣ୍ଟ୍ରି, ଆର୍ମି ଅର୍ଡନାନ୍ସ କର୍ପସ ଓ ପାରାଚ୍ୟୁଟ୍ ରେଜିମେଣ୍ଟ ସାଙ୍ଗକୁ ବାୟୁସେନା ଓ ନୌସେନାର ଗୋଟିଏ ଲେଖାଏଁ ମାର୍ଚ୍ଚିଂ ଦଳକୁ ଅନୁମତି ମିଳିଛି ।

ଏହାବ୍ୟତୀତ ଅର୍ଦ୍ଧସାମରିକ ବାହିନୀର ୫ଟି ଦଳ ଯଥା ସିଆରପିଏଫ୍‌, ସିଆଇଏସ୍‌ଏଫ୍‌, ସଶସ୍ତ୍ର ସୀମା ବଳ, ଇଣ୍ଡିଆନ କୋଷ୍ଟଗାର୍ଡ ଓ ବିଏସ୍‌ଏଫ୍ ସମେତ ଦିଲ୍ଲୀ ପୁଲିସ, ଏନ୍‌ସିସି, ଏନ୍‌ଏସ୍‌ଏସ୍ ଦଳ ମଧ୍ୟ ଭାଗ ନେବାର କାର୍ଯ୍ୟକ୍ରମ ରହିଛି । ମେକାନାଇଜ୍‌ଡ କଲମ ବିଭାଗରେ ସ୍ଥଳସେନା ପକ୍ଷରୁ ପିଟି-୭୬ ଟ୍ୟାଙ୍କ୍‌, ସେଞ୍ଚୁରିୟନ ଟ୍ୟାଙ୍କ୍‌, ଏମ୍‌ବିଟି ଅର୍ଜୁନ ଟ୍ୟାଙ୍କ୍‌, ହ୍ୱାଇଜର ତୋପ, ଧନୁଷ ହ୍ୱାଇଜର ତୋପ, ପିଏମ୍‌ଏସ୍ ବ୍ରିଗେଡ ଲେୟିଙ୍ଗ୍ ସିଷ୍ଟମ ଇତ୍ୟାଦି ପ୍ରଦର୍ଶିତ ହେବ । ଆଇଟିବିପିର ଗୋଟିଏ ପୁରୁଷ ଦଳ ଓ ବିଏସ୍‌ଏଫ୍‌ର ଗୋଟିଏ ମହିଳା ଦଳ ବାଇକ୍ ଉପରେ କଳାକୌଶଳ (ଷ୍ଟଣ୍ଟ୍‌) ପ୍ରଦର୍ଶନ କରିବେ ।

ଏହାବ୍ୟତୀତ ୨ ଜଣ ପରମବୀର ଚକ୍ର ବିଜେତା ଓ ଜଣେ ଅଶୋକ ଚକ୍ର ବିଜେତାଙ୍କୁ ମଧ୍ୟ ପରେଡ୍‌ରେ ଦେଖିବାକୁ ମିଳିବ । ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାପରେ ସକାଳ ୧୦ଟାରୁ ୧୨.୩୦ ପର୍ଯ୍ୟନ୍ତ ପରେଡ୍ ଆୟୋଜିତ ହେବ । ବିଜୟ ଚୌକରୁ ଆରମ୍ଭ ହୋଇ ଏହି ପରେଡ୍ ପାରମ୍ପରିକ ରୁଟ୍ ଦେଇ ନ୍ୟାସନାଲ ଷ୍ଟାଡିୟମରେ ଶେଷ ହେବ । ଏବର୍ଷ ଦିଲ୍ଲୀ ଏରିଆ ଜିଓସି ଲେଫ୍ଟନାଣ୍ଟ ଜେନେରାଲ ବିଜୟ କୁମାର ମିଶ୍ର ପରେଡ୍‌ର ନେତୃତ୍ୱ ନେଉଥିବାବେଳେ ମେଜର ଜେନେରାଲ ଆଲୋକ କକ୍କର ସେକେଣ୍ଡ-ଇନ୍‌-କମାଣ୍ଡ୍ ନିଯୁକ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking