32.1 C
Bhubaneswar
Thursday, March 28, 2024
Homeଜୀବନଶୈଳୀତେଜ ପତ୍ରର ଫାଇଦା

ତେଜ ପତ୍ରର ଫାଇଦା

ଭୁବନେଶ୍ୱର : ଆପଣମାନେ ତ ଜାଣିଥିବେ ଭାରତୀୟମାନଙ୍କ ଘରେ ତେଜପତ୍ର ନିଶ୍ଚିନ୍ତ ରହିଥାଏ । ତେଜ ପତ୍ରକୁ ମସଲା ରୂପରେ ବ୍ୟବହାର କରାଯାଇଥାଏ । ଏହା ଛଡା ଏହାର ବ୍ୟବହାର ଆୟୁର୍ବେଦିକ ଔଷଧ ରୂପରେ ମଧ୍ୟ କରାଯାଇଥାଏ । ଖାଦ୍ୟରେ ତେଜ ପତ୍ର ପକାଇଲେ ଖାଦ୍ୟର ସୁଗନ୍ଧ ବଢିଥାଏ । । ଖାଦ୍ୟ ତିଆରି କରିବାରେ ତେଜ ପତ୍ରକୁ ପ୍ରୟୋଗ କରାଯାଏ, ଯାହାଫଳରେ ଖାଦ୍ୟର ସ୍ଵାଦ ସହ ତାର ସୁଗନ୍ଧ ବହୁତ ବଢିଯାଏ ।

ପ୍ରାଚୀନ କାଳରେ ଏହାର ପ୍ରୟୋଗରେ ଲିଭର,କିଡନି ଓ ଅନ୍ତ ର ଚିକିତ୍ସା କରା ଯାଉଥିଲା । ମହୁ ମାଛି କାମୁଡିଲେ ମଧ୍ୟ ଏହାର ବ୍ୟବହାର କରାଯାଇଥାଏ । ଏହାର ବ୍ୟବହାରରେ ଛୋଟ ବଡ ରୋଗର ନିବାରଣ ହୋଇଥାଏ । କଣ ଆପଣ ଜାଣିଛନ୍ତି ତେଜ ପତ୍ରର ଆହୁରି ଫାଇଦା ରହିଛି ।  ଏକ ସର୍ଭେରୁ ଜଣାପଡିଛି କି, ତେଜ ପତ୍ରର ବ୍ୟବହାରରେ ଆପଣଙ୍କର ଷ୍ଟ୍ରେସ ଦୂର ହୋଇପାରେ ।

ଯେପରି ଆପଣମାନେ ରିଲାକ୍ସ ହେବା ପାଇଁ ସ୍ପା ଆଦି ଉପାୟ କରିଥାନ୍ତି, ସେହିପରି ତେଜ ପତ୍ର ଦ୍ଵାରା ଆପଣ ଏହି ଆନନ୍ଦ ନିଜ ଘରେ ନେଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ।

ପ୍ରଥମେ ତେଜ ପତ୍ରକୁ ଗୋଟିଏ ବାସନରେ ଜଳାଇ ଘର ଭିତରେ ରଖିଦିଅନ୍ତୁ । ପାଖା ପାଖି ୧୫ ମିନିଟ ପର୍ଯ୍ୟନ୍ତ ଘରକୁ ବନ୍ଦ କରିଦିଅନ୍ତୁ । କିଛି ସମୟ ପରେ ଯେତେବେଳେ ଆପଣ ଘର ଖୋଲିବେ ସେତେବେଳେ ଆପଣଙ୍କୁ ଏକ ରିଲାକ୍ସିଙ୍ଗ ସୁଗନ୍ଧ ଆସିବ । ଏହାକୁ ଉପଭୋଗ କରି ଆପଣ ବହୁତ ଶାନ୍ତି ଅନୁଭବ କରିବେ ।

ତେଜ ପତ୍ରର ପ୍ରୟୋଗରେ ମସ୍ତିସ୍କ ସତେଜ ହୋଇଥାଏ । ଏହା ଦ୍ଵାର ଆପଣଙ୍କର ସ୍ମରଣ ଶକ୍ତି ଅଧିକ ହୋଇଥାଏ । ଏହାକୁ ସବୁଦିନ ଖାଦ୍ୟରେ ପ୍ରୟୋଗ କରିବା ଦରକାର । ଏହାର ସେବନରେ ବିଭିନ୍ନ ରୋଗର ସମାଧାନ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking