28.1 C
Bhubaneswar
Friday, March 29, 2024
Homeଓଡିଶାଲକଡାଉନରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଲକଡାଉନରେ ବୁଲା ପ୍ରାଣୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛନ୍ତି । କେବଳ ମଣିଷ ନୁହନ୍ତି, ପଶୁପକ୍ଷୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସମାଧାନ ପାଇଁ ସହାୟତାର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରର ବୁଲା କୁକୁର ଓ ଗାଈଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ଏଥିପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଖର୍ଚ୍ଚ ହେବ ୬୦ ଲକ୍ଷ ଟଙ୍କା । ବୁଲା ପ୍ରାଣୀମାନେ ଲକଡାଉନରେ ଖାଇବାକୁ ନ ପାଇ ଅକାଳରେ ମୃତ୍ୟୁବରଣ କରୁଥିବାରୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ୫ଟି ମହାନଗର ନିୟମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନଏସିକୁ ଏହି ସହାୟତା ପ୍ରଦାନ କରାଯିବ । ଭୁବନେଶ୍ୱର ମହାନଗ ନିଗମ ଦୈନିକ ୨୦ ହଜାର ଟଙ୍କା ଖର୍ଚ୍ଚ କରିପାରିବ । ଅନ୍ୟ ୪ ମହାନଗର ନିଗମ ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ସେହିପରି ମ୍ୟୁନିସିପାଲିଟି ଦୈନିକ ୫ ହଜାର ଓ ଏନଏସି ୨ ହଜାର ଖର୍ଚ୍ଚ କରିପାରିବ ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ବୁଲା ପ୍ରାଣୀମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking