26.1 C
Bhubaneswar
Thursday, October 6, 2022
Homeଦେଶ ବିଦେଶତାଇୱାନ୍ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍

ତାଇୱାନ୍ ଚତୁଃପାର୍ଶ୍ବରେ ସମରାଭ୍ୟାସ ଜାରି ରଖିଛି ଚୀନ୍

ବେଜିଙ୍ଗ୍: ଆଜି ଚୀନ୍ ତାଇୱାନ୍ ଚତୁଃପାର୍ଶ୍ବରେ ସଦ୍ୟ ସମରାଭ୍ୟାସ ଚଳାଇଥିବା କଥା ବେଜିଙ୍ଗ୍ କହିଛି। କିନ୍ତୁ, ରବିବାର ଦିନ ଏହି ସମରାଭ୍ୟାସ ଶେଷ ହେବ ବୋଲି ଆଗରୁ ବେଜିଙ୍ଗ୍ ଘୋଷଣା କରିଥିଲା। ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନେନସି ପିଲୋସିଙ୍କ ଗସ୍ତକୁ ବିରୋଧ କରି ଗଣତାନ୍ତ୍ରିକ ଦ୍ବୀପ ଚାରିପଟେ ଚୀନ୍ ବ୍ୟାପକ ସମରାଭ୍ୟାସ ଆରମ୍ଭ କରିଥିଲା। ଏହି ସମରାଭ୍ୟାସ ରବିବାର ଦିନ ପ୍ରତ୍ୟାହାର କରି ନିଆଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ, ସମରାଭ୍ୟାସର ଅବସାନ ବିଷୟରେ ବେଜିଙ୍ଗ୍ କି ତାଇପଇେ ସୁନିଶ୍ଚିତ କରି କିଛି କହି ନ ଥିଲେ। ଅବଶ୍ୟ ତାଇୱାନର ପରିବହନ ମନ୍ତ୍ରୀ କହିଥିଲେ ଯେ, ଆଂଶିକ ଭାବେ ସମରାଭ୍ୟାସ ପ୍ରତ୍ୟାହାର କରାଯାଉଥିବା ସଂକ୍ରାନ୍ତରେ କିଛି ପ୍ରମାଣ ମିଳିଛି।
ତାଇୱାନ୍ ଚତୁଃପାର୍ଶ୍ବରେ ଚୀନ୍ ଲଢୁଆ ବିମାନ, ଯୁଦ୍ଧପୋତ ଏବଂ ବାଲିଷ୍ଟିକ୍ ମିସାଇଲ୍ ମୁତୟନ କରିବା ଦେଖି ଯୁଦ୍ଧ ବିଶ୍ଲେଷଣକାରୀମାନେ କହିଥିଲେ କି, ଏହି ସ୍ବଂୟଶାସିତ ଦ୍ବୀପକୁ ଅବରୋଧ କରି ଆକ୍ରମଣ କରିବା ପାଇଁ ଅଭ୍ୟାସ କରୁଛି। କିନ୍ତୁ, ଆଜି ଚୀନ୍ କହିଛି ଯେ, ସମରାଭ୍ୟାସ ଚାଲିଛି। ଚୀନର ‘ପିପୁଲ୍ସ୍ ଲିବରେସନ୍ ଆର୍ମି’ ତାଇୱାନ୍ ଚତୁଃପାର୍ଶ୍ବ ଜଳ ଓ ଆକାଶରେ ପ୍ରାୟୋଗିକ ମିଳିତ ସମରାଭ୍ୟାସ ଏବଂ ତାଲିମ ଚଳାଇଛି। ଏହି ସମରାଭ୍ୟାସ ବୁଡ଼ାଜାହାଜ ନିରୋଧୀ ଏବଂ ସାମୁଦ୍ରିକ ଆକ୍ରମଣ ଉପରେ ଗୁରୁତ୍ବାରୋପ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking