27.1 C
Bhubaneswar
Friday, March 29, 2024
Homeଓଡିଶାହଇଜା ଆତଙ୍କ!: ଝାଡ଼ାବାନ୍ତିରେ ୫ ଅସୁସ୍ଥ

ହଇଜା ଆତଙ୍କ!: ଝାଡ଼ାବାନ୍ତିରେ ୫ ଅସୁସ୍ଥ

ଭଦ୍ରକ : ଭଣ୍ଡାରିପୋଖରୀ ବ୍ଲକ୍ ବିଷ୍ଣୁପୁର ପଞ୍ଚାୟତ ମିରହସନପୁର ଗ୍ରାମ ବିରିବିନ୍ଧା ଶାସନ ସାହିରେ ହଇଜା ଦେଖାଦେଇଛି । ଏହାକୁ ନେଇ ଗ୍ରାମାଞ୍ଚଳରେ ଆତଙ୍କ ଖେଳିଯାଇଛି ।  ଆକ୍ରାନ୍ତମାନେ ହେଲେ  ବୈଦେହୀ ମିଶ୍ର(୮୫), କମଳାକାନ୍ତ ମିଶ୍ର(୭୫), କୃପାସିନ୍ଧୁ ମିଶ୍ର(୫୦), କ୍ଷୀରସିନ୍ଧୁ ମିଶ୍ର(୪୨), ରତ୍ନପ୍ରଭା ମିଶ୍ର(୩୦) । ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରୁ ତିନି ଜଣ ଚିକିତ୍ସିତ ହୋଇ ଘରକୁ ଫେରିଥିବା ବେଳେ ଅଦ୍ୟାବଧି ଦୁଇଜଣ ଚିକିତ୍ସାଧୀନ ଅଛନ୍ତି ।

ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅମୂଲ୍ୟ ନାୟକ ଖବର ପାଇ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସୂଚନା ଦେଇଥିଲେ । ପରେ ସରପଞ୍ଚଙ୍କ ସହିତ ମେଡିକାଲ କର୍ମଚାରୀ ଗାଁରେ ପହଞ୍ଚି ଝାଡ଼ାବାନ୍ତି  ଆକ୍ରାନ୍ତ ହୋଇଥିବା ପରିବାର ବର୍ଗଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରିଥିବା ବେଳେ ଆଗକୁ କିଭଳି ଏହା ବ୍ୟାପିବନାହିଁ ସେ ନେଇ ଲୋକମାନଙ୍କୁ ସଚେତନ କରିଥିଲେ ।

ଏ ବାବଦରେ ଜିଲ୍ଲା ଚିକିତ୍ସାଧିକାରୀ ସନ୍ତୋଷ ପାତ୍ରଙ୍କ ମତାମତ ନେବାରୁ ତାଙ୍କୁ ଏପର୍ଯ୍ୟନ୍ତ କେହି ଜଣାଇ ନଥିବା କହିଥିଲେ । ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୂଚନାକୁ ଆଧାର କରି ଖବର ବୁଝିବା ସହ ଗାଁରେ ସ୍ୱାସ୍ଥ୍ୟକର୍ମୀ, ଆଶାଦିଦି ଓ ଅନ୍ୟାନ୍ୟ କର୍ମଚାରୀ  ପହଞ୍ଚି ସ୍ଥିତି ଉପରେ ନଜର ଦେଇଥିବା ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking