31.1 C
Bhubaneswar
Friday, March 29, 2024
Homeଓଡିଶାସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ସଫେଇ କର୍ମଚାରୀଙ୍କ ଆନ୍ଦୋଳନ

ମୟୂରଭଞ୍ଜ : ଦରମା, କିଟସ ଓ ଇପିଏଫ ଦାବିରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ବାରିପଦା ପୌରପରିଷଦ ଅଞ୍ଚଳର ସଫେଇ କାର୍ଯ୍ୟ ଠିକା ନେଇଥିବା ସଂସ୍ଥା ପକ୍ଷରୁ ନିୟମିତ ଦରମା ପ୍ରଦାନରେ ବିଳମ୍ବ, କିଟସ ଯୋଗାଇ ଦିଆନଯିବା ଏବଂ ଇପିଏଫ ରସିଦ ନ ଦିଆଯିବା ଭଳି ସଂସ୍ଥାର ମନମୁଖୀ କାର୍ଯ୍ୟର ପ୍ରତିବାଦ କରି  କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀମାନେ  ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ , ଜାନୁଆରୀ ଓ ଫେବୃଆରୀ ମାସର ଦରମା ମିଳିନଥିବା ବେଳେ ସରକାରଙ୍କ ଧାର୍ଯ୍ୟ ମଜୁରୀଠାରୁ କମ ଦରମା ଦେଉଛି ଠିକା ସଂସ୍ଥା । ପୁଣି ସଫେଇ କାର୍ଯ୍ୟ ନେଇଥିବା ଠିକା ସଂସ୍ଥା ଇପିଏଫ ବାବଦରେ ଟଙ୍କା କାଟୁଥିବା ବେଳେ ତାର ରସିଦ କର୍ମଚାରୀମାନଙ୍କୁ ଦିଆଯାଉ ନଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ । ସରକାରୀ ନିୟମ ଅନୁସାରେ ଠିକାସଂସ୍ଥା କର୍ମଚାରୀମାନଙ୍କୁ ଆବଶ୍ୟକୀୟ କିଟସ ଯୋଗାଇ ଦେଉନାହିଁ । ଫଳରେ ଅସନ୍ତୁଷ୍ଟ ସଫେଇ କର୍ମଚାରୀମାନେ ବାରିପଦା ପୌରପରିସରରେ ଆନ୍ଦୋଳନ ଚଲାଇଥିବା ବେଳେ ଆଲୋଚନା ପାଇଁ କୌଣସି ପୌର ଅଧିକାରୀ ଆସିନଥିବା ଦେଖିବାକୁ ମିଳିଛି । ତେବେ ସହରର ସଫେଇ କାର୍ଯ୍ୟକୁ ତ୍ୱରାନ୍ୱିତ ପ୍ରତି ବିଭାଗ କେତେ ତତ୍ପର ଏବଂ ଯତ୍ନଶୀଳ ଏହା ତାର ପ୍ରମାଣ । ଫଳରେ ପୌରପରିଷଦର ଅସହଯୋଗରେ ଅତିଷ୍ଠ କର୍ମଚାରୀମାନେ ବାଧ୍ୟ ହୋଇ ଶ୍ରମ ଅଧିକାରୀଙ୍କୁ ଭେଟି ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିବା ଦେଖିବାକୁ ମିଳିଛି ।

ପ୍ରକାଶଯୋଗ୍ୟ, ଗତକିଛି ମାସ ପୂର୍ବରୁ ବାରିପଦା ପୌରପରିଷଦର ସଫେଇ କର୍ମଚାରୀମାନେ ଦରମା ନ ପାଇଥିବା ଯୋଗୁଁ ପ୍ରତିବାଦରେ ଅଳିଆ ଆଣି ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଢାଳିବା ଭଳି ଦୃଶ୍ୟ ନଜରକୁ ଆସିଥିବା ବେଳେ ଆଜି ପୁଣି ଦେଖାଦେଇଛି ଅସନ୍ତୋଷ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking