34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପାକିସ୍ତାନକୁ ମିଲିଟାରି ଆଉଟପୋଷ୍ଟ ମାଗିଲା ଚୀନ

ପାକିସ୍ତାନକୁ ମିଲିଟାରି ଆଉଟପୋଷ୍ଟ ମାଗିଲା ଚୀନ

କରାଚୀ : ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଯୋଗୁଁ ଚୀନ-ପାକିସ୍ତାନ ଇକନୋମିକ କରିଡର କାର୍ଯ୍ୟ ଗୁରୁତରଭାବେ ପ୍ରଭାବିତ ହୋଇଛି। ଏହାକୁ ନେଇ ଚୀନର ଚିନ୍ତା ବଢିଯାଇଛି । ବେଲୋଚ ମୁକ୍ତି ସଂଗଠନର ଆତଙ୍କବାଦୀମାନେ ବାରମ୍ବାର ଚୀନ ନାଗରିକମାନଙ୍କ ଉପରେ ଆକ୍ରମଣ କରୁଥିବାବେଳେ ସେମାନଙ୍କ ସୁରକ୍ଷାରେ ପାକିସ୍ତାନ ସେନା ବିଫଳ ହେଉଥିବାରୁ ଚୀନ ପାକିସ୍ତାନ ଉପରେ ଖପ୍ପା ହୋଇଯାଇଛି। ଯଦି ପାକିସ୍ତାନ ସେନା ସୁରକ୍ଷା ଦେବାରେ ବିଫଳ ହେଉଛି ତେବେ ଚୀନ ସେନାକୁ ଦାୟିତ୍ୱ ହସ୍ତାନ୍ତର କରୁ ବୋଲି ବେଜିଂ ଦାବି କରିବା ଆରମ୍ଭ କରିଛି । ପାକିସ୍ତାନରେ ଥିବା କେତେକ ମିଲିଟାରୀ ଆଉଟପୋଷ୍ଟକୁ ହସ୍ତାନ୍ତର କରିବାକୁ ଚୀନ ଦାବି କରିଛି ।

ଚୀନର ଏହି ଦାବି ପାକିସ୍ତାନର ହୋସ ଉଡ଼ାଇଦେଇଛି । ଯେତେ ଘନିଷ୍ଠ ମିତ୍ର ଦେଶ ହେଲେ ବି କିପରି ପାକିସ୍ତାନ ସେନା ଏକ ବିଦେଶୀ ରାଷ୍ଟ୍ରକୁ ନିଜର ମିଲିଟାରି ଆଉଟପୋଷ୍ଟ ସମର୍ପିଦେବ ଚୀନ ଚାପରେ ପାକିସ୍ତାନ ଯଦି ମିଲିଟାରି ଆଉଟପୋଷ୍ଟଗୁଡ଼ିକୁ ପିଏଲଏ (ଚୀନ ସେନା) ସମର୍ପି ଦିଏ, ତେବେ ତାହା ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ ହେବ ।

ଗତ ଏପ୍ରିଲ ଜଣେ ଆତ୍ମଘାତି ବେଲୋଚ ମହିଳା ୨୬ରେ ପାକିସ୍ତାନର କରାଚୀଠାରେ ଥିବା କନଫୁସିଅସ ଇନଷ୍ଟିଚ୍ୟୁଟ ନିକଟରେ ଥିବା ଓ ଏକ ଭ୍ୟାନ ନିକଟରେ ବିସ୍ପୋରଣ କରିବାରୁ ୩ ଜଣ ଚୀନ ଶିକ୍ଷକ ମୃତ୍ୟୁବରଣ କରିଥିଲେ । ଏହା ପରେ କନଫୁସିଅସ ଇନଷ୍ଟିଚ୍ୟୁଟରେ ପଢାଉଥିବା ଅବଶିଷ୍ଟ ୧୨ ଜଣ ଶିକ୍ଷକ ଚୀନ ପଳାଇଯାଇଛନ୍ତି । ଗଲାବେଳେ ସେମାନେ ମୃତ ୩ ଚୀନ ଶିକ୍ଷକଙ୍କ ମୃତଦେହ ନେଇଯାଇଛନ୍ତି । ପାକିସ୍ତାନରେ ନିଷିଦ୍ଧ ଘୋଷିତ ବେଲୋଚ ମୁକ୍ତି ବାହିନୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking