26.1 C
Bhubaneswar
Friday, March 29, 2024
Homeଓଡିଶାସଫଳ ଭାବେ ବାତ୍ୟା ମୁକାବିଲା କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ସଫଳ ଭାବେ ବାତ୍ୟା ମୁକାବିଲା କରିବାକୁ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏକ ସମୀକ୍ଷା ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ୧୨ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ମୁକାବିଲା ନେଇ ଆଲୋଚନା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ନେଇ ଏସଆରସି ପ୍ରଦୀପ ଜେନା ସୂଚନା ପ୍ରଦାନ କରିଛନ୍ତି । ବାତ୍ୟାକୁ ସଫଳତା ପୂର୍ବକ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ଏବେ ସମସ୍ତଙ୍କୁ ମହାମାରୀ କରୋନା ସହ ବାତ୍ୟାକୁ ମୁକାବିଲା କରିବାକୁ ପଡିବ । ତେବେ ବାତ୍ୟାରେ ଶୂନ୍ୟ ଜୀବନହାନି ପ୍ରତି ସଯତ୍ନ ହେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସମ୍ଭାବ୍ୟ ପ୍ରଭାବିତ ୧୨ ଜିଲ୍ଲାରେ ୮୦୯ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଛି । ୮୦୯ରୁ ୨୪୨ଟି ଆଶ୍ରୟସ୍ଥଳୀରେ କ୍ୱାରେଣ୍ଟିନ କେନ୍ଦ୍ର ହୋଇଛି । ଆଶ୍ରୟସ୍ଥଳୀ ପାଇଁ ଜିଲ୍ଲପାଳ ଆଉ ୭୦୯୨ କୋଠା ବି ଚିହ୍ନଟ କରିଛନ୍ତି । ପ୍ରତି ଆଶ୍ରୟସ୍ଥଳୀରେ ସ୍ୱତନ୍ତ୍ର ଅଧିକାରୀ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ପଡିଲେ ଲୋକମାନଙ୍କୁ ଲୋକଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ପ୍ରତି ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଚାଲୁ ରହିବ । ଆଜି କିଛି ଜିଲ୍ଲାକୁ ଓଡ୍ରାଫ୍ ଏବଂ ଏନଡିଆରଏଫ ଟିମ୍ ଚାଲି ଯାଇଥିବା ବେଳେ ସମୁଦ୍ର ଭିତରେ ଥିବା ସବୁ ଟ୍ରଲର ଓ ବୋଟ ମଧ୍ୟ ଚାଲିଆସିଲେଣି ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking