30.1 C
Bhubaneswar
Wednesday, April 24, 2024
Homeଅପରାଧକାଜୁ ବଗିଚା ନିଲାମକୁ ନେଇ ଗୋଷ୍ଠି ସଂଘର୍ଷ, ୨ମୃତ, ୧୩ ଆହତ

କାଜୁ ବଗିଚା ନିଲାମକୁ ନେଇ ଗୋଷ୍ଠି ସଂଘର୍ଷ, ୨ମୃତ, ୧୩ ଆହତ

ରଣପୁର : କାଜୁ ବଗିଚା ନିଲାମକୁ ନେଇ ଗୋଷ୍ଠି ସଂଘର୍ଷ,ଦୁଇ ମୃତ, ୧୩ ଆହତ । ଏଭଳି ଦୁଃଖଦ ଘଟଣା ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଇପଡ଼ା ପଂଚାୟତ ଅଧୀନ ରାଣିଗଡ଼ିଆ ଗା’ରେ ଘଟିଛି । ଆହତମାନଙ୍କୁ ପ୍ରଥମେ ଟାଙ୍ଗୀ ହସ୍ପିଟାଲକୁ ପଠାଯାଇଥିଲା । ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି । ଏହାକୁ ନେଇ ଗ୍ରାମରେ ଉତେଜନା ଦେଖାଦେଇଛି ।
ସୂଚନା ଅନୁଯାୟୀ, ରାଇପଡ଼ା ଗାଁ’ର ସୁବଳ ପ୍ରଧାନଙ୍କ ପୁଅ ବେଣୁଧର ପ୍ରଧାନ ରଣପୁର ବ୍ଲକ୍ ଅନ୍ତର୍ଗତ ରାଇପଡ଼ା ପଞ୍ଚାୟତ ଅଧୀନ କଦମଝୋଲା–୩ କାଜୁ ବଗିଚାରୁ ମଞ୍ଜି ସଂଗ୍ରହ କରିବା ପାଇଁ ଭୁବନେଶ୍ବରସ୍ଥିତ ଓଡ଼ିଶା କାଜୁ ଉନ୍ନୟନ ନିଗମ ତରଫରୁ ନିଲାମ ନେଇଥିଲେ। ଏ ନେଇ ଆଜି ୮ ଜଣ ଲୋକ ୯ ବସ୍ତା ମଞ୍ଜି ସଂଗ୍ରହ କରିଥିବା ବେଳେ ଶୁକ୍ରବାର ରାଇପଡ଼ା ନୂଆସାହିର ଅଶୋକ ଭଟ୍ଟ, କେଳୁ ବେହେରା, ସୁର ମାଝି, ହାଡ଼ିଆ ବେହେରା, ବ୍ରହ୍ମଚାରୀ ମାଝି, ଧନୁ ବେହେରା, ହାଡ଼ିଆ ପଲେଇଙ୍କ ସମେତ ୩୦/୪୦ ଜଣ ବ୍ୟକ୍ତି ହାତରେ ଖଣ୍ତା ଧରି ସେମାନଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ଡୁଙ୍ଗ ପ୍ରଧାନ (୪୦) ଓ ବିରଞ୍ଚି ପ୍ରଧାନ (୫୫) ଗୁରୁତର ଆହତ ହୋଇଥିବା ବେଳେ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ତୁରନ୍ତ ଟାଙ୍ଗୀ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡୁଙ୍ଗଙ୍କର ମୃତ୍ୟୁ ଘଟିଥିଲା। ପରେ ବିରଞ୍ଚିଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିପରି ଏହି ସଂଘର୍ଷରେ ଗୋଟିଏ ଗୋଷ୍ଠୀର ରାଧା ପ୍ରଧାନ (୨୫), ସତ୍ୟ ନାୟକ (୪୦), ବସନ୍ତ ନାୟକ (୪୫), ଶାନ୍ତି ନାୟକ (୪୦), ସବିତା ନାୟକ (୩୦), ପଞ୍ଚେଇ ନାୟକ (୪୦), ସୁମି ନାୟକ (୨୮), ମଞ୍ଜୁ ନାୟକ (୩୫), ଭଜି ପ୍ରଧାନ (୨୨) ଆଦି ଆହତ ହୋଇଥିବା ବେଳେ ବିପକ୍ଷ ଗୋଷ୍ଠୀର ଅନନ୍ତ ବେହେରା (୫୦), ଗଜି ବେହେରା (୫୨), ଅଜୟ ବେହେରା (୨୫) ଆହତ ହୋଇଛନ୍ତି। ସେମାନଙ୍କୁ ଟାଙ୍ଗୀ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ପୁଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରୁଛି ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking