43.9 C
Bhubaneswar
Friday, April 19, 2024
Homeଓଡିଶାପିଲାଙ୍କୁ ଥଇଥାନ କରିବା ପାଇଁ ଅଣ୍ଟା ଭିଡ଼ିଲେ ଯୁବ ସମାଜସେବୀ ରାଜେଶ୍ ଓ କ୍ଲବ୍...

ପିଲାଙ୍କୁ ଥଇଥାନ କରିବା ପାଇଁ ଅଣ୍ଟା ଭିଡ଼ିଲେ ଯୁବ ସମାଜସେବୀ ରାଜେଶ୍ ଓ କ୍ଲବ୍ ଦି ୟୁଥ୍ ମାସ

ଯାଜପୁର: କୁନି ଦାସ ,ବୟସ 50 । ବିଗତ 30ବର୍ଷ ହେବ ବ୍ୟାସନଗରର ୱାର୍ଡ଼ ନଂ 2 ରେ ରହି ଆସୁଛନ୍ତି । ସେ ବ୍ୟାସନଗରର ଜଣେ ଭୋଟର ହେଇଥିଲେ ମଧ୍ୟ ତାଙ୍କର ନା ରେ ସରକାର ଘରଟିଏ ମିଳିଛି ନା ରାସନ୍ କାଡ୍ ଟିଏ ଅଛି । କିନ୍ତୁ ସେ ଦୁଃଖ କଷ୍ଟ କରି ପର ଦୋକାନରେ କାମ କରି ନିଜ ଚାରି ଝିଅକୁ ବାହା ଦେଇଛନ୍ତି । କିନ୍ତୁ ତାଙ୍କର ଗୋଟିଏ ଝିଅ ଯୁଆଇଁ କିଛି ବର୍ଷ ପୂର୍ବେ ମରି ଯିବା ପରେ ତାଙ୍କର ଗୋଟିଏ ନାତି ଆସି କୁନି ଙ୍କ ପାଖରେ ରହିଆଶୁଅଛି । କିନ୍ତୁ କୁନୀଙ୍କ ପାଖରେ ଜଣେ ମୁକ ଓ ବଧିର ଝିଅ ରହୁଥିଲା । ତାଙ୍କ ନାମ ରିଙ୍କି ଦାସ ।ବିଗତ କିଛି ବର୍ଷ ପୂର୍ବେ ରୀଙ୍କିର ସ୍ବାମୀ ଯକ୍ଷ୍ମା ରୋଗରେ ପୀଡିତ ଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର 4ରୋଟି ଛୁଆ, ସେମାନଙ୍କୁ ନେଇ କେମିତି ଚଳିବ ଏହା ଭାବି କୁନିଙ୍କ ମୁଣ୍ଡରେ ଚଡ଼କ ପଡ଼ିଲା । ଘରେ ପୁରୁଷ ଲୋକ ବୋଲି କେହି ନାହାନ୍ତି । ଏକୁଟିଆ କୁନି 5 ଗୋଟି ପିଲାକୁ ନେଇ କେମିତି ଚଳିବ ଏହି ଚିନ୍ତାରେ କୁନି ଆଖିରେ ନିଦ ଆସୁ ନ ଥାଏ । ଏହି ସମୟରେ ତାଙ୍କ ଝିଅ ରୀଙ୍କୁ ଗୋଟିଏ ଛୁଆକୁ 100 ଟଙ୍କାରେ ଜଣକୁ ବିକ୍ରି କରିଦେଇଥିଲା । ଏହି ଖବର ପାଇବା ପରେ କୁନି ଯୋଉଠି କାମ କରନ୍ତି ସେଇ ଦୋକାନ ମାଲିକ ବିପିନ୍ ସାହୁଙ୍କୁ କହିଲେ ମୁଁ ଆଉ ଏତେ ଛୁଆକୁ ପୋଷି ପାରିବି ନାହିଁ । ତୁମେ ମତେ ସାହାଯ୍ୟ କର । କାହା ସହ ଯୋଗାଯୋଗ କରିଦିଅ । ମୁଁ ତିନିଟି ଛୁଆ କୁ ସରକାରଙ୍କ ଆଶ୍ରମ କୁ ଦେଇଦେବି । ଏହି କଥା ଶୁଣି ବିପିନ୍ ବାବୁ ଯାଜପୁର ଜିଲ୍ଲାର CWC /Dcpo ଙ୍କ ସହ କଥା ହେଲେ । କିନ୍ତୁ ସମସ୍ତ ଅଫିସର୍ ବିପିନ୍ ଙ୍କୁ ବିଗତ 15 ଦିନ ହେବ ଆସିବେ ଆସିବେ ବୋଲି କହି ଆସିଲେ ନାହିଁ । ଶେଷରେ ବିପିନ୍ ବ୍ୟାସନଗର ର ଯୁବ ସମାଜସେବୀ ରାଜେଶ୍ ରାଉତ ଶ୍ରାଧେୟ ଟିକିନା ଭାଇଙ୍କୁ ଏହି ବିଷୟରେ ଜଣାଇ ଥିଲେ । ଏହି ଗରିବ ପରିବାର ଖାଦ୍ୟ ବିନା ମରିଯିବେ । ତୁମେ କିଛି ଵେବସ୍ତ କର । ତୁମ ପାଖକୁ ବୋହୂ ଆସାନେଇ ଆସିଛି । ଏହି ଖବର ପାଇ ରାଜେଶ୍ ଓ ( କ୍ଲବ୍ ଦି ୟୁଥ ମାସ) ର ତବିନ୍ ସାମଲ ଓ ଅନ୍ୟ କିଛି ସଦସ୍ୟ ଯାଇ କୁନି ଙ୍କ ଘରେ ପହଞ୍ଚି ସବୁ ବୁଝିବା ପରେ ଶାନ୍ତ୍ବନା ଦେଇ କହିଛନ୍ତି ଖୁବଶିଘ୍ର ଆକାଶ ଦାସ ୮ବର୍ଷ,ଲକ୍ଷ୍ମୀ ଦାସ ୩ବର୍ଷ,ମହାବୀର ମୁର୍ମୁ ବୟସ ୮ ବର୍ଷ ସମସ୍ତଙ୍କୁ ଥଇଥାନ କରାଯିବ । ତାଙ୍କ ମୁକ ବଧିର ଝିଅ ରୀଙ୍କିର ଭତା କାଡ କରାଯିବ କହି ଶାନ୍ତ୍ବନା ଦେଇ ଥିଲେ ରାଜେଶ୍ । ଏହି ଖବର କୁ ଗମ୍ଭୀର ତାର ସହ ନେଇ କହିଛନ୍ତି ଯଦି ଏହି ଛୁଆଙ୍କୁ ଏବେ ସରକାର ଙ୍କୁ ହସ୍ତାନ୍ତର କରାନଯାଏ ତାହେଲେ ଭୋକ୍ ଉପାସରେ ହେଉ ମରିଯିବେ ନଚେତ୍ ଏହି ସମାଜରେ ବୋହୁତ କଳୁଷିତ ଲୋକ ଅଛନ୍ତି ଏହି କୋମଳ ମତି ଛୁଆଙ୍କୁ ନେଇ ବିଭିନ୍ନ ଅପରାଧିକ କାମରେ ନିୟୋଜିତ କରି ପିଲାଙ୍କୁ ଖରାପ କରିଦେବେ । ନଚେତ୍ ବଡ଼ ହେଲେ ମୂରବୀ ଶୂନ୍ୟ ହୋଇ ମଦ,ଗଞ୍ଜେଇ ଖାଇ ଚୋରିକରି ନଷ୍ଟ ହୋଇଯିବେ । ତେଣୁକରି ଯୁବସମାଜ ସେବୀ ରାଜେଶ୍ ସରକାରଙ୍କ ପାଖରେ ଦାବି କରୁଛନ୍ତି ତୁରନ୍ତ ଏହି ପରିବାର ର ତିନିଗୋଟି ଛୁଆ ଙ୍କୁ ଥଇଥାନ କରନ୍ତୁ ଏହି ପିଲା ବଞ୍ଚିଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking