28.1 C
Bhubaneswar
Friday, March 29, 2024
Homeଅପରାଧନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

ଝାଡ଼ଖଣ୍ଡ : ଦେଶରେ ଦିନକୁ ଦିନ ନାରୀ ନିଯାର୍ତନା ଓ ଗଣଦୁଷ୍କର୍ମ ବଢିବାରେ ଲାଗିିଛି । ବିଶେଷ କରି ଏହାର ଶିକାର ହେଉଛନ୍ତି ନାବଳିକା । ସେହିପରି ଜଣେ ୧୨ ବର୍ଷ ନାବାଳିକାକୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି । ଶୁକ୍ରବାର ଦିନ ଝାଡ଼ଖଣ୍ଡର ଡ଼ୁମ୍‌କା ଜିଲ୍ଲାରେ ଗୋଟିଏ ନାବାଳିକାର ମୃତ ଶରୀର ଚିଡ଼ି ଗ୍ରାମର ଏକ ବୁଦା ମୁଳ ରୁ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ମୁତାବକ, ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଟ୍ୟୁସନରୁ ଫେରୁଥିବା ସମୟରେ ଅପହରଣ ପରେ ଦୁଷ୍କର୍ମ କରି ହତ୍ୟା କରାଯାଇଥିବା ରାମଗଡ଼ ପୋଲିସ୍ କହିଛି । ତେବେ ମୃତ ଶରୀରର ବ୍ୟବଛେଦ ରିପୋର୍ଟ ଆସିବା ପରେ ଅଧିକ ସୂଚନା ମିଳିପାରିବ ବୋଲି ପୋଲିସ୍ ଏସ୍‌ପି ସୂଚନା ଦେଇଛନ୍ତି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏହାର କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତିା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking