29.1 C
Bhubaneswar
Friday, April 26, 2024
Homeଓଡିଶାଫୁୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତଲହରୀ, ଦିନକରେ ତାପମାତ୍ରା ୬ ଡିଗ୍ରୀ କମିଲା

ଫୁୁଲବାଣୀ ଓ ଦାରିଙ୍ଗବାଡ଼ିରେ ଶୀତଲହରୀ, ଦିନକରେ ତାପମାତ୍ରା ୬ ଡିଗ୍ରୀ କମିଲା

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଗତ ୩ ଦିନ ହେଲା ହଠାତ୍‍ ଶୀତର ପ୍ରକୋପ ବୃଦ୍ଧି ପାଇଛି। ଦିନକରେ ତାପମାତ୍ରା ୬ ଡିଗ୍ରୀ ହ୍ରାସ ପାଇବା ସହିତ ଶୀତ ଅନୁଭୂତ ହେବା ଆରମ୍ଭ ହୋଇଛି। ଆଜି ଫୁଲବାଣୀ ଓ ଦାରିଙ୍ଗବାଡ଼ିର ସର୍ବନିମ୍ନ ତାପମାତ୍ରା ୧୦.୫ ଡିଗ୍ରୀରେ ପହଞ୍ଚିଛି। ଶନିବାର ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ସେଲସିୟସ ଥିବା ବେଳେ ରବିବାର ତାହା ୧୦.୫ ଡିଗ୍ରୀରେ ପହଞ୍ଚିଛି। ପୂର୍ବରୁ ଶୁକ୍ରବାରର ତାପମାତ୍ରା ୧୭.୫ ଡିଗ୍ରୀ ରହିଥିଲା। ସେହିଭଳି ଗତ ୨ ଦିନ ହେଲା ଦାରିଙ୍ଗବାଡ଼ିରେ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସ ରହୁଥିବା ବେଳେ ରବିବାର ତାହା ଖସିଆସି ୧୦.୫ ଡିଗ୍ରୀରେ ପହଞ୍ଚିଛି। ଆଜି ଫୁଲବାଣୀ , ଦାରିଙ୍ଗବାଡ଼ି , ବେଲଘର ସମେତ ବିଭିନ୍ନ ଅଞ୍ଚଳରେ ଆକାଶରେ ସକାଳୁ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। କୁହୁଡ଼ି ସହିତ ଶୀତର ପ୍ରକୋପ ଆରମ୍ଭ ହୋଇଯାଇଥିବାରୁ ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବା ଅନୁମାନ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking