32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାରତ-ଚୀନ ସୀମାରେଖାରେ ଚୀନର ସକ୍ରିୟତା

ଭାରତ-ଚୀନ ସୀମାରେଖାରେ ଚୀନର ସକ୍ରିୟତା

ନୂଆଦିଲ୍ଲୀ : କିଛି ଦିନର ନୀରବତା ପରେ ପଡ଼ୋଶୀ ଚୀନ୍ ପୁଣିଥରେ ଭାରତ ସୀମାରେ ସକ୍ରିୟତା ଦେଖାଇବା ଆରମ୍ଭ କରିଛି । ବିବାଦୀୟ ଅଞ୍ଚଳରୁ ପ୍ରତ୍ୟାହାର ନିଜର ସୈନ୍ୟ ସଂଖ୍ୟା ବୃଦ୍ଧି କରିଛି । ପୂର୍ବ ଲଦାଖର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ସଂଘର୍ଷର ୧୭ ମାସ ପରେ ବିବାଦୀୟ ଏଲ୍‌ଏସି ଅଞ୍ଚଳରେ ନିଜର ସୈନ୍ୟମାନଙ୍କ ପାଇଁ ବଙ୍କର୍ ନିର୍ମାଣ କରିଛି । ଗୁଇନ୍ଦା ରିପୋର୍ଟ ଅନୁସାରେ ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ଲଦାଖ ଭାରତ ସୀମା ଏଲ୍‌ଏସିରେ ନିଜ ସୈନିକଙ୍କ ପାଇଁ ୮ଟି ନୂଆ ଅସ୍ଥାୟୀ ଶିବିର (ମଡ୍ୟୁଲାର୍ କଣ୍ଟେନର୍‌) ତିଆରି କରିଛି । ଏହା ବ୍ୟତୀତ ଭାରତୀୟ ସୈନିକଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ରିମୋଟ ମନିଟରିଂ ସକ୍ଷମ ସିସିଟିଭି କ୍ୟାମେରା ମଧ୍ୟ ଲଗାଇଛି ଚୀନ ।

ଏକ ଇଂରାଜୀ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଉତ୍ତରରେ ଥିବା କାରାକୋରମ ନିକଟସ୍ଥ ୱାହାବ ଜିଲ୍ଲାଠାରୁ ପିୟୁ, ହଟ୍ ସ୍ପ୍ରିଙ୍ଗସ୍‌, ଚାଙ୍ଗଲା, ତାସିଗୋଙ୍ଗ, ମଞ୍ଜା, ଏବଂ ଚୁରୁପ ପର୍ଯ୍ୟନ୍ତ ଚୀନ ତା’ର ସୈନ୍ୟ ଆଶ୍ରୟସ୍ଥଳ କରିଛି । ମିଳିଥିବା ସୂଚନା ମୁତାବକ ୮୦ରୁ ୮୪ କଣ୍ଟେନରକୁ ପ୍ରତ୍ୟେକ ସ୍ଥାନରେ ୭ଟି ଗୋଷ୍ଠୀରେ ବିଭକ୍ତ କରି ବ୍ୟବସ୍ଥିତ ଭାବେ ରଖାଯାଇଛି । ଗତବର୍ଷ ଚୀନର ସୈନ୍ୟ ଶିବିର ଠାରୁ ଚଳିତ ବର୍ଷର ଏହି ସୈନ୍ୟ ଶିବିରଗୁଡିକ ପୂରାପୁରି ଭିନ୍ନ ରହିଛି । ଏଥିସହ ଚୀନ ଏଲ୍‌ଏସି ଅଞ୍ଚଳରେ ୫୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଥିବା ସୂଚନା ମିଳିଛି । ଲଦାଖରୁ ଅରୁଣାଚଳ ପ୍ରେଦଶ ପର୍ଯ୍ୟନ୍ତ ୩.୪୮୮ କିଲୋମିଟର ମଧ୍ୟରେ ନୂଆ ଏୟାରଷ୍ଟ୍ରିପ ଏବଂ ହେଲିପ୍ୟାଡ୍ ବିକଶିତ କରିଛି ଚୀନ୍ ।

ଏହାବ୍ୟତୀତ ମିସାଇଲ୍ ମୁତୟନ ପାଇଁ ହଟନ୍‌, କାଶଗର, ଗାର୍ଗୁନ୍ସ, ଲାସା ଗୋଙ୍ଗାର ଏବଂ ଶିଗାଟେସା ଠାରେ ଥିବା ଏୟାରବେସ୍‌ର ନବୀକରଣ ମଧ୍ୟ କରୁଛି ଚୀନ୍ । ଭାରତର ଯେକୌଣସି ଏୟାରଷ୍ଟ୍ରାଇକ୍‌କୁ ମାତ୍ ଦେବା ପାଇଁ ପିଏଲ୍‌ଏ ଋଷର ଏସ୍‌-୪୦୦ ମିସାଇଲ୍ ସିଷ୍ଟମକୁ ମଧ୍ୟ ମୁତୟନ କରିଛି । ଏହା ଭୂପୃଷ୍ଠରୁ ଆକାଶ ମାର୍ଗକୁ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ଫଳରେ ଏଲ୍‌ଏସିରେ ଉତ୍ତେଜନା ସୃଷ୍ଟି ହେବାରେ ଲାଗିଛି । ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ମୁତାବକ, ଚୀନ୍‌କୁ ଉଚିତ ଜବାବ ଦେବା ପାଇଁ ଭାରତ ମଧ୍ୟ ତା’ର ସୈନ୍ୟ ଶକ୍ତି ବଢ଼ାଇଛି । ପୂର୍ବ ଲଦାଖରେ ଏଲଏସି ସମେତ ଅନେକ ଅଞ୍ଚଳରେ ଟ୍ୟାଙ୍କ ଏବଂ ଭୂପୃଷ୍ଠରୁ ଆକାଶମାର୍ଗ ଲକ୍ଷ୍ୟଭେଦ କରୁଥିବା ମିସାଇଲ ସମେତ ୫୦ ହଜାର ସୈନ୍ୟ ଠୁଳ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking