ନୂଆଦିଲ୍ଲୀ: ଚୀନ ଯଦି ତାଇୱାନ ଉପରେ ଆକ୍ରମଣ କରେ ତେବେ ତାହାର କଡା ଜବାବ୍ ଦିଆଯିବ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଚୀନ କୁ କଡ୍ଡା ଭାଷାରେ ଚେତାବନୀ ଦେଇଛନ୍ତି । ଜୋ ବାଇଡେନ କହିଛନ୍ତି କି ଚୀନ ନିଆଁ ସହ ଖେଳୁଛି ।ଚୀନ ଯଦି ଭାବୁଥାଏ ବଳ ପ୍ରୟୋଗ କରି ତାଇୱାନ କୁ କବଜା କରିବ ତେବେ ତାହା ଭୁଲ ଅଟେ । ଆମେରିକା ୱାନ ଚାଇନା ପଲିସି ରେ ରାଜି ହୋଇଛି , ହସ୍ତାକ୍ଷର ମଧ୍ୟ କରିଛି କିନ୍ତୁ ଏହା ଭାବିବା ଭୁଲ ବଳ ପ୍ରୟୋଗ କରି ତାଇୱାନ କୁ ଚୀନ ନିଜ କବଜା କୁ ନେଇପାରିବ । ଜୋ ବାଇଡେନ କହିଛନ୍ତି କି ଯଦି ଚୀନ ତାଇୱାନ ଦ୍ୱୀପ ଉପରେ ଆକ୍ରମଣ କରେ ତେବେ ଆମେରିକା ତାଇୱାନ କୁ ସୈନ୍ୟ ସହଯୋଗ କରିବ । ଏକ ଚୀନ ନୀତି ଅନୁସାରେ ଆମେରିକା ବେଜିଂ କୁ ଚୀନ ସରକାର ର ମାନ୍ୟତା ଦେଇଛି କିନ୍ତୁ ତାଇୱାନ ସହ କୂଟନୈତିକ ସମ୍ବନ୍ଧ ନାହିଁ । ଚୀନ ର ତାଇୱାନ ସହ ଅନୈାପଚାରିକ ସମ୍ପର୍କ ରହିଛି ।