37.2 C
Bhubaneswar
Friday, April 19, 2024
HomeUncategorizedଭାରତରେ କୋରୋନାକୁ ନେଇ କ’ଣ କହିଲା ଚୀନ ?

ଭାରତରେ କୋରୋନାକୁ ନେଇ କ’ଣ କହିଲା ଚୀନ ?

ନୂଆଦିଲ୍ଲୀ: କାୟା ମେଲାଇଛି ପ୍ରାଣଘାତୀ ଭାଇରସ କୋରୋନା । ଏବେ ଭାରତରେ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତମାନସୁଦ୍ଧା ୨୯ ଜଣ ଏଥିରେ ଆକ୍ରାନ୍ତ ଥିବା ସୂଚନା ରହିଛି । ତେବେ ସରକାର ଏହାର ଲଢେଇ ପାଇଁ ସମସ୍ତ ପ୍ରସ୍ତୁତି କରିଛନ୍ତି । କୋରୋନା ଭାଇରସ ଯାଂଚ ପାଇଁ ୧୫ଟି ଲ୍ୟାବ୍ ଥିବା ବେଳେ ଏବେ ଆହୁରି ୧୯ଟି ଲ୍ୟାବର ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ କୋରୋନା କେନ୍ଦ୍ର ଥିବା ବୁହାନର ଡାକ୍ତର ଏହା ଭିତରେ ଭାରତକୁ କିଛି ପରାମର୍ଶ ଦେଇଛନ୍ତି । ଏସିଆର ଦୁଇଟି ବଡ ଦେଶ ହେଉଛନ୍ତି ଭାରତ ଓ ଚୀନ୍ । ଏହି ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରକାର ସମାନତା ରହିଛି । ସେମାନେ କହିଛନ୍ତି, କୋରୋନା ମୁକାବିଲା ପାଇଁ ଭାରତକୁ ପ୍ରଥମେ ପର୍ଯ୍ୟାପ୍ତ ପରିମାଣରେ ଡାକ୍ତର ରଖିବାକୁ ପଡିବ । ଏହାସହ ମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ଏହାକୁ ନେଇ ପ୍ରଶିକ୍ଷଣ ଦେବା ଉଚିତ୍ । ଯାହା ଫଳରେ କମ୍ ସଂକ୍ରମଣ ହୋଇଥିବା ବ୍ୟକ୍ତିଙ୍କୁ ସେମାନେ ସହଜରେ ଚିକିତ୍ସା କରିପାରିବେ । ଚିକିତ୍ସା ସମୟରେ କେଉଁ ଉପକରଣ ବ୍ୟବହାର କରିବା ଉଚିତ୍ ଏବଂ ନିଜକୁ କିପରି ରକ୍ଷା କରିବେ ସେଥିନେଇ ପ୍ରଶିକ୍ଷଣ କରାଇବା ଉଚିତ୍ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking