39.1 C
Bhubaneswar
Tuesday, April 23, 2024
Homeଓଡିଶାନବୀନଙ୍କ ବଡ଼ ଘୋଷଣା : ୬ ଲେନ ବିଶିଷ୍ଟ ହେବ କଟକ ରିଂ ରୋଡ଼

ନବୀନଙ୍କ ବଡ଼ ଘୋଷଣା : ୬ ଲେନ ବିଶିଷ୍ଟ ହେବ କଟକ ରିଂ ରୋଡ଼

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଗସ୍ତ କରିଛନ୍ତି । କଟକ ହାଡିଆ ପଠାରେ ଅନୁଧ୍ୟାନ ବେଳେ ଚତୁଃପାଶ୍ୱର୍ ରିଂ ରୋଡ଼ ୬ ଲେନ ବିଶିଷ୍ଟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହ ଏସସିବିି ନବନିର୍ମାଣ କାମ ମାର୍ଚ୍ଚରୁ ଆରମ୍ଭ ହେବ ବୋଲି କହିଛନ୍ତି । ସେହିଭଳି ତାଳଦଣ୍ଡା କେନାଲ ବନ୍ଧରୁ ଡାକ୍ତରଖାନାକୁ ସଂଯୋଗ କରୁଥିବା ରାସ୍ତାକୁ ୩ ଲେନ୍‍ ବିଶିଷ୍ଟ କରାଯିବା ସହିତ ଯାତାୟତ ସୁବିଧା ପାଇଁ ଦୁଇଟି ଓଭରବ୍ରିଜ ନିର୍ମାଣ କରାଯିବ । ପ୍ରଶସ୍ତ ରାସ୍ତା, ଉଦ୍ୟାନ, ସବୁଜ କରଣ ଓ ପାର୍କିଂକୁ ଅଧିକ ଗୁରୁତ୍ୱ ଦିଆଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ସମୀକ୍ଷା ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ । ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାଟର ଓ ୧୩ଜଣ ଡାକ୍ତରଙ୍କ କ୍ୱାଟର ଉଚ୍ଛେଦ ହେବ । କ୍ଷତିଗ୍ରସ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା ମଧ୍ୟ କରାଯିବ ।ମହାନଦୀ ପଠାରେ ୪୨୧ ଏକର ଜମିରେ ବିଭିନ୍ନ ପ୍ରକଳ୍ପ ହେବାର ଲକ୍ଷ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking