ସ୍ବେଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ ଜାରି

berhmapur

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ସ୍ବେଛାସେବୀ ସଂଗଠନ ଟିମ କ୍ଲିନ ସିଟି ପକ୍ଷରୁ ଜାରି ରହିଛି ସାପ୍ତାହିକ ସମାଜ ସେବା କାର୍ଯ୍ୟକ୍ରମ। ପୂର୍ବରୁ ବ୍ରହ୍ମପୁର ସହରକୁ ପୋଷ୍ଟର ମୁକ୍ତ କରିବା ଓ ଅସହାୟଙ୍କୁ ସହାୟ ହୋଇ ବେଶ ପ୍ରଶଂସା ସାଉଁଟି ଥିବା ଏହି ଟିମ ପକ୍ଷରୁ ବର୍ତ୍ତମାନ ସହରରେ ଅବହେଳିତ ଅବସ୍ଥାରେ ରହିଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ଅବସରରେ ଟିମ ପକ୍ଷରୁ ପୂର୍ବରୁ ୭ ଜଣ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଉଦ୍ଧାର କରାଯାଇଥିବା ବେଳେ ଆଜି ଅଷ୍ଟମ ପର୍ଯ୍ୟାୟରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ ଟିମ ପକ୍ଷରୁ ହାତକୁ ନିଆଯାଇଥିଲା। ବ୍ରହ୍ମପୁର ସହରର ପୁରୁଣା ବସଷ୍ଟାଣ୍ଡ ଠାରେ ଥିବା ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଟିମ ପକ୍ଷରୁ ସଫା କରାଯିବା ସହ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କରି ସ୍ମୃତି ଚାରଣ କରାଯାଇଥିଲା। ଆଜିର ଏହି କାର୍ଯ୍ୟକ୍ରମରେ ଟିମ କ୍ଲିନ ସିଟିର ସକ୍ରିୟ ସଦସ୍ୟ ଅଞ୍ଜଳି ମହାନ୍ତି, ନଗେଶ୍ୱର ପୃଷ୍ଟି, ପଦ୍ମିନୀ ମିଶ୍ର, ଲଳିତ ମଙ୍ଗରାଜ ପ୍ରମୁଖ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ ଟିମର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଆଗକୁ ମଧ୍ୟ ଏଭଳି ସମାଜସେବା କାର୍ଯ୍ୟ ଯଥା ଅସହାୟଙ୍କୁ ଉଦ୍ଧାର ଓ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫେଇ କାର୍ଯ୍ୟ ଜାରି ରହିବ ବୋଲି ଟିମ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here