34.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗକବିତା ସଙ୍କଳନ ଉନ୍ମୋଚିତ

କବିତା ସଙ୍କଳନ ଉନ୍ମୋଚିତ

ବ୍ୟାସନଗର :ସାମ୍ପ୍ରତିକ ମହାମାରୀ କରୋନା ପରିସ୍ଥିତିରେ ସାରା ବିଶ୍ୱ ଧିମେଇ ଯାଇଥିଲା ବେଳେ କବିର ଲେଖନୀ କିନ୍ତୁ ବିରାମ ନେଇ ପାରିନି । ଭାଷା ସାହିତ୍ୟର ଉନ୍ନତି ଚିନ୍ତାରେ ସେ ମଗ୍ନ । ଓଡିଆ ଭାଷା ସାହିତ୍ୟରେ ଆଜି ଆଉ ଗୋଟେ ଫର୍ଦ୍ଦ ଯୋଡିଥିବା ବ୍ୟଙ୍ଗକାର ଶ୍ରୀ ସରୋଜ କୁମାର ଶତପଥୀ ଏବଂ କବୟିତ୍ରୀ ଶ୍ରୀମତୀ ସଂଧ୍ୟାରାଣୀ ଘଡାଇ,ଉଭୟଙ୍କର ଦୁଇ ଗୋଟି ପୁସ୍ତକ ଉନ୍ମୋଚିତ ହେବାର ସୌଭାଗ୍ୟ ଲାଭ କରିଛି । ଆଜି ପୂର୍ବାହ୍ନରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବ୍ୟାସନଗର ଠାରେ କୋଭିଡ୍ କଟକଣାକୁ ଦୃଷ୍ଟିରେ ରଖି ଏକ ନିରାଡମ୍ବର ପରିବେଶ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସନ୍ତୋଷ କୁମାର ମିଶ୍ର,କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ସୂର୍ଯ୍ୟମଣି ଖୁଣ୍ଟିଆ ,ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଦସ୍ୟା ତଥା ସୁସାହିତ୍ୟିକା ଶ୍ରୀମତୀ ସଂଯୁକ୍ତା ମହାପାତ୍ରଙ୍କ ଏବଂ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ଗୁଣନିଧି ଗୁରୁଙ୍କ ଉପସ୍ଥିତିରେ, ଶ୍ରୀ ଶତପଥୀଙ୍କ ବ୍ୟଙ୍ଗ କବିତା ସଙ୍କଳନ ‘ଚିନ୍ତା ଥେରାପି’ ଏବଂ ଶ୍ରୀମତୀ ଘଡାଇଙ୍କ କବିତା ସଙ୍କଳନ ‘ମୌସୁମୀ ଗୋ’
ଉନ୍ମୋଚିତ ହୋଇଯାଇଛି । କରୋନା କଟକଣା ହେତୁ ହାତ ଗଣତି କିଛି ସାହିତ୍ୟିକ ଏବଂ ଅଳ୍ପସଂଖ୍ୟକ ସାମ୍ବାଦିକ ବନ୍ଧୁୁ ଏଥରେ ସାମିଲ ହୋଇଥିଲେ । ଆଜିର ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଆମ ସାହିତ୍ୟ ପରିବାର,ବ୍ୟାସନଗରର ଉପଦେଷ୍ଟା ଶ୍ରୀଯୁକ୍ତ ଅକ୍ଷୟ କୁମାର ଦାଶ,ସଭାପତି ଶ୍ରୀଯୁକ୍ତ ଅଲେଖ ପ୍ରସାଦ ମହାରଣା,ସଙ୍ଗଠନ ସମ୍ପାଦକ ଶ୍ରୀଯୁକ୍ତ ସୁଜିତ କୁମାର ମଲ୍ଲିକ ଏବଂ ଅନ୍ୟାନ୍ୟ ସଭ୍ୟ ସଭ୍ୟା ମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking