29.1 C
Bhubaneswar
Thursday, April 24, 2025
Homeଓଡିଶାଲଗାଣ ବର୍ଷାରେ ଧୋଇଗଲା କଲଭର୍ଟ : ସମସ୍ୟା ଘେରରେ ୨୦ ଗ୍ରାମବାସୀ

ଲଗାଣ ବର୍ଷାରେ ଧୋଇଗଲା କଲଭର୍ଟ : ସମସ୍ୟା ଘେରରେ ୨୦ ଗ୍ରାମବାସୀ

କନ୍ଧମାଳ : ଲଗାଣ ବର୍ଷରେ ଧୋଇଗଲା କଲଭର୍ଟ । ଏବେ ୩ ପଞ୍ଚାୟତର ୨୦ରୁ ଊର୍ଦ୍ଧ୍ୱ  ଗ୍ରାମବାସୀଙ୍କ ପାଇଁ ଯାତାୟାତରେ  ବିଭିନ୍ନ ସମସ୍ୟା ହୋଇଛି । ତୁରନ୍ତ ସମସ୍ୟାର ସାମଧାନ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ । ଏଭଳି ଦୃଶ୍ୟ ଦେଖବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ସଲାଗୁଡ଼ା ପଞ୍ଚାୟତର ସଲାଗୁଡ଼ା ଠାରୁ କାଟ୍ରାମାଲା ଦେଇ କଟ୍ରିଙ୍ଗିଆକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାର ଖେତାପାଜୁ ଗ୍ରାମ ନିକଟରେ ଥିବା ଏକ ନାଳ ଉପରେ ନିର୍ମାଣ ହୋଇଥିଲା କଲଭର୍ଟ ସଂପୂର୍ଣ୍ଣଭାବେ ଧୋଇ ହୋଇ ପଡ଼ିବା ଯୋଗୁଁ ଏବେ ଯାତାୟତରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଏହିରାସ୍ତା ଦେଇ ସଲାଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟ ଫୁଲବାଣୀ ଏବଂ ଗୋଛାପଡାଠାରୁ ଆରମ୍ଭ କରି ଫିରିଙ୍ଗିଆ ବ୍ଲକ୍ ମୁଖ୍ୟାଳୟକୁ ଯାତାୟତ ପାଇଁ ଅଞ୍ଚଳବାସୀଙ୍କର ଭରସା ରାସ୍ତା ଏବେ ସଂପୂର୍ଣ୍ଣଭାବେ ଯାତାୟତରେ ଠପ୍ ହୋଇଯାଇଛି । ଉକ୍ତ ରାସ୍ତା ଉପରେ ସଲାଗୁଡ଼ା ପଞ୍ଚାୟତର ୨ଟି ୱାର୍ଡ ସହିତ କଟ୍ରିଙ୍ଗିଆ ପଞ୍ଚାୟତର କିଲୁପଙ୍ଗା, ଗାଡିପଦର ଭଳି ଆଖ ପାଖରେ ଥିବା ୨୦ରୁ ଊର୍ଦ୍ଧ୍ୱ ଗ୍ରାମର ଅଧିବାସୀ ନିର୍ଭର କରିଥାନ୍ତି । ରାସ୍ତା ଉପରେ ଥିବା କଲଭର୍ଟ ଧୋଇହୋଇ ଯିବାରୁ ବିଶେଷକରି ଗୁରୁତର ରୋଗୀମାନଙ୍କ ପାଇଁ ବାଧକ ସାଜିଛି ।

ସେହିଭଳି ସ୍କୁଲ ଓ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କ ସମେତ ପଞ୍ଚାୟତକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ହିତାଧିକାରୀମାନେ ଏବେ ନାନା ସମସ୍ୟାରେ ପଡ଼ୁଛନ୍ତି । ଅନ୍ୟପଟେ ଉକ୍ତ ଅଞ୍ଚଳ ଏକ ଉପାନ୍ତ ଓ ମାଓ ଅଧ୍ୟୂଷିତ ଅଞ୍ଚଳ ହୋଇଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରୀ ବାସ୍ତବ ସ୍ଥିତି ଜାଣିବା ପାଇଁ ପହଞ୍ଚି ନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କଲଭର୍ଟ ଧୋଇହୋଇ ଯିବାରୁ ଅଞ୍ଚଳ ସଂପୂର୍ଣ୍ଣଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡିଛି । ତୁରନ୍ତ ସମସ୍ୟାର ସମାଧାନ ପାଇଁ  ଅଞ୍ଚଳର ରଞ୍ଜିତ କୁମାର କହଁର , ଲଙ୍କେଶ୍ୱର କହଁର, ଗୌତମ କହଁର, ସଦାନନ୍ଦ କହଁର ଓ ଅନ୍ୟମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking