29.1 C
Bhubaneswar
Thursday, April 25, 2024
Homeଓଡିଶାଘରେ ଭୋଜି କରି ତଣ୍ଡ ଗଣିଲେ ସିଏମସି କର୍ମଚାରୀ

ଘରେ ଭୋଜି କରି ତଣ୍ଡ ଗଣିଲେ ସିଏମସି କର୍ମଚାରୀ

କଟକ : କରୋନା ଦ୍ୱିତୀୟ ଲହର ଚାଲିଥିବା ବେଳେ କୋଭିଡ଼ – ୧୯ ଗାଇଡ଼ ଲାଇନ ପାଳନ ଉପରେ ଗୁରୁତ୍ୱ ଦିଆଯାଉଛି । ଭୋଜି ଭାତକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ତେବେ ଜଣେକ ସିଏମସି କର୍ମଚାରୀ ତାଙ୍କ ଘରେ ସାଙ୍ଗ ସାଥିଙ୍କୁ ନେଇ ଭୋଜି କରିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ପୁଲିସ ଚଢାଉ କରି ଆଦାୟ କରିଛି ଜୋରିମାନା ।  ସୂଚନା ଅନୁଯାୟୀ,  ବିଡାନାସୀ ଥାନା ଅନ୍ତର୍ଗତ ନଳିନୀ ମଣ୍ଡପ ଗଡା ନିକଟରେ କଟକ ମହାନଗର କର୍ମଚାରୀ  ପ୍ରମୋଦ ମଙ୍ଗଲ ରହୁଛନ୍ତି ।  ଗତ କାଲି ତାଙ୍କ  ଘରେ ପରିବାର ସଦସ୍ୟ କେହି ନଥିଲେ । ଏହି  ସୁଯୋଗରେ ପ୍ରମୋଦ ସାଙ୍ଗସାଥୀଙ୍କୁ ନେଇ ଭୋଜି ଭାତର ଆୟୋଜନ କରିଥିଲେ । ସନ୍ଧ୍ୟା ବେଳେ ପ୍ରାୟ ୧୫ରୁ ୨୦ ଜଣ ସାଙ୍ଗ ଓ ସହକର୍ମୀଙ୍କୁ ଏକାଠି କରାଇ ଘରେ ଭୋଜିଭାତ  କରିଥିଲେ ।

ସମସ୍ତେ ଖାଇ ପିଇ ନାଚଗୀତରେ ସମସ୍ତେ ମାତାଲ ହୋଇଥିଲେ ।  ରାତିରେ  ଏ ସଂପର୍କରେ  ବିଡାନାସୀ ପୁଲିସ ନିକଟରେ ଖବର ପହଞ୍ଚିଥିଲା ।  ପୁଲିସ ତତକ୍ଷଣାତ ଚଢଉ କରିଥିଲା । ଏତିକିବେଳେ ଘର ଭିତରେ ଏକାଧିକ ବ୍ୟକ୍ତି ନାଚ ଗୀତର ମସଗୁଲ ରହିଥିବା  ଦେଖିବାକୁ ମିଳିଥିଲା ।  ଘରେ ରନ୍ଧା ଖାଦ୍ୟ ସହ ମଦ ବୋତଲ ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଥିଲା ।  ପୁଲିସକୁ ଦେଖି କେତେକ ଫେରାର ହୋଇଯାଇଥିବା  ବେଳେ ଅନ୍ୟମାନଙ୍କୁ ପୁଲିସ ତାଦିଗ କରିଥିଲା । କୋଭିଡ ନିୟମ ଉଲ୍ଲଘଂନ କରିଥିବାରୁ ପୁଲିସ ପ୍ରମୋଦଙ୍କ ଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରିଛି । ମାତ୍ର କରୋନା ମୁକାବିଲାରେ କଟକ ମହାନଗର ନିଗମ କର୍ମଚାରୀ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ନିଜେ ନିୟମ ଭଙ୍ଗ କରିଥିବା ଘଟଣା ଆଜି ଦିନ ଭରି ସହରବାସୀଙ୍କ ମଧ୍ୟରେ ଆଲୋଚିତ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking