28.1 C
Bhubaneswar
Friday, March 29, 2024
Homeଓଡିଶାଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୫୦ ଲକ୍ଷ

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୫୦ ଲକ୍ଷ

ଭୁବନେଶ୍ୱର: କରୋନା ରୋଗୀଙ୍କ ଚିକିତ୍ସାୀ ସମୟରେ କୌଣସି ଡାକ୍ତର କି ସ୍ୱାସ୍ଥ୍ୟ କର୍ମୀଙ୍କର ମୃତ୍ୟୁ ଘଟିଲେ ସେମାନଙ୍କ ପରିବାରକୁ ସେମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ମିଳିବ । ଏଥିସହିତ ତାଙ୍କୁ ଶହୀଦ ଭାବେ ଘୋଷଣା କରାଯାଇ ରାଷ୍ଟ୍ରୀୟ ମର୍ଯାଦା ସହ ଶବ ସତ୍କାର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ବାର୍ତା ମାଧ୍ୟମରେ ଘୋଷଣା କରିଛନ୍ତି । ଏଥିସହ କରୋନା ରୋଗୀଙ୍କ ସେବା କରୁଥିବା ଏହି ଯୋଦ୍ଧା ମାନଙ୍କୁ କେହି ଯଦି କୌଣସି ପ୍ରକାର ଅସମ୍ମାନ କରନ୍ତି ବା ଆକ୍ରମଣ କରନ୍ତି ତେବେ ସେମାନଙ୍କ ବିରୋଧରେ ଏନଏସଏ(ଜାତୀୟ ନିରାପତ୍ତା ଆଇନ) ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ଚେତାଇ ଦେଇଛନ୍ତି । ଏହା ରାଜ୍ୟ ବିରୋଧୀ କାର୍ଯ୍ୟ ଭାବରେ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭିଡିଓ ବାର୍ତା ଜାରି କରି କହିଛନ୍ତି ସମଗ୍ର ବିଶ୍ୱ କରୋନା ଭୂୂତାଣୁ ବିରୋଧରେ ଲଢୁଛନ୍ତି । ସମଗ୍ର ବିଶ୍ୱରେ ତିନି ମାସ ଭିତରେ ଦୁଇ ଲକ୍ଷ ଜୀବନ ଗଲାଣି । ସବୁ ଦେଶକୁ ଏହା ଗ୍ରାସ କରିବାରେ ଲାଗିଛି । କରୋନା ବିରୋଧରେ ବିଶ୍ୱ ର ସବୁ ଦେଶ ଏବେ ଲଢୁଛନ୍ତି । ଏହି ଅଦୃଶ୍ୟ ଶତ୍ରୁ ବିରୋଧରେ ଲଢେଇ ଜାରି ରିହଛି । ଏମାନଙ୍କ ବିରୋଧରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ମାନେ ଆଗକୁ ଆସି ଲଢୁଛନ୍ତି । ଯେଉଁମାନେ ଏହି କରୋନା ଭୂତାଣୁ ବିରୋଧରେ ଆଗକୁ ଆସି ଲଢୁଛନ୍ତି, ସେମାନେ ନିଜ ଜୀବନକୁ ବାଜି ଲଗାଇ ଲଢୁଛନ୍ତି । ଏହି ଯୋଦ୍ଧାମାନଙ୍କ ଲଢେଇ ଆମ ପାଇଁ ବହୁ ମୂଲ୍ୟବାନ । ଏହି କରୋନା ଯୋଦ୍ଧାଙ୍କ ୁ ସମସ୍ତେ ସମ୍ମାନ ଦେବା ଉଚିତ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଭଳି ୫୦ ଲକ୍ଷ ଟଙ୍କା ସହାୟତା ଏହି କରୋନା ଯୋଦ୍ଧାଙ୍କୁ ଦେବେ । ଏହା କେବଳ ସରକାରୀ ନୁହେଁ, ଉଭୟ ସରକାରୀ ଓ ବେସରକାରୀ କ୍ଷତ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଏହି ସହାୟତା ମିଳିବ ।
ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ବିରୋଧରେ ଯେଉଁ ଯୋଦ୍ଧା ଲଢି ପ୍ରାଣ ହରାଇବେ ସେମାନଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଅଯାଇ ଶବ ସତ୍କାର କରାଯିବ । ସେମାନଙ୍କୁ ଶହୀଦ ଭାବେ ଗ୍ରହଣ କରାଯିବ । ଏଥିସହ ମୃତ୍ୟୁବରଣ କଲେ ସଂପୃକ୍ତ ସବୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରକୁ ଅବସର ଗ୍ରହଣ ସମୟ ପର୍ଯନ୍ତ ପୁରା ଦରମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି ଜୀବନକୁ ବାଜି ଲଗାଇ ସେବା କରୁଥିବା ଏହି ଯୋଦ୍ଧା ମାନଙ୍କୁ ସହାୟତା କରନ୍ତୁ ଓ ସେମାନଙ୍କୁ ସମ୍ମାନ ଦିଅନ୍ତୁ । ଏଥିସହ ସେ ଚେତାଇ ଦେଇଛନ୍ତି ଯେ, ଯଦି କୌଣସି କାର୍ଯାନୁଷ୍ଠାନ ଏହି ଯୋଦ୍ଧାମାନଙ୍କ ବିରୋଧରେ ଗ୍ରହଣ କରେ ସେମାନଙ୍କ ବିରୋଧରେ କଠୋର କାର୍ଯାନୁଷ୍ଠାନ ଗ୍ରହଣ କରାଯିବ । ଏହାକୁ ରାଜ୍ୟ ବିରୋଧୀ କାର୍ଯ୍ୟଭାବେ ଗ୍ରହଣ କରାଯିବ । ଏପରିକି ସେମାନଙ୍କ ବିରୋଧରେ ଜାତୀୟ ନିରାପତା ଆଇନ ଲାଗୁ କରାଯିବ । ରାଜ୍ୟର ସାଢେ ଚାରି କୋଟି ଜନସାଧାରଣ ଏହି ଯୋଦ୍ଧାମାନଙ୍କ ପଛରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking