39.1 C
Bhubaneswar
Tuesday, April 23, 2024
Homeଓଡିଶାନବୀନ ସବୁଠୁ ଧନୀ, ହେଲେ ସୁଝି ପାରୁନାହାନ୍ତି ଋଣ

ନବୀନ ସବୁଠୁ ଧନୀ, ହେଲେ ସୁଝି ପାରୁନାହାନ୍ତି ଋଣ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କ ସମ୍ପତ୍ତି ତାଲିକା ପ୍ରକାଶ ପାଇଛି । ଏହି ସମ୍ପତ୍ତି ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବପରି ସବୁଠୁ ଧନୀ ବ୍ୟକ୍ତି ଭାବେ ସ୍ଥାନ ବଜାୟ ରଖିଛନ୍ତି । ହେଲେ ତାଙ୍କ ପାଖରେ ଅର୍ଥର ଅଭାବ । ଆଣିଥିବା ଋଣ ଅର୍ଥ ପରିଶୋଧ କରିପାରୁ ନାହାନ୍ତି । ବର୍ଷ ପରେ ବର୍ଷ ବିତିଚାଲିଥିଲେ ବି ସେ ଋଣ ସୁଝି ପାରିବାକୁ ସମର୍ଥ ହୋଇପାରିନାହାନ୍ତି । ରାଜ୍ୟ ସୂଚନା ପ୍ରଯୁକ୍ତି ବିଦ୍ୟା ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ସବୁଠାରୁ ଗରିବ ମନ୍ତ୍ରୀ ।
ପ୍ରକାଶିତ ତାଲିକାରେ ଦର୍ଶାଯାଇଛି ଯେ, ପୂର୍ବବର୍ଷ ତୁଳନାରେ ନବୀନଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୧୫ କୋଟି ଟଙ୍କାକୁ ବଢିଛି । ୨୦୧୮ ମାର୍ଚ୍ଚରୁ ୨୦୧୯ ମାର୍ଚ୍ଚ ଏହି ବର୍ଷକ ମଧ୍ୟରେ ତାଙ୍କ ସମ୍ପତ୍ତି ବଢିଛି । ୨୦୧୮ରେ ତାଙ୍କ ସମ୍ପତ୍ତି ପରିମାଣ ୪୯କୋଟି ୨୪ଲକ୍ଷ ଥିବାବେଳେ ୨୦୧୯ ମାର୍ଚ୍ଚ ସୁଦ୍ଧା ଏହା ୬୩ କୋଟି ୬୪ଲକ୍ଷକୁ ବୃଦ୍ଧି ପାଇଛି । ଦିଲ୍ଲୀର ଫରିଦାବାଦ ନିକଟରେ ଥିବା ଫାର୍ମ ହାଉସ , ଏ ପି ଜେ ଅବଦୁଲ କାଲାମ ରୋଡରେ ଥିବା ପୈତୃକ ଗୃହର ଅଂଶଧନକୁ ତାଙ୍କ ସମ୍ପତ୍ତି ତାଲିକାରେ ସେ ମିଶାଇଛନ୍ତି । ହିଞ୍ଜିଳିକାଟୁ ଓ ପଦ୍ମପୁରରେ ଥିବା ଏସବିଆଇ ଶାଖାରେ ୨ଟି ଆକାଉଣ୍ଟ ରହିଛି । ସେଥିରେ ୪୦ଲକ୍ଷ ଟଙ୍କା ଜମା ରହିଛି । ବହୁବର୍ଷ ହେଲେ ୧୯୮୦ ମଡେଲର ଏକ ଆମ୍ବାସାଡାର କାର ଏବଂ ୨ଲକ୍ଷ ଟଙ୍କାର ଜୁଏଲାରୀ ତାଙ୍କ ନିକଟରେ ଅଛି । ୨୦୧୫ ମାର୍ଚ୍ଚରେ ନବୀନ ତାଙ୍କ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଠାରୁ ଧାର ସୂତ୍ରରେ ୧୫ଲକ୍ଷ ଟଙ୍କା ଆଣିଥିଲେ । ୨୦୨୦ ମାର୍ଚ୍ଚ ହେବାକୁ ଯାଉଥିଲେ ମଧ୍ୟ ସେ ଏ ପର୍ଯ୍ୟନ୍ତ ଏହି ଅର୍ଥ ପରିଶୋଧ କରିପାରିନାହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ପରେ ମନ୍ତ୍ରୀମଣ୍ଡଳର ଦ୍ୱିତୀୟ ଧନୀ ବ୍ୟକ୍ତି ହେଉଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । କେବଳ ସେ ଧନୀ ନୁହନ୍ତି ୨ଟି ରିଭଲ୍‌ଭଲ ଓ ୧ଟି ରାଇଫଲ୍ ରଖିଛନ୍ତି । ତାଙ୍କ ଓ ତାଙ୍କ ପରିବାର ପାଖରେ ନଗଦ ୩୨ଲକ୍ଷ ଟଙ୍କା ,୧କୋଟି ଟଙ୍କାର ବ୍ୟାଙ୍କ୍ ଡିପୋଜିଟ୍ ଓ ୨ କୋଟି ଟଙ୍କାରୁ ଅଧିକ ଫିକ୍ସ୍ ଡିପୋଜିଟ୍ ଅଛି । ଏହି ଅର୍ଥ ପତ୍ନୀ, ପୁଅ ଓ ଝିଅଙ୍କ ପାଖରେ ଅଛି ।
ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଓ ତାଙ୍କ ପରିବାରଙ୍କ ପାଖରେ ପ୍ରାୟ ୧୦ କୋଟି ଟଙ୍କାର ସମ୍ପତ୍ତି ଅଛି । ତାଙ୍କ ସମ୍ପତ୍ତି ପରିମାଣ ୪ କୋଟି ୫୪ ଲକ୍ଷ ଟଙ୍କା ବୃଦ୍ଧି ପାଇଛି । ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମ୍ପତ୍ତି ପରିମାଣ ୪୨ ଲକ୍ଷ ଟଙ୍କା । ବର୍ଷକ ମଧ୍ୟରେ ତାଙ୍କର ସମ୍ପତ୍ତି ପରିମାଣ ୨ଲକ୍ଷଜ ୨୦ହଜାର ଟଙ୍କା ବଢିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ସମ୍ପତ୍ତି ୩୫ଲକ୍ଷ ଟଙ୍କା ବଢିଛି । ତାଙ୍କ ମୋଟ ସମ୍ପତ୍ତି ପରିମାଣ ୩କୋଟି ୯୨ଲକ୍ଷରେ ପହଞ୍ଚିଛି ।
କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପତ୍ତି ୬୩ଲକ୍ଷ ଟଙ୍କା ଦର୍ଶାଯାଇଛି । ମନ୍ତ୍ରୀ ଶ୍ରୀ ସାହୁଙ୍କ ଠାରୁ ତାଙ୍କ ପତ୍ନୀ ଅଧିକ ଧନୀ । ମନ୍ତ୍ରୀ ୨୨ଲକ୍ଷ ଟଙ୍କାର ମାଲିକ ହୋଇଥିବାବେଳେ ପତ୍ନୀ ୩୭ଲକ୍ଷ ଟଙ୍କାର ମାଲିକାଣୀ । ୨ ଝିଅଙ୍କ ନାଁରେ ସାଢେ ୭ଲକ୍ଷ ଟଙ୍କାର ବଣ୍ଡ୍ ରହିଛି । ମନ୍ତ୍ରୀଙ୍କ ପତ୍ନୀ ୮ଲକ୍ଷ ୧୬ହଜାର ଟଙ୍କର ଋଣ କରିଛନ୍ତି । ମନ୍ତ୍ରୀଙ୍କର ୨ଟି କାର ମଧ୍ୟ ରହିଛି ।
ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ସମ୍ପତ୍ତି ପରିମାଣ ପ୍ରାୟ ୨କୋଟି ଟଙ୍କା ହେବ ବୋଲି ଦର୍ଶାଯାଇଛି । ଭୁବନେଶ୍ୱରରେ ୨ଟି ଆପାର୍ଟମେଣ୍ଟ, ୪ଟି କାର, ଟିଟିଲାଗଡରେ ୨ମହଲା କୋଠା ଓ ୬ଏକରର ମୂଲ୍ୟବାନ ଜମି ରହିଛି । ୨୫୦ ଗ୍ରାମର ସୁନା ଓ ଦେଢ କିଲୋ ଓଜନର ରୂପା ରହିଛି । ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମୋଟ ସମ୍ପତ୍ତି ପରିମାଣ ୨୫ଲକ୍ଷ ୬୦ହଜାର ଟଙ୍କା ,ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ୪୮୦୦ ବର୍ଗଫୁଟର ଜମି, ୫ଲକ୍ଷ ଟଙ୍କାର କାର ଓ ୯୦ ଗ୍ରାମ ସୁନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking