29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗ୧୬୬ତମ ଦିବସରେ ପହଁଚିଲା କରୋନା ସଚେତନତା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ରିଲିଫ ବଣ୍ଟନର...

୧୬୬ତମ ଦିବସରେ ପହଁଚିଲା କରୋନା ସଚେତନତା ସହ ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱତନ୍ତ୍ର ରିଲିଫ ବଣ୍ଟନର କାର୍ଯ୍ୟକ୍ରମ

ଯାଜପୁର : ଗୋଟିଏ ପଟରେ ସମଗ୍ର ବିଶ୍ଵକୁ ମହାମାରୀ କରୋନା ଆଚ୍ଛାଦିତ କରିଥିବା ବେଳେ ଆରପଟେ ଆଜି ଓଡ଼ିଶାର ବିଭିନ୍ନ ଅଞ୍ଚଳମାନଙ୍କରେ ବନ୍ୟାର ତାଣ୍ଡବଲୀଳା ଛଡ଼ାଇନେଇଛି ମଣିଷର ଜୀବନ ଜୀବିକା ସବୁକିଛି।ଗୋଟିଏ ପକ୍ଷରେ ସଚେତନତା ଏକ ନିରସ୍ତ୍ର ସୈନିକର ଆୟୁଧ ସାଜି ମହାମାରୀ କରୋନାକୁ ପ୍ରତିହତ କରୁଥିବା ବେଳେ ଅପର ପକ୍ଷରେ ମଣିଷ ବଞ୍ଚିବା ଜାରି ରଖିଛି ତା’ର ପ୍ରକୃତି ସହିତ ସଂଗ୍ରାମ ଟିକକ।ଉଭୟ ସଚେତନତା ଓ ରିଲିଫ ସାମଗ୍ରୀର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୬୬ଦିନ ଧରି କରୋନା ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନ ମାନଙ୍କରେ ଜାରିରଖିଥିବା ବେଳେ ଆଜି ମହାକାଳ ବନ୍ୟାର ତାଣ୍ଡବଲୀଳାରୁ ଲୋକମାନଙ୍କୁ ରକ୍ଷା କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇ ଦୀର୍ଘଦିନ ଧରି ଏହି ସଂଗଠନ ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାର ବନ୍ୟାପ୍ରଭାବିତ ବିଭିନ୍ନ ଅଞ୍ଚଳମାନଙ୍କରେ ବଜାୟ ରଖିଛି ସଚେତନତା ସହ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ।ଆଜି ଓଡ଼ିଶା ରାଜ୍ୟର ବାବଲପୁରସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନ ମାନଙ୍କରେ ରିଲିଫ ବଣ୍ଟନ ସହ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ଆର୍ଥିକ ସହାୟତା ପ୍ରଦାନ ଏବଂ କରୋନା ସଚେତନତା କାର୍ଯ୍ୟକ୍ରମ କରୁଥିବାର ଦେଖିବାକୁ ମିଲିଥିବାବେଳେ ଆଜି ଭଦ୍ରକ ବ୍ଲକର କଲେଇ ପଞ୍ଚାୟତ ଅନ୍ତର୍ଗତ କ୍ଷେତ୍ରବାସୀ ଚୁନିଦା ସମେତ ବିଭିନ୍ନ ସ୍ଥାନରେ କୁରାଳ ଫାଉଣ୍ଡେସନ ପକ୍ଷରୁ ପାଲାଗାୟିକା ସୁଶ୍ରୀ ଲକ୍ଷ୍ମୀପ୍ରିୟା ବେହେରାଙ୍କ ନେତୃତ୍ୱରେ ,ବାଦ୍ୟକାର ଶୀତାକାନ୍ତ ବେହେରା, ବିଦୁଷକ ଗଦାଧର ବେହେରା, ଆଧୁନିକ କଣ୍ଠଶିଳ୍ପୀ ସୁଶ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ,ଭଜନ କଣ୍ଠଶିଳ୍ପୀ ସ୍ୱପ୍ନାରାଣୀ ସାହୁ ଆଦି କରୋନା ନିଧନ ସମ୍ପର୍କିତ ପଥପ୍ରାନ୍ତ ପାଲା ପରିବେଷଣ କରିଥିଲେ।ଏଥିରେ ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ଼୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର,ସମାଜସେବୀ କାହ୍ନୁଚରଣ ସାହୁଙ୍କ ସମେତ ସମସ୍ତ କର୍ମୀମାନଙ୍କସହ କଲେଇ ଗ୍ରାମପଞ୍ଚାୟତର ଯୁବ ସମାଜ ସେବକ ତୁଷାରକାନ୍ତ ପରିଡ଼ା,ଭଦ୍ରକ ଜିଲ୍ଲା ଯାଦବ ସଂଘର ନେତା କୃଷ୍ଣଚନ୍ଦ୍ର ବେହେରା, କୁରାଳ ଫାଉଣ୍ଡେସନର ସଭ୍ୟ ଚନ୍ଦ୍ରମଣି ବେହେରା, ଲୋକନାଥ ବେହେରା, ତପନ ବେହେରା, ବନମାଳୀ ବେହେରା, ନିରାକାର ସାହୁ,ଦିଗାମ୍ବର ସାହୁ,ପରମାନନ୍ଦ ସାହୁ,ଆନନ୍ଦ ସାହୁ,ରଶ୍ମିତା ସାହୁ,ମଧୁମତି ସାହୁ,ମଧୁସ୍ମିତା ସାହୁ,ରାମଚନ୍ଦ୍ର ସାହୁ,ବଂଶୀଧର ସାହୁ,ଦାମୋଦର ସାହୁ,ପ୍ରଭାକର ସାହୁ,ଶଶଧର ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ।ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କର ଅବସ୍ଥାରେ ସୁଧାର ଆସିବା ଯାଏ ଏହି ସ୍ଵତନ୍ତ୍ର ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଜାରିରହିବା ସହ ସମଗ୍ର ବିଶ୍ଵରୁ ମହାମାରୀ କରୋନାର ବିନାଶ ହେବାଯାଏ ଏହି ସଚେତନତା କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଅଞ୍ଚଳରେ ଜାରି ରହିବ ବୋଲି ଚିନ୍ମୟ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାଶ ମତବ୍ୟକ୍ତ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking