39.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଧୀରେ ଧୀରେ ସମସ୍ତଙ୍କର ଉଚ୍ଚତା ହାରାହାରି ୩.୫ଫୁଟକୁ ହ୍ରାସ ପାଇବ, ଆଶ୍ଚର୍ଯ୍ୟଜନକ ଦାବୀ

ଧୀରେ ଧୀରେ ସମସ୍ତଙ୍କର ଉଚ୍ଚତା ହାରାହାରି ୩.୫ଫୁଟକୁ ହ୍ରାସ ପାଇବ, ଆଶ୍ଚର୍ଯ୍ୟଜନକ ଦାବୀ

ନୂଆଦିଲ୍ଲୀ : ଲମ୍ବ ସାଧାରଣତଃ ଜେନେଟିକ ଗଠନ ଉପରେ ନିର୍ଭର କରେ । ଅର୍ଥାତ ତୁମେ କେତେ ଛୋଟ କିମ୍ବା ଲମ୍ବା ହେବ ତାହା ତୁମର ପିତାମାତାଙ୍କ ଉଚ୍ଚତା ଦ୍ୱାରା ନିର୍ଣ୍ଣୟ କରାଯାଇଥାଏ । କିନ୍ତୁ ବର୍ତ୍ତମାନ ଏକ ଅଧୟନରେ ଆଶ୍ଚର୍ଯ୍ୟଜନକ କଥା ପ୍ରକାଶ ପାଇଛି । ଯଦି ଲୋକମାନେ ସମୟ ଆଗରୁ ନ ବୁଝନ୍ତି ତେବେ ଆଗାମୀ ସମୟରେ ସମସ୍ତଙ୍କ ଉଚ୍ଚତା ସର୍ବାଧିକ ସାଢେ ତିନି ଫୁଟ କୁ ହ୍ରାସ ପାଇବ । ବିଶ୍ୱାସ କରାଯାଏ ଯେ ଉଚ୍ଚ ଉଚ୍ଚତା ବିଶିଷ୍ଟ ଲୋକଙ୍କର ଭଲ ବ୍ୟକ୍ତିତ୍ୱ ରହିଥାଏ । ଏଭଳି ପରିସ୍ଥିତିରେ ପିଲା ଦିନରୁ ସମସ୍ତ ପିତାମାତା ନିଜ ପିଲାମାନଙ୍କର ଉଚ୍ଚତାକୁ ନେଇ ଚିନ୍ତିତ ହୁଅନ୍ତି । କିନ୍ତୁ ଯଦି ବର୍ତ୍ତମାନ ଯାହା ଅନୁମାନ କରାଯାଉଛି ତାହା ସତ୍ୟ ହୁଏ ତେବେ ଏ ସମସ୍ତ ଆଲୋଚନା ଅର୍ଥହୀନ ହୋଇଯିବ । ବୈଜ୍ଞାନିକଙ୍କ ଅନୁସନ୍ଧାନରେ ଏହା ପ୍ରମାଣିତ ହୋଇଛି ଯେ ମଣିଷ ଦ୍ୱାରା ଅଙ୍ଗାରକାମ୍ଲ ନିର୍ଗମନ ଶିଖରରେ ପହଁଚିଛି । ବିଶ୍ୱ ତାପମାତ୍ରା ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି ।ମୋଟ ଉପରେ ଦ୍ରୁତ ଜଳବାୟୁ ପରିବର୍ତ୍ତନ ର ଖରାପ ପରିଣାମ ସାମ୍ନାକୁ ଆସୁଛି । ଏଡିନବର୍ଗ ୟୁନିଭରସିଟିର ପ୍ରଫେସର ଷ୍ଟେଭ ବ୍ରୁସେଟ କହିଛନ୍ତି କି ଜଳବାୟୁ ପରିବର୍ତ୍ତନ ସ୍ଥିତି ରେ ମଣିଷ କୁ ବଂଚି ରହିବାକୁ ହେଲେ ମଣିଷ ଧୀରେ ଧୀରେ ସଙ୍କୁଚିତ ହୋଇଯିବ । ରିପୋର୍ଟ ଅନୁଯାୟୀ, ଫ୍ରଫେସର ବ୍ରୁସେଟ ଅନୁସନ୍ଧାନରେ ହୋମୋଫ୍ଲୋରାକେନ୍ସିସ ଦର୍ଶାଇ କହିଛନ୍ତି ,ହଜାର ହଜାର ବର୍ଷ ପୂର୍ବେ ଇଣ୍ଡୋନେସିଆ ନିକଟ ଏକ ଦ୍ୱିପରେ ଲୋକଙ୍କ ଉଚ୍ଚତା ତିନି ଫୁଟ ଥିଲା । ସେ ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷ ହୋଇଥିବା ଏକ ସନ୍ଧାନ ରୁ ଜଣା ପଡିଛି କି ପୃଥିବୀର ତାପମାତ୍ରା ଏବଂ ଶରୀରର ଆକାର ମଧ୍ୟରେ ସିଧାସଳଖ ସମ୍ପର୍କ ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking