28.1 C
Bhubaneswar
Wednesday, April 24, 2024
Homeଓଡିଶାବସ୍‌ରେ ବିଦ୍ୟୁତ୍ ତାର ଲାଗିବା ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା...

ବସ୍‌ରେ ବିଦ୍ୟୁତ୍ ତାର ଲାଗିବା ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ନିର୍ବନ୍ଧ ବସରେ ବିଦ୍ୟୁତ୍ ତାର ଲାଗିବା ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ପ୍ରତି ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ମାଗଣାରେ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ଘଟଣାର ତଦନ୍ତ ଦାବି କରିଛନ୍ତି। ଭବିଷ୍ୟତରେ ଯେପରି ଏଭଳି ଘଟଣା ନ ଘଟିବ, ସେଥିପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। ତେବେ ବ୍ରହ୍ମପୁର ଛାତିଥରା ଦୁର୍ଘଟଣା କେମିତି ଓ କେଉଁ ପରିସ୍ଥିତିରେ ହେଲା । କରେଣ୍ଟ କାହିଁକି ଏତେ ତଳ ଦେଇ ଯାଇଥିଲା ତାର ତଦନ୍ତ କରିବାକୁ ନିର୍ଦ୍ଦଶ ଦିଆଯାଇଛି । ଦୁର୍ଘଟଣା ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ତଦନ୍ତ ନିର୍ଦ୍ଦେଶ ବି ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking