34.1 C
Bhubaneswar
Thursday, March 28, 2024
Homeଓଡିଶାକଟକ ସହରରେ ସ୍ଵରେଜ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାନୁଷ୍ଠାନ

କଟକ ସହରରେ ସ୍ଵରେଜ ଦୁର୍ଘଟଣା ରେ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯାନୁଷ୍ଠାନ

 

ଦୁଇ ଇଞ୍ଜିନିୟର ଙ୍କ ବଦଳି।

ଜୁନିଅର ଇଞ୍ଜିନିୟର ନିଲମ୍ବିତ ଓ  ଏତଲା ରୁଜୁ।

ମୃତକଙ୍କ ପରିବାର ପାଇଁ ଦଶ ଲଷ ଟଙ୍କା ଲେଖାଏ
ସହାୟତା ଘୋଷଣା ।

ଭୁବନେଶ୍ୱର: ଗତକାଲି କଟକ ସହରରେ ସ୍ଵରେଜ କାମ ସମୟରେ ଦୁଇ ଜଣ ବ୍ୟକ୍ତି ପ୍ରାଣ ହରାଇବା ଏବଂ ଜଣେ ଗୁରୁତର ଅସୁସ୍ଥ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ ବେଗ ପ୍ରକାଶ କରିବା ସହ ଦାୟିତ୍ୱ ରେ ଅବହେଳା କାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଥିଲେ ।

ତଦନୁଯାୟୀ ଘଟଣା ର ଆଜି ତଦନ୍ତ କରାଯାଇPHEOର ନିର୍ବାହୀ ଯନ୍ତ୍ରୀ ତଥା ୱାଟକୋ ଜିଏମ୍ ଶ୍ରୀ ସୁଶାନ୍ତ ଘଡେଇ ,ଏସଡିଓ    ଓ ଜିଏମ୍ ୱାଟକୋ ଶ୍ରୀ ସୁବାସ ରାଉତ ଙ୍କୁ ବଦଳି କରାଯାଇଥିବା ବେଳେ ଜୁନିୟର ଇଞ୍ଜିନିୟର ଶ୍ରୀ ପ୍ରଦ୍ଯୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି ।
ତା ସହିତ ଜୁନିୟର ଇଞ୍ଜିନିୟର ଶ୍ରୀ ସାହୁ ଏବଂ ସେବା ପ୍ରଦାନକାରୀ  ଶ୍ରୀ ଦୀପକ ନାୟକଙ୍କ ବିରୁଦ୍ଧରେ ସିଏମସି ପଷରୁ ଥାନାରେ ଏତଲା ଦିଆଯାଇଛି ।

ଏହି ଦୁର୍ଘଟଣା ରେ ମୃତକଙ୍କ ପରିବାର କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ,ସେମାନଙ୍କ ନିକଟତମ ଆଡ୍ମୀୟଙ୍କ ପାଇଁ ଦଶ ଲଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।

ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଡି ଶିବା ଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୁଇ ଲଷ ଟଙ୍କା ସହାୟତା ଘୋଷଣା କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking