26.1 C
Bhubaneswar
Friday, March 29, 2024
Homeମନୋରଞ୍ଜନସମସ୍ତଙ୍କୁ କନ୍ଦେଇ ଚାଲିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ସମସ୍ତଙ୍କୁ କନ୍ଦେଇ ଚାଲିଗଲେ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ : କନ୍ଦେଇ ଚାଲିଗଲେ ସମସ୍ତଙ୍କୁ ହସାଉଥିବା ହାସ୍ୟ ଅଭିନେତା। ଆଉ ଆମ ଗହଣରେ ନାହାଁନ୍ତି ସମସ୍ତଙ୍କର ପ୍ରିୟ ରାଜୁ ଶ୍ରୀବାସ୍ତବ। ଆଜି ସକାଳ ୧୦ଟା ୩୦ ମିନିଟ୍‌ରେ ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ଏହି କମେଡି କିଙ୍ଗ୍‌ଙ୍କର ଯାତ୍ରା ଥିଲା ଖୁବ୍ କଠିନ। ପିଲାଦିନରୁ ଥିଲା କମେଡି କରିବା ନିଶା। ସ୍କୁଲରେ ନିଜର ଶିକ୍ଷକଙ୍କ ମିମିକ୍ରି କରୁଥିବା ଏହି ହାସ୍ୟ କଳାକାର ଇନ୍ଦିରା ଗାନ୍ଧିଙ୍କ ଆୱାଜକୁ ମଧ୍ୟ ନକଲ କରିପାରୁଥିଲେ। ପିଲାଦିନେ ତାଙ୍କୁ କ୍ରିକେଟ୍ କମେଣ୍ଟ୍ରି କରିବା ପାଇଁ ଡକାଯାଉଥିଲା। ଯେଉଁ ସମୟରେ ଲୋକମାନେ କେବଳ ସରକାରୀ ଚାକିରୀକୁ ରୋଜଗାରର ମାଧ୍ୟମ ଭାବୁଥିଲେ ସେହି ସମୟରେ ରାଜୁ ହାସ୍ୟ ଅଭିନେତା ହେବେ ବୋଲି ସ୍ଵପ୍ନ ଦେଖୁଥିଲେ।

କମେଡି କରିବା ରାଜୁଙ୍କ ପ୍ୟାସନ ଥିଲା। ହେଲେ ତାଙ୍କର ଏହି କାମ ପାଇଁ ରାଜୁଙ୍କ ପରିବାର ଲୋକ ଖୁବ୍ ଚିନ୍ତିତ ଥିଲେ। କାରଣ ରାଜୁଙ୍କ ପରିବାରରେ ସମସ୍ତେ ସରକାରୀ ଚାକିରିଆ ଥିଲେ। ଏହି ମଧ୍ୟରେ ରାଜୁ କମେଡି ଶୋ ବିଷୟରେ ଜାଣିବାକୁ ପାଇଲେ। ରୋଜଗାର ପାଇଁ ଏହା ଏକ ଭଲ ମାଧ୍ୟମ ହୋଇପାରିବ ବୋଲି ସେ ଅନୁଭବ କଲେ। ହେଲେ ଏଥିରେ ପରିବାରର ସହଯୋଗ ମିଳିନଥିଲା। ଏପରିକି ଫିଲ୍ମ ଇଣ୍ଡଷ୍ଟ୍ରୀରେ ମଧ୍ୟ ତାଙ୍କର କୌଣସି ଗଡ୍ ଫାଦର ନଥିଲେ। ଏଥିପାଇଁ ସେ ଫିଲ୍ମରେ କାମ କରିବା ପାଇଁ ସ୍ଵପ୍ନ ନଦେଖି ମୁମ୍ଵାଇରେ ଛୋଟ ଛୋଟ ଇଭେଣ୍ଟରେ କମେଡି ଶୋ କରିବା ଆରମ୍ଭ କଲେ।

ହେଲେ ମୁମ୍ଵାଇ ଆସିବା ପରେ ବହୁ ଦିନ ପର୍ଯ୍ୟନ୍ତ ତାଙ୍କୁ କାମ ମିଳିନଥିଲା। ଘରୁ ଯେତକି ଟଙ୍କା ମିଳୁଥିଲା ମୁମ୍ଵାଇରେ ଚଳିବା ପାଇଁ ତାହା ନିଅଣ୍ଟ ଥିଲା। ସେ ତାଙ୍କର ବନ୍ଧୁ ଏବଂ ପରିଜନଙ୍କ ଘରେ ରହୁଥିଲେ। ଅଟୋ ରିକ୍ସା ଚଳାଉଥିଲେ। ଏହି ସମୟରେ ଜନି ଲିୱରଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ପ୍ରାରମ୍ଭିକ ଦିନରେ ରାଜୁ ମାତ୍ର ୫୦ ଟଙ୍କାରେ କମେଡି କରିବା ଆରମ୍ଭ କରିଥିଲେ। ରାଜୁଙ୍କ ପ୍ରଥମ ଶୋ ଟି ଟାଇମ୍ ମନୋରଞ୍ଜନ ଥିଲା। ଏହାପରେ ରାଜୁ ବହୁ ଫିଲ୍ମରେ ଅଭିନୟ କଲେ। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ସେହି ପରିଚୟ ମିଳିନଥିଲା ଯାହା ସେ ଦିନେ ସ୍ଵପ୍ନ ଦେଖିଥିଲେ। ଏହାପରେ ଦ ଗ୍ରେଟ୍ ଇଣ୍ଡିଆନ ଲାପ୍ଟର ଚ୍ୟାଲେଞ୍ଜ୍ ରେ ସେ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଜୁ ତାଙ୍କର ମଜାକିଆ ଅନ୍ଦାଜରେ ସମସ୍ତଙ୍କର ହୃଦୟ ଜିଣିଥିଲେ। ଏହି କାର୍ଯ୍ୟକ୍ରମ ପରେ ରାଜୁ ଶ୍ରୀବାସ୍ତବ ଘରେ ଘରେ ପରିଚିତ ହୋଇଥିଲେ। ତେବେ ସେ ଏହି ଶୋରେ ବିଜେତା ହୋଇପାରିନଥିଲେ ମଧ୍ୟ ଲୋକମାନେ ତାଙ୍କୁ କିଙ୍ଗ୍ ଅଫ କମେଡିର ଟାଇଟେଲ୍ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking