29.1 C
Bhubaneswar
Thursday, April 25, 2024
Homeଓଡିଶାମା’ସମଲେଶ୍ୱରୀଙ୍କ ଦର୍ଶନ କଲେ : ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ 

ମା’ସମଲେଶ୍ୱରୀଙ୍କ ଦର୍ଶନ କଲେ : ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କଲେ ମୁଖ୍ୟମନ୍ତ୍ରୀ 

ସମ୍ବଲପୁର : ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମା’ସମଲେଶ୍ୱରୀଙ୍କ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଉନ୍ନୟନ ଏବଂ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା କରାଯିବ । ଖୁବ ଶୀଘ୍ର ଏକ ବିଶେଷଜ୍ଞ ଦଳ ସମଲେଇଗୁଡି (ମନ୍ଦିର) ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ପ୍ରସ୍ତାବ ଏବଂ ଆବଶ୍ୟକ ଅର୍ଥ ବାବଦରେ ରିପୋର୍ଟ ପ୍ରଦାନ କରିବା ପରେ ତାହା ଉପରେ ରାଜ୍ୟ ସରକାର ପଦକ୍ଷେପ ନେବେ । ସେହିପରି ହୀରାକୁଦ ଡ୍ୟାମ ଓ ଏହାର ପାରିପାଶ୍ୱିର୍କ ଅଞ୍ଚଳ ଅନ୍ତର୍ଜାତୀୟ ପର୍ଯ୍ୟଟନର କ୍ଷମତା ରଖିଥିବାରୁ ଏହାକୁ ମଧ୍ୟ ପର୍ଯ୍ୟଟନ ଦୃଷ୍ଟିରୁ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦ୍ୱିପ୍ରହରରେ ସଂକ୍ଷିପ୍ତ ସମ୍ବଲପୁର ଗସ୍ତରେ ଆସି ମା’ ସମଲେଇଙ୍କ ପୂଜାର୍ଚ୍ଚନା କରିବା ପରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହା କହିଛନ୍ତି । ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ସେ ମା’ଙ୍କଠାରେ ପ୍ରାର୍ଥନା କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏକ ବିମାନରେ ଜମାଦାରପାଲି ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ହେଲିକାପ୍ଟର ଯୋଗେ ବରଗଡ଼ ଯାଇ ସେଠାରୁ ସମ୍ବଲପୁର ମନ୍ଦଲିଆପଡା ଦେଇ ମହାତ୍ମାଗାନ୍ଧୀ ମାର୍ଗରେ ସିଧା ସମଲେଇଗୁଡିକୁ ଆସିଥିଲେ । ମନ୍ଦିର ପରିସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲାର ୪ଜଣ ଯାକ ବିଧାୟକ ସରକାରୀ ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ(ରେଢାଖୋଲ), ଜୟ ନାରାୟଣ ମିଶ୍ର(ସମ୍ବଲପୁର), କିଶୋର ଚନ୍ଦ୍ର ନାୟକ (କୁଚିଣ୍ଡା) ଏବଂ ନାଉରୀ ଚନ୍ଦ୍ର ନାୟକ (ରେଙ୍ଗାଲି) , ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ଶ୍ରୀ ଶ୍ରୀ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ କୁମାର ବାବୁ, ଟ୍ରଷ୍ଟ ସଭ୍ୟ ପ୍ରଫୁଲ୍ଲ ହୋତା ଓ ହେମନ୍ତ ମିଶ୍ର ପ୍ରମୁଖଙ୍କ ସମେତ ଉଭୟ ବିଜେଡି ଓ ବିଜେପିର ବହୁ ସଂଖ୍ୟାରେ କର୍ମୀ ତଥା ପ୍ରଶାସନିକ ଅଧିକାରୀମାନେ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମନ୍ଦିରକୁ ଯାଇ ଗମ୍ଭୀରା ବାହାରେ ଛିଡ଼ା ହୋଇ ମା’ଙ୍କ ଦର୍ଶନ କରିବା ସହ ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ । ଗମ୍ଭୀରାରେ ପୂଜକ ଅକ୍ଷୟ ରାୟ ଓ ଦକ୍ଷ ରାୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଦେବୀଙ୍କ ଅର୍ଚ୍ଚନା କରିଥିଲେ । ମନ୍ଦିରରୁ ବାହାରି ପ୍ରତୀକ୍ଷାରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ଫେରିଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମଲେଇଗୁଡିକର ପାରିପାଶ୍ୱିର୍କ ଉନ୍ନତି ଓ ଶ୍ରଦ୍ଧାଳୁଙ୍କ ପାଇଁ ବିବିଧ ସୁବିଧା ସୃଷ୍ଟିକୁ ନେଇ ସାଧାରଣରେ ବହୁ ଆଶା ସଂଚାର କରିଛି ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking