30.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଚୀନ୍ ପକ୍ଷରୁ ଛାୟା ଯୁଦ୍ଧ ଚାଲିଛି: ତାଇୱାନ

ଚୀନ୍ ପକ୍ଷରୁ ଛାୟା ଯୁଦ୍ଧ ଚାଲିଛି: ତାଇୱାନ

ତାଇପେ: ଆମେରିକା ବାଚସ୍ପତି ନାନ୍‌ସି ପେଲୋସିଙ୍କ ତାଇୱାନ ଗସ୍ତ ପ୍ରତିବାଦରେ ଚୀନ୍ ପକ୍ଷରୁ ବିଗତ ତିନି ଚାରିଦିନ ଧରି ତାଇୱାନ୍ ଉପକୂଳରେ ଚୀନ୍ ପକ୍ଷରୁ ବ୍ୟାପକ ସମରାଭ୍ୟାସ ଅବ୍ୟାହତ ରହିଛି । ଏପରିକି ଚୀନ୍‌ର ଏକାଧିକ ଲଢୁଆ ବିମାନ ତାଇୱାନ୍ ଆକାଶସୀମା ଉଲ୍ଲଂଘନ କରୁଥିବାବେଳେ ତାଇୱାନ ଉପକୂଳରେ ଚୀନ୍ ପକ୍ଷରୁ ଘନ ଘନ କ୍ଷେପଣାସ୍ତ୍ର ମାଡ ମଧ୍ୟ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚୀନ୍ ପକ୍ଷରୁ ଛାୟା ଯୁଦ୍ଧର ଆହ୍ୱାନ ଦିଆଯାଉଛି ବୋଲି ତାଇୱାନ୍ ଅଭିଯୋଗ କରିଛି । ତାଇୱାନକୁ ଭୟଭୀତ କରିବା ସହ ଯଦି ଆଗାମୀ ଦିନରେ ଯୁଦ୍ଧ ଘୋଷଣା କରାଯାଏ, ତାହାହେଲେ ଜଳ, ସ୍ଥଳ ଓ ଆକାଶପଥରେ ଚୀନ୍ କେତେଦୂର ନିଜ ଅଭିଯାନରେ ସଫଳ ହେବ, ତାହାକୁ କଳନା କରିବାକୁ ଏହା ଚୀନ୍‌ର ଏକ ରଣନୀତି ବୋଲି ତାଇୱାନ ପକ୍ଷରୁ କୁହାଯାଇଛି । ଶନିବାର ଚୀନ୍‌ର ୧୦ଟି ଡେଷ୍ଟ୍ରୟର ଯୁଦ୍ଧଜାହାଜ ତାଇୱାନ ଉପକୂଳରେ ସମରାଭ୍ୟାସ କରିଥିବା ଜଣାପଡିଛି । ଏହି ପ୍ରକ୍ରିୟାରେ ଚୀନ୍‌ର ଏକାଧିକ ଫ୍ରିଗେଟ୍‌, ବୁଡାଜାହାଜ ଓ ମୋବାଇଲ ଫାୟର ପାୱାର ୟୁନିଟ୍‌କୁ ମଧ୍ୟ ସାମିଲ କରାଯାଇଛି । ତାଇୱାନରେ ଥିବା ଗୁରୁତ୍ୱପୂର୍ଣ୍ଣ ଟାର୍ଗେଟଗୁଡିକୁ ଚିହ୍ନଟ କରିବା ପ୍ରକ୍ରିୟା ମଧ୍ୟ ଚୀନ୍ ପକ୍ଷରୁ ଆରମ୍ଭ ହୋଇଛି । ଇତିମଧ୍ୟରେ ଚୀନ୍‌ର ଏକାଧିକ ଯୁଦ୍ଧଜାହାଜ ଓ ଲଢୁଆ ଜେଟ୍ ତାଇୱାନ୍ ସଂଲଗ୍ନ ମଧ୍ୟରେଖା (ମେଡିଆନ୍ ଲାଇନ୍‌) ଅତିକ୍ରମ କରିଥିବାବେଳେ ଏହା ପରୋକ୍ଷରେ ଚୀନ୍‌ର ଯୁଦ୍ଧ ପ୍ରସ୍ତୁୁତି ବୋଲି ସାମରିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ସୂଚନାଯୋଗ୍ୟ ଚୀନ୍‌ର ସମସ୍ତ ଚେତାବନୀ ଓ ଧମକ ସତ୍ତ୍ୱେ ଆମେରିକା ନିମ୍ନ ସଦନର ବାଚସ୍ପତି ନାନ୍‌ସି ପେଲୋସି ତାଇୱାନ୍‌ରେ ପହଞ୍ଚିଥିଲେ । ଏହାକୁ ନେଇ ବିଶ୍ୱର ଦୁଇ ବୃହତ୍ ଶକ୍ତି ଆମେରିକା ଓ ଚୀନ୍ ମୁହାଁମୁହିଁ ଅବସ୍ଥାରେ ଉପନୀତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking