28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଚୀନର ନୂଆ ହରକତ, ସୂଚନା ନ ଦେଇ ସୀମାରେ ପୋତିଲା କଣ୍ଟା ତାର

ଚୀନର ନୂଆ ହରକତ, ସୂଚନା ନ ଦେଇ ସୀମାରେ ପୋତିଲା କଣ୍ଟା ତାର

କାଠମାଣ୍ଡୁ: ଚୀନ ନିଜ ହରକତରୁ କେବେ ବି ପଛକୁ ହଟୁ ନାହିଁ । ଚୀନ ଲଗାତାର ଭାବରେ ନେପାଳ ଉପରେ ଆକ୍ରମଣ କରିବା ନେଇ ଯୋଜନା କରୁଛି । ସୂଚନା ଅନୁଯାୟୀ ଚୀନ ବିନା କୈାଣସି ସୂଚନା ଦେଇ ନେପାଳର ସୀମାରେ କଣ୍ଟା ତାର ପୋତିଛି । ଦୁଇ ବର୍ଷ ଆଗରୁ ମଧ୍ୟ ଚୀନ ଗୋରଖା ଜିଲ୍ଲାର ରୁଇଲାରେ ସୈନ୍ୟ ଶିବର ବନାଇଥିଲା । ଆଉ ଏବେ ସେହି ସ୍ଥାନରେ କଣ୍ଟା ତାର ଲଗାଇ ସୀମା ବନ୍ଦ କରି ଦେଇଛି । ଉଲ୍ଲେଖେଯାଗ୍ୟ ଯେ ନେପାଳ ର ହିମାଳୟ କ୍ଷେତ୍ରରେ ବର୍ଡରର ନିର୍ଦ୍ଧାରଣ କରାଯାଇ ନାହିଁ । ଏହା ଦ୍ୱାରା ସୀମାର ବାସ୍ତବିକ ରେଖା ଜଣା ପଡୁ ନାହିଁ । ଏହାର ଫାଇଦା ଉଠାଇ ଚୀନ ନେପାଳ ସୀମାକୁ ପଶୁଛି । ନେପାଳ ର ଗୋରଖା ଜିଲ୍ଲା ରୁଇଲା ସୀମାରେ ରହୁଥିବା ସ୍ଥାନୀୟ ଲୋକ ମାନେ ଏ ନେଇ ସୂଚନା ଦେଇଛନ୍ତି ଯେ, ଚୀନ ନେପାଳ ସୀମା ଉପରେ କଣ୍ଟା ତାର ଲଗାଇଛି । କିନ୍ତୁ ଏ ନେଇ ଜିଲ୍ଲା ପ୍ରଶାସନ କିମ୍ବା ନେପାଳ ସରକାର ଅବଗତ ନାହାନ୍ତି । ନେପାଳ ର ବିଦେଶ ମନ୍ତ୍ରାଳୟ ର ସହାୟକ ପ୍ରବକ୍ତା ରୀତା ଧିତାଲ କହିଛନ୍ତି କି , ସୀମା କ୍ଷେତ୍ର ରେ କିଛି ବି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଦୁଇ ଦେଶର ସହମତି ମିଳିବା ଜରୁରୀ । ତେବେ ଚୀନ ର ଅବାଧ ପ୍ରବେଶ ନେଇ କୈାଣସି ସୂଚନା ମଧ୍ୟ ନାହିଁ । କିନ୍ତୁ ସ୍ଥାନୀୟ ନାଗରିକ ଙ୍କ ଦାବୀ ରହିଚି କି , ନେପାଳ ମାଟିରେ କଣ୍ଟାର ତାର ଲଗାଯାଇଛି । ଅନ୍ୟ ପଟକୁ ଯିବା ନେଇ ମଧ୍ୟ ପ୍ରତିବନ୍ଧକ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking