17.1 C
Bhubaneswar
Sunday, November 24, 2024
Homeଓଡିଶାସବୁକଥାରେ ରାଜନୀତି ପୁରାଅନି : ନବୀନ

ସବୁକଥାରେ ରାଜନୀତି ପୁରାଅନି : ନବୀନ

ଭୁବନେଶ୍ୱର : କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ବିଜେପି ନେତୃତ୍ୱାଧିନ ସରକାରର କାର୍ଯ୍ୟଧାରା ଠିକ ନୁହେଁ ବୋଲି ସେ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି । ଯେଉଁଭଳି ଭାବରେ କେନ୍ଦ୍ର ସରକାର କାର୍ଯ୍ୟ କରୁଛନ୍ତି ତାହା ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପରିପନ୍ଥୀ । ଥରେ ନିର୍ବାଚିତ ହେବା ପରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଧାର କରି କାର୍ଯ୍ୟ କରିବା କଥା । ହେଲେ ତାହା ପରିଲକ୍ଷିତ ହେଉ ନାହିଁ ବୋଲି ନବୀନ ଖୋଲା ଖୋଲି ଭାବେ ଜଣାଇବାକୁ ଚାହିଁଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ଉଲ୍ଲେଖ କରି କେନ୍ଦ୍ର ତା’ର କାର୍ଯ୍ୟ ଠିକ୍ ଭାବେ କରୁନାହିଁ ବୋଲି ନବୀନ ଜଣାଇବାକୁ ଚାହିଁଛନ୍ତି । ହଠାତ୍ କେନ୍ଦ୍ର ପ୍ରତି ନବୀନଙ୍କ ଏଭଳି କଡ଼ା ଆକ୍ରଣାତ୍ମକ ଆଭିମୁଖ୍ୟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ଭିଡିଓ କନ୍‌ଫରେନି୍ସଂ ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟ ମନ୍ତ୍ରୀମାନେ ଯୋଗଦେଇ ତାଙ୍କ ମତ ରଖିଥିଲେ । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ମତ ରଖିଥିଲେ ସେଥିରେ ସିଧାସଳଖ କେନ୍ଦ୍ର ସରକାରଙ୍କ କାର୍ଯ୍ୟ ଧାରାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ନବୀନ ତାଙ୍କ ବକ୍ତ୍ୟବ୍ୟରେ ଦର୍ଶାଇବାକୁ ଚାହିଁଛନ୍ତି ଯେ, କେନ୍ଦ୍ର ସରକାର ନିର୍ବାଚିତ ରାଜ୍ୟ ସରକାରଙ୍କୁ ଯେପରି ସ୍ୱାଧିନ ଭାବରେ କାମ କରିବାକୁ ଦେବା କଥା ତାହା ଦେଉ ନାହଁନ୍ତି । ଗଣତାନ୍ତ୍ରିକ ପଦ୍ଧତିରେ ରାଜ୍ୟରେ ଏକ ସରକାର ନିର୍ବାଚିତ ହେବାପରେ ତାକୁ ସ୍ୱାଧିନ ଭାବରେ ଯେପରି କାମ କରିବାକୁ ଦିଆଯୀବା ଉଚିତ ତାହା ପରିଲିକ୍ଷିତ ହେଉନାହିଁ । ସବୁ କ୍ଷେତ୍ରରେ ରାଜନୀତି କରଣ କରାଯାଉଛି । ସବୁ ଅପରାଧ ଘଟଣାକୁ ନେଇ ରାଜନୀତି କରାଯାଉଛି । ଏକ ସରକାରର ସବୁ କାର୍ଯ୍ୟକୁ ରାଜନୈତିକ ଦୃଷ୍ଟି କୋଣରେ ଦେଖାଯାଉଛି । ଏକ ନିର୍ବାଚିତ ସରକାରକୁ ସ୍ୱଚ୍ଛନ୍ଦରେ କାର୍ଯ୍ୟ କରିବାକୁ ଦିଆଯାଉ ନାହିଁ । ଏହା ଦେଶ ପାଇଁ ବିପଦ ବୋଲି ମଧ୍ୟ ନବୀନ କେନ୍ଦ୍ରକୁ ସତର୍କ କରାଇ ଦେଇଛନ୍ତି ।
ଏହି ପରିପ୍ରେକ୍ଷିରେ ନବୀନ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି ଗଣତନ୍ତ୍ରରେ ‘ନିର୍ବାଚନ’ ଏକ ଗୁରୁତ୍ୱପୂଣ୍ଣ ବୈଶିଷ୍ଟ । ନିର୍ବାଚନ ହେଉଛି ଏକ ପରିପକ୍ୱ ଗଣତନ୍ତ୍ରର ଫର୍ମୁଲା । ଥରେ ନିର୍ବାଚିତ ହେଲେ ସରକାର ଦଳମତରୁ ଉର୍ଦ୍ଧ୍ୱରେ ରହି ଲୋକଙ୍କ ପାଇଁ କାମ କରିବା ଦରକାର । ବର୍ତ୍ତମାନ ସମୟ ଆସିଛି ଏହା ଉପରେ ଗୁରୁତର ଭାବେ ଆତ୍ମସମୀକ୍ଷା କରିବା ଦରକାର । କାରଣ ଆମେ ଏହା ଆମେ କାର୍ଯ୍ୟକାରୀ କରୁଛୁ କି ନାହିଁ ତାହା ଦେଖିବା ଦରକାର । ପ୍ରତ୍ୟେକ ଅପରାଧକୁ ରଜନୀତିକରଣ କରାଯାଉଛି । ରାଜ୍ୟ ସରକାରଙ୍କର ସବୁ କାର୍ଯ୍ୟକୁ ରାଜନୀତିକ ଦୃଷ୍ଟିକରଣରୁ ଦେଖାଯାଉଛି । ଏଭଳି କାର୍ଯ୍ୟ ଦେଶର ବିକାଶ ଓ ଶାନ୍ତି ପ୍ରତି ବିପଦ । ଏପରିକି ନିର୍ବାଚିନ ଭିତ୍ତିକ ଆଭିମୁଖ୍ୟରୁ ଉର୍ଦ୍ଧ୍ୱରେ ରହି କାମ କରିବା ଦରକାର । ଏକ ନିର୍ବାଚିତ ସରାକାରଙ୍କୁ ତା’ର କାର୍ଯ୍ୟ କରିବା ପାଇଁ ସୁଯୋଗ ଦେବା ଦରକାର ବୋଲି ନବୀନ କହିଛନ୍ତି । ନବୀନ ମହିଳା ସଂରକ୍ଷଣରୁ ଆରମ୍ଭ କରି ବେକାରୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖ କରିଛନ୍ତି । ହେଲେ ନବୀନଙ୍କ ଭାଷଣ ମଧ୍ୟରେ ଉପରୋକ୍ତ ପ୍ରସଙ୍ଗ ସବୁଠାରୁ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ ।
ନବୀନଙ୍କ ଏହି ମତକୁ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି ଯେ, ପରୀ ମୃତୁଠୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର ଘଟଣାରରେ ରାଜ୍ୟ ବିଜେପି ଯେଭଳି ପଦକ୍ଷେପ ନେଲା ତାକୁ କେନ୍ଦ୍ରର ସମର୍ଥନ ମିଳିବା ଘଟଣାକୁ ନବୀନ ଗୁରୁତର ସହ ନେଇଛନ୍ତି । ଏହି ଘଟଣାରରେ କେନ୍ଦ୍ର ସରକାରଙ୍କ ସଂସ୍ଥା ହସ୍ତକ୍ଷେପ କରିବା ରାଜ୍ୟ ସରକାରଙ୍କୁ ନୋଟିସ୍ ପଠାଇବା ଦ୍ୱାରା ନବୀନ ଏଭଳି ଆଭିମୁଖ୍ୟ ଗ୍ରହଣ କରିଥାଇପାରନ୍ତି ବୋଲି କୁହାଯାଉଛି । ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପୁରୀ ଶ୍ରୀମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଯେଉଁ ବାଇ-ଲ ପ୍ରସ୍ତୁତ କରିଛନ୍ତି ତାକୁ ନୀବନ ଠିକ୍ ଭାବରେ ଗ୍ରହଣ କରିନାହାଁନ୍ତି । କାରଣ ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ ପାଇଁ ନବୀନ ଯେଉଁ ବ୍ୟାପକ ନିର୍ମାଣ କାର୍ଯ୍ୟ ହାତକୁ ନେଇଛନ୍ତି, ତାହା ଏଇ ବାଇ – ଲ ଦ୍ୱାରା ବାଧାପ୍ରାପ୍ତ ହେବ । ରାଜ୍ୟ ସରକାରଙ୍କୁ ତାଙ୍କ ଇଚ୍ଛା ଅନୁସାରେ କାମ କରିବାକୁ ନଦେବା ପାଇଁ ଏହି ବାଇ-ଲ ର ପ୍ରସ୍ତୁତି ବୋଲି ନବୀନ ଅନୁଭବ କରିଛନ୍ତି । ଏହାଛଡ଼ା ଅନ୍ୟାନ୍ୟ ଘଟଣାରରେ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ସମାଲୋଚନା ମଧ୍ୟ କରୁଛନ୍ତି । କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଠିକ୍ ଭାବରେ କାର୍ଯ୍ୟ କରିବା ପାଇଁ ସୁଯୋଗ ଦେଉ ନାହାଁନ୍ତି ବୋଲି ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ଉଦ୍ଦେଶ୍ୟରେ ନବୀନ ଏହି ବାଣ ମାରିଥିବା ଆଲୋଚନା ହେଉଛି । କାରଣ ମୁଖ୍ୟମନ୍ତ୍ରୀ ଯେଉଁ ବକ୍ତବ୍ୟ ନିତି ଆୟୋଗରେ ରଖଥିବେ ତାକୁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଶୁଣିବେ । ଆଉ କେନ୍ଦ୍ର ପାଇଁ ବଡ ମାଡ଼ ହେବ ଭାବି ଗୋଟି ଚଳାଇଛନ୍ତି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking