31.1 C
Bhubaneswar
Friday, March 29, 2024
HomeUncategorizedକୋରୋନା ପାଇଁ ହୋଲି ପର୍ବ ପାଳିବେନି ନବୀନ

କୋରୋନା ପାଇଁ ହୋଲି ପର୍ବ ପାଳିବେନି ନବୀନ

ଭୁବନେଶ୍ୱର: ଭାରତରେ ଏବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ ବଢିବାରେ ଲାଗିଛି । ସାରା ବିଶ୍ୱ ଏବେ ଏହାକୁ ନେଇ ଚିନ୍ତିତ ଥିବା ବେଳେ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥିପାଇଁ ବିଭିନ୍ନ ପ୍ରକାର ସମୀକ୍ଷା ବୈଠକ ହେବା ସହ ଲୋକଙ୍କୁ ସଚେତନ ବାର୍ତା କରାଯାଉଛି । ହେଲେ ଆଗକୁ ରଙ୍ଗର ପର୍ବ ହୋଲି ଥିବାରୁ ଏହି ଭାଇରସ ଦ୍ୱାରା ଆକ୍ରାନ୍ତଙ୍କ ସଂଖ୍ୟା ହୁଏତ ବଢିପାରେ । ସେଥିପାଇଁ ଲୋକଙ୍କୁ ଏନେଇ ସଚେତନ କରାଯାଉଛି । ଭାରତରେ ବର୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଂଚିଛି । ତେବେ ଚାଇନାରୁ ଆସୁଥିବା ରଂଗ ବ୍ୟବହାର ନ କରି ଜନଗହଳି ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ପ୍ରମୁଖ ଚଳିତ ବର୍ଷ ହୋଲି ପାଳିବେନି ବୋଲି ସୂଚନା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚଳିତ ବର୍ଷ ହୋଲି ପର୍ବ ପାଳନ କରିବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking