27.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଜାହାଜ ପ୍ରସଙ୍ଗ ନେଇ ଭାରତକୁ ଚୀନ୍‌ର ଚେତାବନୀ : ଚୀନ୍‌-ଶ୍ରୀଲଙ୍କା ସମ୍ପର୍କରେ ବାଧା ସୃଷ୍ଟି କରନି

ଜାହାଜ ପ୍ରସଙ୍ଗ ନେଇ ଭାରତକୁ ଚୀନ୍‌ର ଚେତାବନୀ : ଚୀନ୍‌-ଶ୍ରୀଲଙ୍କା ସମ୍ପର୍କରେ ବାଧା ସୃଷ୍ଟି କରନି

ବେଜିଂ : ଅଗଷ୍ଟ ୧୧ରୁ ୧୭ ପର୍ଯ୍ୟନ୍ତ ଚୀନ୍‌ର ଏକ ଉଚ୍ଚଶକ୍ତି ସମ୍ପନ୍ନ ଗୁଇନ୍ଦା ଯୁଦ୍ଧଜାହାଜ ‘ୟୁଆନ୍ ୱଙ୍ଗ୍ ୫’ ଶ୍ରୀଲଙ୍କାର ହାମ୍ବନଟୋଟା ବନ୍ଦରରେ ଲଙ୍ଗର ପକାଇବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଭାରତ ପକ୍ଷରୁ ଚାପ ପଡିବାପରେ ଶ୍ରୀଲଙ୍କା ସରକାର ଏହି ଜାହାଜର ଯାତ୍ରା ସମୟ ସ୍ଥଗିତ ରଖିବାକୁ ଚୀନ୍‌କୁ ଅନୁରୋଧ କରିଥିଲେ । ଏହି ପ୍ରସଙ୍ଗ ନେଇ ଚୀନ୍ ବର୍ତ୍ତମାନ ଭାରତ ଉପରେ କ୍ଷୁବ୍ଧ ହୋଇଥିବା ଜଣାପଡିଛି । ଭାରତ ଅଯଥାରେ ଚୀନ୍‌-ଶ୍ରୀଲଙ୍କା ସମ୍ପର୍କରେ ବାଧା ସୃଷ୍ଟି କରୁଛି ବୋଲି ସୋମବାର ଚୀନ୍ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେଇ ଚୀନ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ୱଙ୍ଗ୍ ୱେନ୍‌ବିନ୍ କହିଛନ୍ତି ଯେ ଉଭୟ ଶ୍ରୀଲଙ୍କା ଓ ଚୀନ୍ ନିଜସ୍ୱ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବନ୍ଧୁତା ସ୍ଥାପନ କରିଛନ୍ତି ।

ଏଥିରେ ଭାରତ ଭଳି ଏକ ତୃତୀୟ ପକ୍ଷ ରାଷ୍ଟ୍ର ହସ୍ତକ୍ଷେପ କରିବା ନିହାତି ଅଯୌକ୍ତିକ ବୋଲି ସେ କହିଛନ୍ତି । ଚୀନ୍‌ର ଏହି ଜାହାଜ ଶ୍ରୀଲଙ୍କାରେ ଅଟକିଲେ ଭାରତର ନିରାପତ୍ତା ବ୍ୟବସ୍ଥା ବିପନ୍ନ ହେବ ବୋଲି ଯାହା ଯୁକ୍ତି ଦର୍ଶାଯାଇଛି, ତାହାକୁ ୱଙ୍ଗ୍ ଭିତ୍ତିହୀନ ଦର୍ଶାଇଛନ୍ତି। ଶ୍ରୀଲଙ୍କା ଏକ ସ୍ୱାଧୀନ ରାଷ୍ଟ୍ର ହୋଇଥିବାବେଳେ ଅନ୍ୟ ରାଷ୍ଟ୍ର ସହ କିଭଳି କୂଟନୈତିକ ସମ୍ପର୍କ ସ୍ଥାପନ କରିବ, ତାହା କେବଳ ଶ୍ରୀଲଙ୍କା ସରକାର ହିଁ ନିଷ୍ପତ୍ତି ନେଇପାରିବେ । ପୂର୍ବରୁ ଚୀନ୍‌ର ଏକାଧିକ ଜାହାଜ ଶ୍ରୀଲଙ୍କା ବନ୍ଦରରେ ରହିଥିବାବେଳେ ଭାରତ କାହିଁକି ଏଥର ଆପତ୍ତି ଉଠାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଉକ୍ତ ଜାହାଜଟି ଶ୍ରୀଲଙ୍କା ଜଳରାଶିରେ ଲଙ୍ଗର ପକାଉଥିବାବେଳେ ଭାରତ ଅଯଥାରେ ଏହାର ବାଟ ଓଗାଳିଥିବା ସେ କହିଛନ୍ତି । ଅପରପକ୍ଷରେ ଉକ୍ତ ଜାହାଜର ଯାତ୍ରା ସମୟ ସ୍ଥଗିତ ରଖିବାକୁ ଶ୍ରୀଲଙ୍କାର ଏଭଳି ଅନୁରୋଧ ମଧ୍ୟ ଚୀନ୍‌କୁ ଉତ୍‌କ୍ଷିପ୍ତ କରିଛି । କଲମ୍ବୋସ୍ଥିତ ଚୀନ୍ ଦୂତାବାସ ପକ୍ଷରୁ ଏ ପ୍ରସଙ୍ଗରେ ଖୁବଶୀଘ୍ର ଶ୍ରୀଲଙ୍କାକୁ କୈଫିୟତ ତଲବ କରାଯିବ ବୋଲି ଚୀନ୍ ରାଷ୍ଟ୍ରଦୂତ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking