27.8 C
Bhubaneswar
Friday, April 19, 2024
Homeଓଡିଶାମହିଳା କଲେଜରେ ଉତ୍ତେଜନା : ଗେଟରେ ତାଲା ପକାଇଲେ ଛାତ୍ରୀ

ମହିଳା କଲେଜରେ ଉତ୍ତେଜନା : ଗେଟରେ ତାଲା ପକାଇଲେ ଛାତ୍ରୀ

ଫୁଲବାଣୀ: ସରକାରୀ ମହିଳା କଲେଜର ଯୁକ୍ତ ୩ ପ୍ରଥମ ସେମିଷ୍ଟାର ପରୀକ୍ଷାରେ ଗୃହବିଜ୍ଞାନ ଅନର୍ସ ପରୀକ୍ଷା ଖାତା ଦେଖାରେ ତୃଟି ଥିବା ଅଭିଯୋଗ କରି ଶୁକ୍ରବାର ବହୁସଂଖ୍ୟାରେ ଛାତ୍ରୀ କଲେଜ ଗେଟରେ ତାଲା ପକାଇ ଧାରଣା ଦେଇଥିଲେ । ତୃଟିପୂର୍ଣ୍ଣ ମୂଲ୍ୟାଙ୍କନ ଯୋଗୁଁ ମୋଟ୍ ୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭ ଜଣ ଫେଲ୍ ହୋଇଛନ୍ତି । ଏପରିକି ଅଧିକାଂଶ ଛାତ୍ରୀଙ୍କ ୬୦ ମାର୍କରୁ ୧ କିମ୍ବା ୨ ମାର୍କ ଆସିଛି । ଏହାକୁ ନେଇ ଛାତ୍ରୀଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା । ପୁନଃ ଖାତା ମୂଲ୍ୟାଙ୍କନ ପାଇଁ ଛାତ୍ରୀମାନେ ଲିଖିତ ଦାବି କରିଥିଲେ ମଧ୍ୟ ଅଧ୍ୟକ୍ଷ ଏହାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ କରିଛନ୍ତି । ପରେ ପୁଲିସ ଉପସ୍ଥିତିରେ କଲେଜ ଅଧ୍ୟକ୍ଷ ଆନ୍ଦୋଳନରତ ଛାତ୍ରୀଙ୍କ ସହ ଆଲୋଚନା କରି ୫ ଦିନ ମଧ୍ୟରେ ପରୀକ୍ଷା ଖାତା ପୁନଃ ମୂଲ୍ୟାଙ୍କନ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଯଦି ୫ ଦିନ ମଧ୍ୟରେ ପରୀକ୍ଷା ଖାତା ପୁନଃ ମୂଲ୍ୟାଙ୍କନ କରାନଯାଏ ତେବେ ପୁଣି ଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଛାତ୍ରୀ ତୋପୋଇ କହଁର କହିଛନ୍ତି । ଅନ୍ୟପକ୍ଷରେ ଅଧ୍ୟକ୍ଷ ବାବାଜୀ ଚରଣ ବେହେରା କହିଛନ୍ତି ଯେ ପରୀକ୍ଷା ବିଶ୍ୱବିଦ୍ୟାଳୟ କରିଛି ଏବଂ ମୂଲ୍ୟାଙ୍କନ ମଧ୍ୟ ବିଶ୍ୱବିଦ୍ୟାଳୟ କରିଛି । କଲେଜର ଏଥିରେ କୌଣସି ଭୂମିକା ନାହିଁ । ଏନେଇ ପରୀକ୍ଷା ନିୟନ୍ତ୍ରକଙ୍କ ସହ କଥା ହୋଇ ପୁନଃ ମୂଲ୍ୟାଙ୍କନ ପାଇଁ ଅନୁରୋଧ କରିଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking