39.1 C
Bhubaneswar
Wednesday, April 24, 2024
Homeଓଡିଶାଓଡ଼ିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିକିତ୍ସା...

ଓଡ଼ିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଚିକିତ୍ସା ଭତା ପାଇଁ ନିବେଦନ

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶ୍ଵିନୀ କୁମାର ଙ୍କ ରିଟ୍ ପିଟିସନ ର ଶୁଣାଣି ଅବସର ରେ ଗତ ତା୦୪.୦୮.୨୦୨୦ ରିଖରେ ମାନ୍ୟବର ସୁପ୍ରିମକୋର୍ଟ ବରିଷ୍ଠ ନାଗରିକ ଓ ପେନସନ ଧାରୀଙ୍କୁ ବର୍ତ୍ତମାନର କୋଭିଡ୍ ମହାମାରୀ ସମୟରେ ଅଗ୍ରାଧିକାର ଭିତରେ ଚିକିତ୍ସା ର ସୁବିଧା ଓ ସୁଯୋଗ ଯୋଗାଇ ଦେବା ପାଇଁ ସରକାରଙ୍କୁ ନିର୍ଦେଶ ଦେବା ପରିପ୍ରେକ୍ଷୀରେ ଓଡ଼ିଶା ଅବସର ପ୍ରାପ୍ତ ପୋଲିସ ପଦାଧିକାରୀ କଲ୍ୟାଣ ସମିତି ତରଫରୁ ଆମ ରାଜ୍ୟର ପେନସନ ଧାରି ଙ୍କୁ ଚିକିତ୍ସା ଭତା ଓ ଚିକିତ୍ସା କ୍ଷେତ୍ର ରେ ଅନ୍ୟାନ୍ୟ ସୁବିଧା ସୁଯୋଗ  ଅଗ୍ରାଧିକାର ଭିତରେ ଯୋଗାଇ ଦେବାକୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ନିବେଦନ କରା ଯାଇଛି । ଦେଶର ବହୁ ରାଜ୍ୟରେ ସେମାନ ଙ୍କ ର  କର୍ମଚାରୀମାନେ ଚିକିତ୍ସା ଭତା ଆଦି ପାଉଥିଲେ ମଧ୍ୟ ଆମ ରାଜ୍ୟ ସରକାର ତାଙ୍କ ଅବସର ପ୍ରାପ୍ତ କର୍ମଚାରୀଙ୍କୁ ଏହି ସୁବିଧାରୁ ବଂଚିତ କରିଛନ୍ତି । ଏବେ କୋଭିଡ୍ -୧୯ ମହାମାରୀ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପେନସନ ଧାରି ମାନେ ଚିକିତ୍ସା କ୍ଷେତ୍ରରେ ନାନା ପ୍ରକାର ଅସୁବିଧା ର ସମୁଖୀନ ହେଉଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟ ଅବସର ପ୍ରାପ୍ତ କର୍ମଚାରୀଙ୍କ ବହୁଦିନର ଚିକିତ୍ସା ଭତା ଦାବିକୁ ପୁରଣ କରି ଯଥା ଶୀଘ୍ର ଆବଶ୍ୟକ ନିର୍ଦେଶ ନାମା ଜାରି କରିବା ପାଇଁ କଲ୍ୟାଣ ସମିତି ତରଫରୁ ବିନମ୍ର ନିବେଦନ ପତ୍ର ଦିଆ ଯାଇଥିଲା । ସମିତିର ସଂଗଠନ ସମ୍ପାଦକ ଶ୍ରୀ ନିଳମୋହନ ତ୍ରିପାଠୀ ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking