39.8 C
Bhubaneswar
Thursday, April 18, 2024
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ  ବଡ ଘୋଷଣା : ସରପଞ୍ଚଙ୍କୁ କରୋନା ଯୋଦ୍ଧା ମାନ୍ୟତା , ୫୦ଲକ୍ଷ ଟଙ୍କା ବୀମା

ମୁଖ୍ୟମନ୍ତ୍ରୀଙ୍କ  ବଡ ଘୋଷଣା : ସରପଞ୍ଚଙ୍କୁ କରୋନା ଯୋଦ୍ଧା ମାନ୍ୟତା , ୫୦ଲକ୍ଷ ଟଙ୍କା ବୀମା

ଭୁବନେଶ୍ୱର : କରୋନା ମୁକାବିଲାରେ ରାଜ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ବଡ ଘୋଷଣା କରିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ସରପଞ୍ଚମାନଙ୍କୁ ଆଗ ଧାଡିର ଯୋଦ୍ଧା କହିବା ସହ ସେମାନଙ୍କୁ ୫୦ଲକ୍ଷ ଟଙ୍କା ବୀମା ସହାୟତା ରାଶିରେ ଅନ୍ତର୍ଭୁକ୍ତ କରିଛନ୍ତି । ସେମାନଙ୍କ ପରିବାରର ହିତ ପାଇଁ ସେମାନଙ୍କୁ ଏହି ସହାୟତା ରାଶିରେ ଅନ୍ତର୍ଭୁକ୍ତ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ପୂର୍ବରୁ ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ ପୁଣି ସେମାନଙ୍କ ପାଇଁ ଉପରୋକ୍ତ ସହାୟତା ଘୋଷଣା ରାଜ୍ୟବ୍ୟାପି ସରପଞ୍ଚଙ୍କ ମନୋବଳ ବୃଦ୍ଧିରେ ସହାୟକ ହେବ ବୋଲି କୁହାଯାଇଛି ।
ମୁଖ୍ୟମନ୍ତ୍ରୀ ଟ୍ୱିଇଟ କରି କହିଛନ୍ତି ଯେ, ତୃଣମୂଳସ୍ତରରେ କରୋନା ମୁକାବିଲା ପାଇଁ ସରପଞ୍ଚମାନେ ଟିଏମ୍‌ସି, ସଙ୍ଗରୋଧ କେନ୍ଦ୍ର ଓ ଅନ୍ୟ କୋଭିଡ ସୁବିଧାଗୁଡିକର ସୁପରିଚାଳନାରେ ଉତ୍ସର୍ଗୀକୃତ ଭାବେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି । ସେମାନେ ଆମ ଆଗ ଧାଡିର ଯୋଦ୍ଧା । ସେମାନଙ୍କ ପରିବାରର ହିତ ପାଇଁ ପୂର୍ବ ଘୋଷିତ ୫୦ଲକ୍ଷ ସହାୟତା ରାଶିରେ ସେମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି । ଖାଲି ସରପଞ୍ଚ ନୁହଁନ୍ତି ବରଂ ବେସରକାରୀ ତଥା ସରକାରୀ କ୍ଷେତ୍ରରେ ଯେକୌଣସି ବ୍ୟକ୍ତି ଟିଏମ୍‌ସି, ସଙ୍ଗରୋଧକେନ୍ଦ୍ର ଓ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲ ସମେତ କୋଭିଡ ସୁବିଧା ପରିଚାଳନାରେ ନିୟୋଜିତ ଅଛନ୍ତି । ସେମାନେ ମଧ୍ୟ ଆମର ଯୋଦ୍ଧା । ସେମାନଙ୍କ ପରିବାରରକୁ ମଧ୍ୟ ଏହି ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking