40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଶ୍ରୀଲଙ୍କାଙ୍କୁ କୈଫିୟତ୍ ଲୋଡ଼ିଲା ଚୀନ୍‌

ଶ୍ରୀଲଙ୍କାଙ୍କୁ କୈଫିୟତ୍ ଲୋଡ଼ିଲା ଚୀନ୍‌

କଲମ୍ବୋ : ଶ୍ରୀଲଙ୍କା ଦ୍ୱାରା ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ ହମ୍ବନ୍‌ଟୋଟା ବନ୍ଦର ମଧ୍ୟକୁ ଚୀନ୍ ଗୁଇନ୍ଦା ଜାହାଜର ନିର୍ଦ୍ଧାରିତ ପ୍ରବେଶକୁ ସ୍ଥଗିତ ରଖିବା ପାଇଁ କହିବା ପରେ ଏଠାରେ ଥିବା ଚୀନ୍ ଦୁତାବାସ ପକ୍ଷରୁ ଶ୍ରୀଲଙ୍କା ଅଧିକାରୀମାନଙ୍କ ସହ ତୁରନ୍ତ ବୈଠକ ପାଇଁ ଦାବି କରିଛି । ଚୀନ୍ ଅନୁସନ୍ଧାନ ଜାହାଜ ‘ୟୁଆନ୍ ୱାଙ୍ଗ୍‌-୫’ ଅଗଷ୍ଟ ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ହମ୍ବନଟୋଟା ବନ୍ଦରରେ ଅଟକିବାର କାର୍ଯ୍ୟକ୍ରମ ଥିଲା । ତେବେ ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ଉଭୟ ଦେଶର ଅଧିକାରୀଙ୍କ ମଧ୍ୟରେ ପରବର୍ତ୍ତୀ ଆଲୋଚନା ହେବା ପର୍ଯ୍ୟନ୍ତ ଏହି ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଗଷ୍ଟ ୫ ତାରିଖରେ କଲମ୍ବୋସ୍ଥିତ ଚୀନ୍ ଦୂତାବାସକୁ ଅନୁରୋଧ କରିଥିଲା । ଶ୍ରୀଲଙ୍କା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏପରି ବାର୍ତ୍ତା ମିଳିବା ପରେ ଚୀନ୍ ଦୂତାବାସ ଶ୍ରୀଲଙ୍କା ଉଚ୍ଚ ଅଧିକାରୀଙ୍କ ସହ ପ୍ରସଙ୍ଗକୁ ନେଇ ତତ୍କାଳ ବୈଠକ ପାଇଁ ଦାବି କରିଛି ।

ଏ ସମ୍ପର୍କରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ୍ ବିକ୍ରମସିଂଘେ ଚୀନ୍ ରାଜଦୂତ କି ଝେନ୍‌ହୋଙ୍ଗ୍‌ଙ୍କ ସହ ରୁଦ୍ଧଦ୍ୱାର ବୈଠକ କରିଥିବା କେତେକ ଶ୍ରୀଲଙ୍କା ନ୍ୟୁଜ୍ ପୋର୍ଟାଲ୍‌ରେ ରିପୋର୍ଟ ପ୍ରକାଶ ପାଇବା ପରେ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଶ୍ରୀଲଙ୍କାରେ ରାଜନୈତିକ ଅସ୍ଥିରତା ଦେଖାଦେଇଥିବା ମଧ୍ୟରେ ଜୁଲାଇ ୧୨ ତାରିଖରେ ସେବେକାର ସରକାର ହମ୍ବନଟୋଟା ବନ୍ଦରରେ ଚୀନ୍ ଜାହାଜକୁ ରହିବାର ମଞ୍ଜୁରୀ ପ୍ରଦାନ କରିଥିଲେ । ଚୀନ୍ ଜାହାଜ ହମ୍ବନଟୋଟା ବନ୍ଦିରରେ ଇନ୍ଧନ ଭରିବା ସହ କିଛିଦିନ ଅଟକିବାର କାର୍ଯ୍ୟକ୍ରମ ଥିଲା ।

ହମ୍ବନଟୋଟା ବନ୍ଦର ରଣନୈତିକ ଦୃଷ୍ଟିକୋଣରୁ ବହୁ ଗୁରୁତ୍ୱପୂର୍ଣ୍ଣ । ରାଜପକ୍ଷେ ପରିବାରର ଗୃହ ନଗରୀରେ ସ୍ଥିତ ଏହି ବନ୍ଦରର ଚୀନ୍‌ଠାରୁ ଋଣ ନେଇ ପୂର୍ବତନ ସରକାର ବଡ଼ ଧରଣର ବିକାଶ କାର୍ଯ୍ୟ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଉଚ୍ଚ ଟେକ୍‌ନିକ୍ ସମ୍ପନ୍ନ ଚୀନ୍ ଅନୁସନ୍ଧାନ ଜାହାଜର ହମ୍ବନଟୋଟା ବନ୍ଦରରେ ଉପସ୍ଥିତି ଭାରତର ଜାତୀୟ ସୁରକ୍ଷା ପ୍ରତି ବଡ଼ ବିପଦ ସୃଷ୍ଟି କରିବ ବୋଲି ନୂଆଦିଲ୍ଲୀ ପକ୍ଷରୁ ଶ୍ରୀଲଙ୍କାକୁ ସୂଚିତ କରାଯାଇଥିଲା । ଏହି ଜାହାଜର ସାଟେଲାଇଟ୍ ଏବଂ ଇଣ୍ଟରକଣ୍ଟିନେଣ୍ଟାଲ୍ ବାଲେଷ୍ଟିକ୍ ମିସାଇଲ୍ ଟ୍ରାକ୍ କ୍ଷମତା ଥିବାରୁ ଶ୍ରୀଲଙ୍କା ନିକଟରେ ଭାରତ ପକ୍ଷରୁ କଡ଼ା ଆପତ୍ତି କରାଯାଇଥିଲା । ଏହାପରେ ଶ୍ରୀଲଙ୍କା ଜାହାଜର ଯାତ୍ରାକୁ କିଛିଦିନ ପାଇଁ ଘୁଞ୍ଚାଇ ଦେବାକୁ ଚୀନ୍ ଦୂତାବାସକୁ କହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking