26.7 C
Bhubaneswar
Friday, April 19, 2024
Homeଓଡିଶା ଡ଼ଃ ଶିତିକଣ୍ଠ ଦାଶଙ୍କର ମୁଖ୍ୟମନ୍ତ୍ରୀ କରୋନା ପାଣ୍ଠିକୁ 11 ଲକ୍ଷ 43 ହଜାର ଟଙ୍କା ପ୍ରଦାନ 

 ଡ଼ଃ ଶିତିକଣ୍ଠ ଦାଶଙ୍କର ମୁଖ୍ୟମନ୍ତ୍ରୀ କରୋନା ପାଣ୍ଠିକୁ 11 ଲକ୍ଷ 43 ହଜାର ଟଙ୍କା ପ୍ରଦାନ 

ଭୁବନେଶ୍ୱର — ଆମେରିକାରେ ଅବସ୍ଥାପିତବିଶିଷ୍ଟ ଓଡ଼ିଆ ଉଦ୍ୟୋଗପତି ଓ ଜନହିତୈସି ତଥାବାୟୋଟେକ ବୈଜ୍ଞାନିକ ଡ଼ଃ ଶିତିକଣ୍ଠ ଦାଶ  କରୋନା  ଭୁତାଣୁର ମୁକାବିଲା ପାଇଁ ରାଜ୍ୟମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ  କୋଭିଟ -19 ରିଲିଫ ପାଣ୍ଠି କୁ 15000 ଆମେରିକୀୟ ଡଲାର  ଅର୍ଥାତ ଏଗାର ଲକ୍ଷ ତେୟାଳିଶି ହଜାର ଟଙ୍କାଅନୁଦାନ ରାଶି ପ୍ରଦାନ କରିଛନ୍ତି | ମିନେସଟାରାଜ୍ୟର ମିନିଆପଲିସି ଠାରେ ଔଷଧ ତିଆରିକାରଖାନା ୟୁ .ଏ .ଏସ ଲାବୋରେଟରୀରପ୍ରତିଷ୍ଠାତା ଡ଼ଃ ଦାଶ  ସାରା ବିଶ୍ୱରେ କରୋନାମହାମାରୀଦ୍ୱାରା ସୃଷ୍ଟି ହୋଇଥିବା ଆତଙ୍କପରିପ୍ରେକ୍ଷୀରେ ତାଙ୍କର ମାତୃପ୍ରଦେଶ ଓଡିଶାସରକାର ଏହାର ପ୍ରତିଷେଧକ ପାଇଁ ଗ୍ରହଣକରିଥିବା ଶକ୍ତ ପଦକ୍ଷେପ ଗୁଡିକୁ ସ୍ୱାଗତ କରିଛନ୍ତି | ତାଙ୍କର ଏହି ଯତକିଂଚିତ ଦାନ କରୋନାରନିରାକରଣ ଦିଗରେ ରାଜ୍ୟ ପ୍ରଶାସନ  ପାଇଁସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି|
  ଓଡିଶା ସୋସାଇଟି ଅଫ ଆମେରିକାର ପୂର୍ବତନସଭାପତି ଡ଼ଃ ଦାଶ ରାଜ୍ୟର ଏହି ବିପଦ ବେଳରେତାଙ୍କ ଭଳି ବିଦେଶରେ ବସବାସ  କରୁଥିବା  ପ୍ରବାସୀ  ଓଡ଼ିଆ ମାନେ ମୁକ୍ତ ହସ୍ତରେ ସାହାଯ୍ୟପ୍ରଦାନ କରିବାକୁ ନିବେଦନ କରିଛନ୍ତି | ଵିୟୋଟେକବିଭାଗର ଜଣେ ବିଖ୍ୟାତ ବୈଜ୍ଞାନିକ ଭାବେଆନ୍ତର୍ଜାତିକ ସ୍ତରରେ ସୁପରିଚିତ ଡ଼ଃ ଦାଶଙ୍କରପ୍ରୋବାୟୋଟଟିକ କ୍ଷେତ୍ରରେ ବହୁ ଉଦ୍ଭାବନ ରହିଛି|  ବିଶ୍ୱର ଅଗ୍ରଣୀ ଦାତବ୍ୟ ଅନୁଷ୍ଠାନ ଡ଼ଃ ଦାଶଫାଉଣ୍ଡେସନର ପ୍ରତିଷ୍ଠାତା ଅଧକ୍ଷ ଡ଼ଃ ଶିତିକଣ୍ଠଦାଶ  ଭୁବବେଶ୍ୱର ସ୍ଥିତ ଆଇ. ଆଇ. ଟି. ଠାରେଏକ ଇନୋଭେସନ ସେଣ୍ଟର ପ୍ରତିଷ୍ଠା କରିବା ସହିତଏହାକୁ  ପରିଚାଳନା ମଧ୍ୟ କରୁଛନ୍ତି | ତାଙ୍କରକବୟିତ୍ରୀ ପତ୍ନୀ କଳ୍ପନା ଦଶ ଓ ପରବାର ସହିତଆମେରିକାର ଏଡିନା ସହରରେ ବସବାସ କରୁଥିବା, ଡ଼ଃ ଦାଶ ସେଠାରେ ସବୁଠୁ ବଡ ହିନ୍ଦୁ ମନ୍ଦିରନିର୍ମାଣ କରିଛନ୍ତି | କଟକ ଜିଲ୍ଲାର ସାଲେପୁରଅନ୍ତର୍ଗତ ଟୁନପୁର ନିବାସୀ  ଡ଼ଃ ଦାଶ ନିଜ ଗ୍ରାମରେଜଗନ୍ନାଥ , ଦୁର୍ଗା , ଗଣେଶ ମନ୍ଦିର ପ୍ରତିଷ୍ଠା କରିବାସାଙ୍ଗକୁ ଭେଡା ସମେତ ରାଜ୍ୟର ଛଅ  ଗୋଟିହାଇସ୍କୁଲ ପରିଚାଳନା ,ଉଦୟଗିରିଠାରେ ମହିଳାପଲିଟେକ୍ନିକ  ଏବଂ ବିଜୟା , ବସୁନ୍ଧରା ଓ ଆଦୃତଭଳି ତିନୋଟି ଅନାଥାଶ୍ରମ ସ୍ଥାପନରେ ସହାୟତାପ୍ରଦାନ କରିଛନ୍ତି | ଜଗନ୍ନାଥ ଧର୍ମର ଜଣେ ପରମପ୍ରୋତ୍ସାହକ , ଡ଼ଃ ଦଶ ଦୀର୍ଘ ପଚାଶ  ବର୍ଷ ଧରିଆମେରିକାରେ ଓଡ଼ିଶାର କଳା , ସଂସ୍କୃତି , ଐତିହ୍ୟ  , ପରମ୍ପରା , ଭାଷା ,ସାହିତ୍ୟ , ପରିପାଟି, ପର୍ଯ୍ୟଟନ  ଓ ବ୍ୟଞ୍ଜନର ପ୍ରସାର ଓ ପ୍ରଚାର ତଥାଏହାକୁ ଲୋକପ୍ରିୟ  କରିବାରେ ଉଲେଖଯୋଗ୍ୟଯୋଗଦାନ  ପ୍ରଦାନ  କରି ଆସୁଛନ୍ତି |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking