34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଦୁଇ ଦେଶ ସୀମାରେ ଅବସ୍ଥିତ ଏହି ସହର, ହେଲେବି ଲୋକଙ୍କ ମଧ୍ୟରେ ନାହିଁ ସୀମା ବିବାଦ

ଦୁଇ ଦେଶ ସୀମାରେ ଅବସ୍ଥିତ ଏହି ସହର, ହେଲେବି ଲୋକଙ୍କ ମଧ୍ୟରେ ନାହିଁ ସୀମା ବିବାଦ

ଭୁବନେଶ୍ୱର: ସୀମା ବିବାଦ ବିଶ୍ୱ ଅଶାନ୍ତିର ପ୍ରମୁଖ କାରଣ । କିଛି କିଛି ଦେଶ ମଧ୍ୟରେ ତ ସୀମା ବିବାଦକୁ ନେଇ ବର୍ଷ ବର୍ଷ ଧରି ତିକ୍ତତା ରହିଆସିଛି । କିନ୍ତୁ ୟୁରୋପୀୟ ଦେଶର ବାର୍ଲେ ସହର ଏହି କ୍ଷେତ୍ରରେ ବହୁତ ସୌଭାଗ୍ୟଶାଳୀ ଅଟେ । ସହରର ଭୌଗଳିକ ବିଭାଜନ ଦେଖିବାକୁ ବହୁତ କୌତୁହଳ ପୂର୍ଣ୍ଣ ଅଟେ । ଅଧା ସହର ନେଦରଲ୍ୟାଣ୍ଡରେ ତ ଅଧା ସହର ବେଲଜିୟମ୍‌ରେ । ରାସ୍ତା, ସଂଗ୍ରହାଳୟ, ରେଷ୍ଟୋରାଣ୍ଟକେବଳ ନୁହେଁ ଘରର ମଝିରେ ବି ଯାଇଛି ଏହି ସୀମାରେଖା । ମାନେ କିଛି ଘରର ଅଧା ଅଂଶ ବେଲଜିୟମ୍‌ରେ ତ ଅଧା ଅଂଶ ନେଦରଲ୍ୟାଣ୍ଡରେ । ମଜାର କଥା ଏହା ଯେ, ଏହି ବିଭାଜନ ପରେ ଭି ସହର ବାସୀ ବହୁତ ଖୁସି । କାରଣ ଏହା ପରେ ଏହି ସହର ବର୍ତ୍ତମାନ ପର୍ଯ୍ୟଟନସ୍ଥଳୀ ପାଲଟିଯାଇଛି । ଦୁଇ ଭାଗରେ ଭାଗ ହେଇ ମଧ୍ୟ ଲୋକେ ଏହି ଜାଗାକୁ ବୁଲିବାକୁ ଏବଂ ଫୋଟ ଉଠାଇବାକୁ ଆସିଥାନ୍ତି । ଲାଲ ଇଟାରେ ତିଆରି ଘର ଏବଂ ଦୁଇ ଭାଗରେ ବିଭକ୍ତ ରାସ୍ତା ଦେଖିବାକୁ ବହୁତ ଅନନ୍ୟ । ଏଠାରେ ଗୋଟିଏ ଦେଶରେ ଚଉକି ଉପରେ ବସି ଅନ୍ୟ ଦେଶରେ ଟିଭି ଦେଖିହବ । ଏଠାରେ ପ୍ରତ୍ୟେକ ଚାଲିରେ ସୀମା ଲାଙ୍ଘି ହେବ । ଏଠି ସୀମା ଲଘଂନ କଲେ ମଧ୍ୟ ଗୁପ୍ତଚର ଭାବି ଜେଲ ଯିବାକୁ ପଡ଼ିବନି । ବେଲଜିୟମ୍‌ରେ ଥିବା ଭାଗକୁ ବାର୍ଲେ ହେରଟୋଗ୍ ଏବଂ ନେଦରଲ୍ୟାଣ୍ଡରେ ଥିବା ଭାଗକୁ ବାର୍ଲେ ନାସାୟୁ ନାମରେ ଜଣାଯାଇଥାଏ ।

ତେବେ ୧୮୩୦ ମସିହାରେ ବେଲଜିୟମ୍ ନେଦରଲ୍ୟାଣ୍ଡ ଠାରୁ ଅଲଗା ହୋଇ ଅନ୍ୟ ଏକ ରାଷ୍ଟ୍ରରେ ପରିଣତ ହେଲା । ସୀମା ନିର୍ଦ୍ଧାରଣ କରିବା ସମୟରେ ଉତ୍ତର ସାଗର ତଟରୁ ଜର୍ମାନ ରାଜ୍ୟ ପର୍ଯ୍ୟନ୍ତ ସୀମା ନିର୍ଦ୍ଧାରଣ କରାଗଲା । କିନ୍ତୁ ଏହି ଭାଗରେ ପହଞ୍ଚିଲାବେଳକୁ ସୀମା ବିବାଦକୁ ପରେ ହିସାବ କରିବା ପାଇଁ ଛାଡ଼ିଦିଆଗଲା । ଆଉ ଯେତେବେଳେ ସୀମା ନିର୍ଦ୍ଧାରଣ କରାଗଲା ସେତିକି ଭିତରେ ସେହି ସ୍ଥାନରେ ସହର ହୋଇଯାଇଥିଲା । ଲୋକେ ଘର ତିଆରି କରି ବସତି ସ୍ଥାପନ କରି ସାରିଥିଲେ । ତେବେ ବିବାଦରୁ ବଞ୍ଚିବା ପାଇଁ ନିଷ୍ପତି ନିଆଗଲା ଯେ, ଯେଉଁ ଘରର ଦ୍ୱାର ଯେଉଁ ଦେଶରେ ଖୋଲିବ ତାକୁ ସେଇ ଦେଶର ନାଗରିକତା ମିଳିବ । ବାର୍ଲେ ଠାରେ ଦୁଇଟି ମହାପୌର, ଦୁଇଟି ପାଳିକା, ଦୁଇଟି ପୋଷ୍ଟଅଫିସ ଅଛି । ଏସବୁ ଉପରେ ଏକ ନିୟାମକ ସମିତି କରାଯାଇଛି ଯାହା ଦୁଇ ଦେଶ ମଧ୍ୟରେ ଥିବା ବିଷୟ ବୁଝିଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking