36.4 C
Bhubaneswar
Wednesday, May 25, 2022
Homeଓଡିଶାସିଏମସି ଏନଫୋର୍ସମେଣ୍ଟ ଟିମର ଚଢଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜରିମାନା

ସିଏମସି ଏନଫୋର୍ସମେଣ୍ଟ ଟିମର ଚଢଉ: ଦୋକାନ ସିଲ, ଅମାନିଆଙ୍କ ଠାରୁ ଜରିମାନା

କଟକ : କଟକରେ କରୋନା କଟକଣା ଜାରି ରହିଥିବାବେଳେ କିଛି ଲୋକ ଏହାକୁ ମାନୁନଥିବା ଭଳି ଘଟଣା ଦେଖିବାକୁ ମିଳିଛି । ତେଣୁ ଅମାନିଆଙ୍କୁ ସାବାଡ କରିବା ଲାଗି ସିଏମସି ଓ ସ୍ଥାନୀୟ ଥାନାର ଏକ ସ୍ୱତନ୍ତ୍ର ଟିମ ଚଢାଉ ଜାରି ରଖିଛି । ସିଏମସି ପକ୍ଷରୁ ପହିଲି ରଜ ନେଇ ବିଭିନ୍ନ ଦୋକାନ ବଜାରରେ ଜନଗହଳି ଦେଖିବାକୁ ମିଳିଥିଲା । ତେଣୁ କୋଭିଡ କଟକଣାକୁ କଡ଼ାକଡ଼ି କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି । ଏନଫୋର୍ସମେଣ୍ଟ ଟିମର ମୁଖ୍ୟ ପରେଶ କୁମାର ନାୟକଙ୍କ ନେତୃତ୍ୱରେ ବାଦାମବାଡି, ବଜ୍ରକବାଟୀ, ମାଛୁଆ ବଜାର, ମଙ୍ଗଳାବାଗ, ବକ୍ସିବଜାର, ବାଲୁବଜାର, କାଠଗୋଲା ସାହି ଆଦି ଅଞ୍ଚଳରେ ଚଢ଼ାଉ କରାଯାଇଥିଲା ।

ତେବେ ସୃଷ୍ଟି କୋଭିଡ ହସ୍ପିଟାଲ ନିକଟରେ ଥିବା ଏକ ମଦ ଦୋକାନ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଥିଲା । ଉକ୍ତ ମଦ ଦୋକାନରେ ମଦ ନେବାକୁ ଲୋକମାନେ ସାମାଜିକ ଦୂରତା ବଜାୟ ନରଖି ଗହଳି ଜମାଇଥିଲେ । ଫଳରେ କୋଭିଡ ନିୟମ ଅନୁଯାୟୀ  ସିଏମସି ପକ୍ଷରୁ ଉକ୍ତ ମଦ ଦୋକାନକୁ ସିଲ କରାଯାଇଛି । ସେହିପରି ବାଲୁବଜାର ଅଞ୍ଚଳରେ ଜଣେ ବ୍ୟକ୍ତି ରାସ୍ତା ଉପରେ ବାଲି ଜମା କରି ଘର କାମ କରୁଥିଲେ । ସ୍ଥାନୀୟ ଅଞ୍ଚଳରେ ଲୋକମାନେ ସେହି ରାସ୍ତାରେ ଯିବା ଆସିବାରେ ଅସୁବିଧା ହେବାରୁ ଏନଫୋର୍ସମେଣ୍ଟ ଟିମ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରୁ ଜୋରିମାନା ଆଦାୟ କରିବା ସହ ରାସ୍ତାରେ ଘର ନିର୍ମାଣ ପାଇଁ କୌଣସି ସାମାଗ୍ରୀ ନରଖିବାକୁ ଚେତାବନୀ ଦିଆଯାଇଛି । ଏହାଛଡା ବିଭିନ୍ନ ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଡାଉ କରି ମୋଟ ୧୫ହଜାର ଜୋରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking