28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜୁଲାଇ 31 ପୂର୍ବରୁ ଫଳାଫଳ ଘୋଷଣା କରିବାକୁ ସମସ୍ତ ରାଜ୍ୟକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ

ଜୁଲାଇ 31 ପୂର୍ବରୁ ଫଳାଫଳ ଘୋଷଣା କରିବାକୁ ସମସ୍ତ ରାଜ୍ୟକୁ ସୁପ୍ରିମ କୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ସିବିଏସଇ  ସମେତ ଦେଶର ଅନେକ ରାଜ୍ୟର ବୋର୍ଡ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି । ଏହାସହିତ ଅନେକ ରାଜ୍ୟ ବୋର୍ଡ ପରୀକ୍ଷା ଫଳାଫଳ ପ୍ରସ୍ତୁତ କରିବାର ଫର୍ମୁଲା ବି ଘୋଷଣା କରିସାରିଛନ୍ତି । ବର୍ତମାନ ଦ୍ୱାଦଶ  ଶ୍ରେଣୀ ଛାତ୍ରଛାତ୍ରୀ ଅତି ଉତ୍ସାହର ସହ ତାଙ୍କ ଫଳାଫଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି । ସେହିଭଳି ଆଜି  ସୁପ୍ରିମକୋର୍ଟରେ ବୋର୍ଡ ପରୀକ୍ଷାକୁ ନେଇ ହୋଇଥିବା ଶୁଣାଣୀ ମଧ୍ୟରେ ସର୍ବୋଚ୍ଚ ନ୍ୟାୟାଳୟ  ସମସ୍ତ ଷ୍ଟେଟ ବୋର୍ଡକୁ ଆଦେଶ ଦେଇଛନ୍ତି କି , ୩୧ ଜୁଲାଇ ପୂର୍ବରୁ ଫଳାଫଳ ଘୋଷଣା କରାଯିବ । କହିରଖୁଛୁ, ସୁପ୍ରିମକୋର୍ଟ ଆଜି କହିଛନ୍ତି, ରାଜ୍ୟ ବୋର୍ଡର ଦ୍ୱାଦଶ  ଶ୍ରେଣୀ ପରୀକ୍ଷା ପାଇଁ ଆନ୍ତରିକ ମୂଲ୍ୟାଙ୍କନ ଯୋଜନା କରିବା ଓ ମୂଲ୍ୟାଙ୍କନ ଆଧାରରେ ଫଳାଫଳ ୩୧ ଜୁଲାଇ ଭିତରେ ଘୋଷଣା କରିବାର ଆବଶ୍ୟକତା ରହିଛି । ଏହାକୁ ୧୦ ଭିତରେ ପ୍ରସ୍ତୁତ କରିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking