37.1 C
Bhubaneswar
Thursday, March 28, 2024
Homeଅପରାଧକଲେଜ ଛାତ୍ରୀଙ୍କୁ ଛାଡ଼ିଦେବା ବାହାନାରେ ରାସ୍ତାରେ....

କଲେଜ ଛାତ୍ରୀଙ୍କୁ ଛାଡ଼ିଦେବା ବାହାନାରେ ରାସ୍ତାରେ….

ଭୋପାଳ : ଜଣେ ୨୬ ବର୍ଷୀୟ ନର୍ସିଂ ଛାତ୍ରୀଙ୍କ ସହିତ ସେହି କଲେଜର ଜଣେ ପୁରୁଷ ବନ୍ଧୁ ଦୁଷ୍କର୍ମ କରିବା ପରି ମାମଲା ସାମ୍ନାକୁ ଆସିଛି । ଅଭିଯୁକ୍ତ ପୀଡିତାଙ୍କ ଖାଦ୍ୟରେ ନିଶା ପଦାର୍ଥ ମିଶାଇ ଯୁବତୀଙ୍କୁ ଦୁଷ୍କର୍ମ କରିଛି । କେବଳ ଏତିକି ନୁହେଁ ପୀଡିତା କହିଛନ୍ତି, ଅଭିଯୁକ୍ତ ପୂରା ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛି । ଭିଡିଓ ଜରିଆରେ ତାଙ୍କୁ ବ୍ଲାକମେଲ୍ କରିବାକୁ ଧମକ ଦେଉଛି । ଏଭଳି ସାଂଘାତିକ ଅଭିଯୋଗ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ନିଶାତପୁରା ଅଞ୍ଚଳରୁ ଆସିଛି । ସୂଚନା ଅନୁଯାୟୀ, ଅଗଷ୍ଟ ୧୪ରେ ଅଭିଯୁକ୍ତ ଗୋବିନ୍ଦ ଅହିରବାର ଯୁବତୀଙ୍କୁ କଲେଜରୁ ଘରେ ଛାଡି ଦେବା କହି ଲିଫ୍ଟ ଦେଇଥିଲେ । ହେଲେ ରାସ୍ତାରେ ସେ କିଛି ଟିଫିନ କିଣି ସେଥିରେ ନିଶା ପଦାର୍ଥ ମିଶାଇ ଦେଲେ । ଖାଇବା ପରେ ଯୁବତୀ ଜଣଙ୍କ ଅଚେତ୍ ହୋଇଯିବାରୁ ଅଭିଯୁକ୍ତ ନିଜ ଭଡା ଘରକୁ ନେଇ ଆସିଥିଲା । ସେଠାରେ ସେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲା । ଅଭିଯୁକ୍ତ ଯୁବତୀଙ୍କୁ ବ୍ଲାକମେଲ୍ କରିବା ପାଇଁ ଘଟଣାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଥିଲା । ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, ଅଭିଯୁକ୍ତ କଲେଜରୁ ବାହାରିବା ପରେ ଯୁବତୀଙ୍କୁ ଘରେ ଛାଡି ଦେବ ବୋଲି କହିଥିଲା । ରାସ୍ତାରେ ଗାଡ଼ି ଅଟକାଇ କିଛି ଖାଇବା ଜିନିଷ କିଣିଲା ଏବଂ ସେଥିରେ ନିଶା ଦ୍ରବ୍ୟ ମିଶାଇ ଦେଲା । ଯୁବତୀ ଏହାର ଟେର ମଧ୍ୟ ପାଇ ପାରିଲେ ନାହିଁ । ବେହୋସ ହେବା ପରେ ଯୁବକ ନିଜର ଫାଇଦା ଉଠାଇବା ପାଇଁ ରହୁଥିବା ଭଡା ଘରକୁ ଯୁବତୀଙ୍କୁ ନେଇ ଆସିଥିଲା । ସେଠାରେ ବଳାତ୍କାର କରି ଘଟଣାର ଭିଡିଓ ପ୍ରସ୍ତୁତ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking