ମୂର୍ତ୍ତୀ ବିବାଦ: ହାଇକୋର୍ଟରେ ୫ ମାମଲା

ଭୁବନେଶ୍ୱର: କଟକରେ ଦୁର୍ଗା ମୂର୍ତ୍ତି ଉଚ୍ଚତା ନିର୍ଦ୍ଧାରଣ ପ୍ରସଙ୍ଗରେ ୫ଟି ମାମଲା ରୁଜୁ ହୋଇଛି । ତେବେ ହାଇକୋର୍ଟରେ ୩ଟି ମାମଲା ରୁଜୁ କରିଛି ବାଲୁବଜାର ପୂଜା କମିଟି । ଅଇଦାଲତ ଅବମାନନା, ରିଭ୍ୟୁ ଓ ରିଟ୍ ପିଟିସନ ଦାଖଲ କରିଛି କମିଟି । ପୋଲିସ କମିଶନରଙ୍କ ନାଁରେ ଅଦାଲତ ଅବମାନନା ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ରାୟ ପୁନର୍ବିଚାର ପାଇଁ ରିଭ୍ୟୁ ପିଟିସନ ଦାଖଲ ହୋଇଛି । ପୋଲିସ କମିଶନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଂଜ କରି ରିଟ୍ ପିଟିସନ ହୋଇଛି । ଫିରିଙ୍ଗବଜାର ଏବଂ ତଳତେଲେଙ୍ଗା ବଜାର ପକ୍ଷରୁ ବି ରିଟ୍ ପିଟିସନ କରାଯାଇଛି ।

LEAVE A REPLY

Please enter your comment!
Please enter your name here