କଟକରେ ୪୬.୩୯ ପ୍ରତିଶତ ଆଣ୍ଟିବଡି

କଟକ: କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ରହିଛି । ଆରଏମଆରସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି । ସେରୋ ସର୍ଭେ ନେଇ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ପ୍ରଦାନ କରିଛନ୍ତି । କଟକ ସହରରେ ମୋଟ ୨୨୭୪ ଜଣଙ୍କ ଠାରୁ ସାମ୍ପଲ ନିଆଯାଇଥିଲା । ୨୫ଟି ଓାର୍ଡରୁ ୧୬୩୪, ସମ୍ବେଦନଶୀଳ ଗୋଷ୍ଠୀରୁ ୬୪୦ ସାମ୍ପଲ ନିଆଯାଇଥିଲା । ୨୫ଟି ଓାର୍ଡରୁ ସଂଗୃହୀତ ସାମ୍ପଲରୁ ୪୧.୦୮ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସମ୍ବେଦନଶୀଳ ଗୋଷ୍ଟୀରୁ ସଂଗୃହୀତ ସାମ୍ପଲରୁ ୫୬.୪ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ୧୬ ନମ୍ବର ଓାର୍ଡରୁ ସର୍ବନିମ୍ନ ୨୨ ପ୍ରତିଶତ, ୪୭ ନମ୍ବର ଓାର୍ଡରୁ ସର୍ବାଧିକ ୬୭ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି । ସେହିପରି ଅଳ୍ପ ବୟସ୍କଙ୍କ ଭିତରେ ଆଣ୍ଟିବଡି ବେଶି ବିକଶିତ ହୋଇଥିବା ନିର୍ଦ୍ଦେଶିକା କହିଛନ୍ତି ।

LEAVE A REPLY

Please enter your comment!
Please enter your name here