29.1 C
Bhubaneswar
Wednesday, April 24, 2024
Homeଓଡିଶାସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ

ସରପଞ୍ଚଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଏବଂ ଅନ୍ୟାନ୍ୟ କାର୍ଯକ୍ରମ ସଂପର୍କରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଓ ରାଜ୍ୟ ବାହାରେ ଥିବା ପ୍ରବାସୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତା ମାଧ୍ୟମରେ ଅବଗତ କରାଇଛନ୍ତି । ଏଥିରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସରକାର ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ସରପଂଚମାନଙ୍କୁ ଜିଲ୍ଲାପାଳମାନଙ୍କ କ୍ଷମତା ପ୍ରଦାନ କରି ଏକ ଐତିହାସିକ ପଦକ୍ଷପେ ନେଇଛନ୍ତି । ପ୍ରବାସୀଙ୍କ ପାଇଁ ମଧ୍ୟ ଏକ ବଡ ଘୋଷଣା ସେ କରିଛନ୍ତି । ଯେଉଁମାନେ ରାଜ୍ୟକୁ ଆସିବାକୁ ଚାହିଁବେ ସେଥିପାଇଂ ସେ ନିଜକୁ ପଂଜୀକରଣ କରିବେ ଏବଂ ୧୪ ଦିନ କ୍ୱାରେଟାଇନରେ ରହିବେ ଏବଂ ଏହି ପିରିୟଡ ସରିବା ପରେ ୨ ହଜାର ଟଙ୍କା ଇନସେନଟିଭ ମିଳିବ ।
ମୁଖ୍ୟମନ୍ତ୍ରୀ ଭିଡିଓ ବାର୍ତାରେ କହିଛନ୍ତି ‘ଗତ ୯ ତାରିଖ ଦିନ ମୁଁ ଆପଣମାନଙ୍କ ସହ କଥା ହୋଇଥିଲି । ଏହି ୧୦ ଦିନ ମଧ୍ୟରେ ବିଶ୍ୱରେ କରୋନା ପଜେଟିଭ କେସ ୧୫ ଲକ୍ଷରୁ ବଢି ୨୩ ଲକ୍ଷରେ ପହଂଚିଲାଣି । ଆମ ଦେଶରେ କରୋନା ପଜେଟିଭ କେସ ୩ ଗୁଣ ହୋଇ ୧୫ ହଜାରରେ ପହଂଚିଲାଣି । ମୃତ୍ୟୁ ସଂଖ୍ୟା ୨ ଗୁଣରୁ ୨ ଶହ ହୋଇ ୫ ଶହ ରେ ପହଂଚିଲାଣି । ଗତ ୯ ତାରିଖରେ ଓଡିଶାରେ ପଜେଟିଭ କେସ ୪୨ ଥିଲା  ଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜେଟିଭ କେସ ୬୧ରେ ପହଂଚିଛି । ଆମ ଟେଷ୍ଟ ୩ ଗୁଣ କରାଯାଇଛି ଏବଂ ଆକ୍ଟିଭ କେସ ମଧ୍ୟ କମିଛି । ଏହା କେବଳ ସମ୍ଭବ ହୋଇପାରିଛି ଆପଣମାନଙ୍କର ସହଯୋଗ ଓ ତ୍ୟାଗ ପାଇଁ ଏଥିରେ ଅଛି ପ୍ରତି ଲୋକର ତ୍ୟାଗ , ପ୍ରତି ପରିବାରର ତ୍ୟାଗ , ମା ମାନଙ୍କ ତ୍ୟାଗ ଏବଂ ନିଷ୍ଠାସହ କାମ କରିଥିବା ଆମ ସମସ୍ତଙ୍କର ତ୍ୟାଗ । ଏ ଲଢେଇ ଲମ୍ବା ଲଢେଇ । ସେଥିପାଇଁ ଆମକୁ ଆଗକୁ ସାବଧାନ ହେବାକୁ ପଡିବ । ଓଡିଶାରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମର ମାଣ୍ଡୋଟରି ରେଜିଷ୍ଟ୍ରସନ କରିବାର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଦେଶରୁ ଆସିଥିବା ଭାଇଭଉଣୀ ମାନଙ୍କୁ ରେଜିଷ୍ଟ୍ରସନ ଏବଂ ବାଧ୍ୟତାମୂଳକ କ୍ୱାରେଂଟାଇନରେ ରଖିବା ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଆମ ରାଜ୍ୟରେ ଅନ୍ୟ ରାଜ୍ୟର ୧ ଲକ୍ଷରୁ ଅଧିକ ଲୋକ ରହିଯାଇଛନ୍ତି । ଆମେ ସେମାନଙ୍କର ଯତ୍ନ ନେଉଛୁ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡିଶାର ଲକ୍ଷ ଲକ୍ଷ ଭାଇଭଉଣୀ ରହିଯାଇଛନ୍ତି । ତୀର୍ଥ ପାଇଁ ଯାଇଥିବା ଲୋକ, ଛାତ୍ରଛାତ୍ରୀ, ରୋଗୀ ସମସ୍ତେ ରହିଯାଇଛନ୍ତି । ସେମାନଙ୍କର ଅବସ୍ଥା ମଧ୍ୟ ବହୁତ ଦୁଃଖ ଦେଇଛି । ଆମ ରାଜ୍ୟର ତଥା ସେହି ରାଜ୍ୟର ଉଦ୍ୟମ ସତ୍ୱେ ସେମାନଙ୍କର ଜୀବନ ସ୍ୱାବାବିକ ହୋଇପାରିନାହିଁ । ଯେତେବେଳେ କଟକଣା ଉଠିଯିବ ସେତେବେଳେ ଆମେ କେନ୍ଦ୍ର ସରକାର ତଥା ଅନ୍ୟ ରାଜ୍ୟମାନହ୍‌କ ସହିତ ଆଲୋଚନା କରିବୁ । ଆମର ଲୋକମାନେ ଯେପରି ସୁବିଧାରେ ଫେରିବେ ସେଥିପାଇଁ ଆମେ ବ୍ୟବସ୍ଥା କରିବୁ । ଏଥିପାଇଁ ଆମେ ଟେକ୍ନୋଲୋଜୀର ସୁବିଧା ନେବୁ । କିନ୍ତୁ ସମସ୍ୟା ବହୁତ ବଡ । ସେଥିପାଇଁ ଡିସେଣ୍ଟ୍ରାଲାଇଜଡ ଆପ୍ରୋଚ ନେବାକୁ ହେବ । ମାନବିକତା ଦୃଷ୍ଟିରୁ ନିଷ୍ପତି ନେବାକୁ ହେବ । ଏତିପାଇଁ କମ୍ୟୁନିଟିର ସହଯୋଗ ଦରକାର । ଗ୍ରାମପଂଚାୟତ ଓ ଅର୍ବାନ ଲୋକାଲ ବଡିମାନଙ୍କୁ ସାଥିରେ ନେଇ କାମ କରିବା ଦରକାର । ପ୍ରତି ପଞ୍ଚାୟତରେ ରେଜିଷ୍ଟ୍ରସନ ସୁବିଦା ରହିବ । ଅନ୍ୟରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରସନ ମାଣ୍ଟୋଟୋରୀ କରାଯାଇଛି । ସେମାନଙ୍କର ପରିବାର ଓ ବନ୍ଧୁମାନେ ହିଁ ପଞ୍ଚାୟତରେ ରେଜିଷ୍ଟ୍ରସନ କରିପାରିବେ । ସେମାନଙ୍କୁ ସେମାନହ୍‌କ ପଞ୍ଚାୟତରେ ହିଁ କ୍ୱାରେଣ୍ଟାଇନରେ ରଖାଯିବ । ସେମାନହ୍‌କର ରହିବା ଖାଇବା ସବୁ ମାଗଣାରେ ମିଳିବ । କ୍ୱାରେଂଟାଇନ ପିରିୟଡ ସରିବା ପରେ ୨ ହଜାର ଟଙ୍କା ଇନସେନଟିଭ ଭାବରେ ଦିଆଯିବ । ଅନ୍ୟରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ ରେଜିଷ୍ଟ୍ରସନ ଓ କ୍ୱାରେଣ୍ଟାଇନ ସେମାନଙ୍କର ତଥା ସେମାନଙ୍କ ପରିବାରର ସମାଜ ଓ ରାଜ୍ୟର ମଙ୍ଗଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ ଭାବରେ କାର୍ଯକାରୀ କରିବା ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । କୋଭିଡ ୧୯ ନିୟନ୍ତ୍ରଣ ପାଇଂ ରାଜ୍ୟ ସରକାର ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏତିପାଇଁ ଆବଶ୍ୟକ ଆଇନଗତ ପଦକ୍ଷେପ ନିଆଯାଇଛି । ଅସାଧାରଣ ପରିସ୍ଥିତି ଏସାଧାରଣ ସମାଧାନ ଆବଶ୍ୟକ କରେ । ପଂଚାୟତ ଏବଂ ଅର୍ବାନ ଲୋକାଲ ବଡିମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ ଭାବରେ ମୁକାବିଲା କରିପାରିବା । ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କୁ ଉଚିତ ସେବା ଯୋଗାଇ ଦେଇପାରିବା । କୋଭିଡ ୧୯ ବିରୋଧରେ ଆମ ଲଢେଇକୁ ଆହୁରି ମଜଭୁତ କରିପାରିବା । ମୋ ପାଇଂ ପ୍ରତିଟି ଜୀବନ ମୂଲ୍ୟବାନ ଏବଂ ସମ୍ମାନଜନକ ଭାବରେ ପ୍ରିତିଟି ଜୀବନର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ତେଣୁ ମୋର ବିଶ୍ୱାସ କୋଭିଡ ୧୯ ଲଢେଇରେ ପଂଚାୟତି ଗୁରୁତ୍ୱପୂଣ୍ଣ ଭୂମିକା ଗ୍ରହଣ କରିପାରିବ’ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking