32.8 C
Bhubaneswar
Tuesday, April 16, 2024
Homeଓଡିଶାସମବାୟ ସମିତିଗୁଡ଼ିକୁ ସଶକ୍ତ ନେଇ ଆମେ ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ

ସମବାୟ ସମିତିଗୁଡ଼ିକୁ ସଶକ୍ତ ନେଇ ଆମେ ପ୍ରତିଶ୍ରୁତିବଦ୍ଧ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମାନବକୈନ୍ଦ୍ରିକ ବିକାଶ ପାଇଁ ସମବାୟ ସମିତିଗୁଡ଼ିକୁ ଆହୁରି ସଶକ୍ତ କରାଯିବ । ରାଜ୍ୟ ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।  ଶନିବାର  ୯୯ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମବାୟ ସଂସ୍ଥାଗୁଡ଼ିକ ବୈଷମ୍ୟ ହ୍ରାସ ଏବଂ ଅଭିବୃଦ୍ଧିରେ ସହଭାଗିତା ମାଧ୍ୟମରେ ଏକ ସୁସଂହତ ସମାଜ ଗଠନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି । ଭବିଷ୍ୟତରେ ତାହା କରିବେ । ଏଥିରେ ମାନବକୈନ୍ଦ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । କୋଭିଡ୍‌-୧୯ ସ୍ଥିତିରେ ରାଜ୍ୟରେ କୃଷିକାର୍ଯ୍ୟକୁ ଗତିଶୀଳ କରିବାରେ ସମବାୟ ସଂସ୍ଥା ପ୍ରମୁଖ ଭୂମିକା ନିର୍ବାହ କରିଚାଲିଛନ୍ତି । ଏହାଦ୍ୱାରା ଲୋକଙ୍କ ଖାଦ୍ୟ ନିରାପତ୍ତ ସୁନିଶ୍ଚିତ ହୋଇପାରିଛି ।

ସମବାୟ ସଂସ୍ଥା ଜରିଆରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇ ଦିଆଯାଉଛି । ଏଥିପାଇଁ ଯେଉଁ ଗୁରୁଦାୟିତ୍ୱ ଆମ ଉପରେ ରହିଛି ତାହାକୁ ଶତ ପ୍ରତିଶତ କାର୍ଯ୍ୟକାରୀ କରିବାକୁ ପଡ଼ିବ ।  କରୋନା ବିପତ୍ତିବେଳେ ସମବାୟ ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିବାର ଆବଶ୍ୟକତା ରହିଛି । ତେଣୁ ସମବାୟ ସମିତିଗୁଡ଼ିକୁ ସଶକ୍ତ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ୧୮୯୮ରେ ପ୍ରଥମେ ଉତ୍କଳ ଗୌରବ ମଧୂସୂଦନ ଦାସ ସମବାୟ ସଂସ୍ଥା ଗଢ଼ି ତୋଳିଥିଲେ ।

ସେବେଠାରୁ ଏହି ସମବାୟ ଆନ୍ଦୋଳନ ଚାଲୁୁ ରହି ମହାଦ୍ରୁମରେ ପରିଣତ ହୋଇଛି । ଫଳରେ ରାଜ୍ୟରେ ଏବେ ମୋଟ୍ ୨୭୦୮ଟି ସମବାୟ ସଂସ୍ଥା ଥିବାବେଳେ ୬୬ଟି ଆରଏମ୍‌ସି କାର୍ଯ୍ୟ କରୁଛି । ରାଜ୍ୟରେ ଫସଲ ଋଣର ୬୫ ପ୍ରତିଶତରୁ ଅଧିକ ସମବାୟ ସଂସ୍ଥା ଦ୍ୱାରା ଯୋଗାଇ ଦିଆଯାଉଥିବାବେଳେ କୋଭିଡ୍‌-୧୯ ସମୟରେ ୮୩୦୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯାଇଥିଲା ଏବଂ ଚଳିତ ଖରିଫରେ ୯୦୦୦ କୋଟି ଟଙ୍କା ଖରିଫ ଋଣ ଯୋଗାଇ ଦିଆଯିବାର ଲକ୍ଷ୍ୟ ରଖାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking