35.1 C
Bhubaneswar
Tuesday, April 23, 2024
Homeଓଡିଶାଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଗରେ ତାଲା : ସନ୍ଧ୍ୟା ହେଲେ ଜମୁଛି ମଦ୍ୟପଙ୍କ ଆଡ୍ଡା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଆଗରେ ତାଲା : ସନ୍ଧ୍ୟା ହେଲେ ଜମୁଛି ମଦ୍ୟପଙ୍କ ଆଡ୍ଡା

ଆଳିପିଙ୍ଗଳ : ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଫାଟକ ନିର୍ମାଣ ହୋଇଥିବା ସ୍ଥଳେ ପଛ ପଟରେ ସମ୍ପୂର୍ଣ୍ଣ ମେଲା ରହିଛି । ଫଳରେ ଦୈନିକ ସନ୍ଧ୍ୟାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟୁଛି । ତେବେ ଖୋଦ୍ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ଯଦି ମଦ୍ୟପଙ୍କ ଆଡାସ୍ଥଳୀ ପାଲଟୁଛି, ତେବେ ଜିଲ୍ଲାପାଳ ଜିଲ୍ଲାରେ ମଦ୍ୟପମାନଙ୍କୁ ରୋକିବା ଦିଗରେ କିଭଳି ଭାବେ ପଦକ୍ଷେପ ନେଉଥିବେ ତାହା ସହଜରେ ଅନୁମେୟ ।
ଅପରପକ୍ଷେ ଦୀର୍ଘଦିନ ହେଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ୪ଜଣ ବ୍ୟକ୍ତି କ୍ୟାବିନ୍ ପକାଇ ନିଜ ପରିବାର ଭରଣପୋଷଣ କରୁଥିବାବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ସମ୍ପୃକ୍ତ ଜିଲ୍ଲାପାଳ ଉଠାଇଦେଇଥିବା ସ୍ଥଳେ ଅନ୍ୟ ଜଣେ ବ୍ୟବସାୟୀଙ୍କୁ ଉଠାଇ ନଥିବା ଅଭିଯୋଗ ହୋଇଛି । କେଉଁ ନିୟମ ବଳରେ ଜିଲ୍ଲାପାଳ ୩ଟି ବ୍ୟବସାୟୀଙ୍କ ଜୀବିକା ମାରି ଅନ୍ୟଜଣେ ବ୍ୟବସାୟୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ପ୍ରୋତ୍ସାନ ଦେଇଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପାଣିସାଳିଆ ଡ୍ରେନଟି ଅଳିଆ ଗଦାରେ ଭର୍ତ୍ତି ହୋଇ ପରିବେଶ ଦୂଷିତ କରୁଥିବା ବେଳେ ଏଥ୍ରପ୍ରତି ଜିଲ୍ଲାପାଳଙ୍କ ନିଘା ନଥିବା ଅଭିଯୋଗ ହୋଇଛି । ଦୈନଦିନ ଏହି ରାସ୍ତା ଦେଇ ଜିଲ୍ଲାପାଳ ନିଜ ଆବାସିକ କାର୍ଯ୍ୟାଳୟରୁ ନିଜ କାର୍ଯ୍ୟାଳୟକୁ ଯାତାୟାତ କରୁଥିବା ବେଳେ ଡ୍ରେନର ଦୂରବସ୍ଥା ପ୍ରତି ଜିଲ୍ଲାପାଳଙ୍କ ନଜର ନପଡ଼ିବାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜିଲ୍ଲାପାଳ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking