"କ୍ଲବ ଦି ୟୁଥମାସ " ଦ୍ୱାରା କରୋନା ଭାଇରସର ସଚେତନତା

ଯାଜପୁର : ଯାଜପୁର ରୋଡ ଅର୍ଣ୍ଣପୂର୍ଣ୍ଣା ଅନାଥ ଆଶ୍ରମରେ “କ୍ଲବ ଦି ୟୁଥମାସ ” ଦ୍ୱାରା ସାରା ବିଶ୍ୱରେ ମହାମାରୀ ର ରୂପନେଇଥିବା କରୋନା ଭାଇରସ ର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ କ୍ଲବର ସଦସ୍ୟ ପୀତବାସ ପାତ୍ର ଙ୍କର ସହଯୋଗୀତା ରେ କରୋନା ଭାଇରସ ସଂକ୍ରମିତ କୁ ରୋକିବା ପାଇଁ କୁନିକୁନି ପିଲାଙ୍କୁ ମାକ୍ସ,ସାନିଟାଇଜର, ଓ ହ୍ୟାଣ୍ଡ ଉଆସ ବଣ୍ଟନ କରାଯାଇଛି ।

ଏହି ସଚେତନ ତା କାର୍ଯ୍ୟକ୍ରମ ରେ କ୍ଲବ ତରଫରୁ ସମସ୍ତ ସମାଜସେବୀ ସଙ୍ଗଠନ ମାନଙ୍କୁ ଏକ ଆହ୍ୱାନ ଦିଆଜିଛି । ଆଜି ଆୟୋଜିତ ଏହିପରି ସଚେତନତା କାର୍ଯ୍ୟକ୍ରମ ସମସ୍ତ ବସ୍ତି ବାସିନ୍ଦା ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ଆୟୋଜନ କରିବା ପାଇଁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ସାମାଜିକ ସଙ୍ଗଠନ ଆୟୋଜନ କରି ତ୍ୱରାନ୍ୱିତ କରିବେ ନିଶ୍ଚିତ ଆମେ ଏହି ମହାମାରୀ ରୁ ନିଜେ ରକ୍ଷା ପାଇବା ସହିତ ସଂକ୍ରମିତ କୁ ରୋକାଯାଇ ପରିବ ।

ଏହି ସଚେତନତା କାର୍ଯ୍ୟକ୍ରମ ରେ କ୍ଲବ ର ସଭାପତି ପ୍ରକାଶ କୁମାର ଜେନା, ସମ୍ପାଦକ ରାଜେଶ କୁମାର ରାଉତ, ଯଜ୍ଞଦତ ତ୍ରିପାଠୀ, ନିରଞ୍ଜନ ସାହୁ,ପିତବାସ ପାତ୍ର,ସମସ୍ତେ ଉପସ୍ଥିତ ରହି ନିଜନିଜର ଅଭିଭାଷଣ ଦେବା ସହ, କାର୍ଯ୍ୟକ୍ରମ କୁ ସଫଳ କରାଇବାରେ ସହଯୋଗ କରିଥିଲେ । ଆଗାମୀ ଦିନରେ କ୍ଲବ ତରଫରୁ ସମସ୍ତ ଗ୍ରାମ ଓ ସହର ରେ ଥିବା ବସ୍ତି ଗୁଡିକରେ ଏହି କାର୍ଯ୍ୟକ୍ରମ ହେବ ବୋଲି କ୍ଲବ ର ସଭାପତି ଓ ସମ୍ପାଦକ ନିଜ ନିଜ ଅଭିଭାଷଣରେ ମତ ପ୍ରକାଶ କରିଥିଲେ ।