38.1 C
Bhubaneswar
Tuesday, April 23, 2024
Homeବଲିଉଡହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏମ୍‌ସରେ ଭର୍ତ୍ତି

ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଏମ୍‌ସରେ ଭର୍ତ୍ତି

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ଅସୁସ୍ଥ ହେବାପରେ ତାଙ୍କୁ ସ୍ଥାନୀୟ ଏମ୍‌ସରେ ଭର୍ତ୍ତି କରାଯାଇଛି । ବୁଧବାର ସକାଳେ ରାଜୁ ଜିମ୍‌ରେ ଅଭ୍ୟାସ କରୁଥିବାବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଟ୍ରେନର ତୁରନ୍ତ ତାଙ୍କୁ ଏମ୍‌ସ ନେବାପରେ ସେଠାରେ ରାଜୁଙ୍କର ଆଞ୍ଜିଓଗ୍ରାଫି କରାଯାଇଥିଲା ।

ବର୍ତ୍ତମାନ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବାବେଳେ ରାଜୁ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରହିଛନ୍ତି । ଅଶୀ ଦଶକରେ ଟିଭି କାର୍ଯ୍ୟକ୍ରମ ‘ଦି ଗ୍ରେଟ୍ ଇଣ୍ଡିଆନ ଲାଫ୍‌ଟର ଚ୍ୟାଲେଞ୍ଜ’ ଜରିଆରେ ରାଜୁ ହାସ୍ୟ ଦୁନିଆରେ ପଦାର୍ପଣ କରିଥିଲେ । ଅପରପକ୍ଷରେ ‘ମୈନେ ପ୍ୟାର କିୟା’, ‘ବାଜିଗର’, ‘ବମ୍ବେ ଟୁ ଗୋଆ’, ‘ଆମଦାନୀ ଆଠାନି ଖର୍ଚ୍ଚା ରୂପେୟା’ ଭଳି ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ସେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି । ରାଜୁ ବର୍ତ୍ତମାନ ୟୁପି ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking