27.1 C
Bhubaneswar
Monday, September 30, 2024
Homeଦେଶ ବିଦେଶଅବୈଧ ବିବାହରୁ ଜନ୍ମିତ ସନ୍ତାନ ବୈଧ: ସୁପ୍ରିମ୍‌କୋର୍ଟ

ଅବୈଧ ବିବାହରୁ ଜନ୍ମିତ ସନ୍ତାନ ବୈଧ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଅବୈଧ ବିବାହରୁ ଜନ୍ମିତ ସନ୍ତାନର ମାତା-ପିତାଙ୍କ ଅର୍ଜିତ ଏବଂ ପୈତୃକ ସମ୍ପତ୍ତିରେ ଅଧିକାର ରହିବ ବୋଲି ଶୁକ୍ରବାର ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏପରି ମାମଲାରେ କନ୍ୟା ସନ୍ତାନର ମଧ୍ୟ ସମ୍ପତ୍ତିରେ ସମାନ ଭାଗ ରହିବ । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି, ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ମାନ୍ୟତା ମିଳିପାରିବ ।

ସେହିପରି ବୈଧ ବିବାହରୁ ଦମ୍ପତିଙ୍କ ସନ୍ତାନମାନଙ୍କ ପରି ମାତା-ପିତାଙ୍କ ସମ୍ପତ୍ତି ଉପରେ ସେମାନଙ୍କ ସମାନ ଅଧିକାର ରହିବ । ସୁପ୍ରିମ୍‌କୋର୍ଟଙ୍କ ଏହି ନିଷ୍ପତ୍ତି ସଂଯୁକ୍ତ ହିନ୍ଦୁ ପରିବାର ଉପରେ ଲାଗୁହେବ । ହିନ୍ଦୁ ମ୍ୟାରେଜ୍ ଆକ୍ତ ୧୯୫୫ ଅନୁସାରେ କୌଣସି ବିବାହ ଦୁଇଟି ଆଧାରରେ ଅମାନ୍ୟ ହୋଇଥାଏ । ପ୍ରଥମଟି ବିବାହ ଦିନରୁ ଏବଂ ଅନ୍ୟଟି ଯାହାକୁ କୋର୍ଟ ଡିକ୍ରି ଦେଇ ଅମାନ୍ୟ ଘୋଷିତ କରିଥାଏ । ହିନ୍ଦୁ ସକ୍ସେସନ୍ ଆଇନ ଆଧାରରେ ଅମାନ୍ୟ ବିବାହରୁ ଜନ୍ମିତ ସନ୍ତାନ ମାତା-ପିତାଙ୍କ ଅର୍ଜିତ ସମ୍ପତ୍ତି ଉପରେ ଅଧିକାର ଦାବି କରିପାରିବ । ତେବେ କୋର୍ଟ କହିଛନ୍ତି, ଏହି ନିଷ୍ପତ୍ତି କେବଳ ହିନ୍ଦୁ ମିତ୍ରାକ୍ଷରା ଆଇନ ଅନୁସାରେ ସଂଯୁକ୍ତ ହିନ୍ଦୁ ପରିବାରର ସମ୍ପତ୍ତି ଉପରେ ଲାଗୁ ହେବ ।

ହିନ୍ଦୁ ବିବାହ ଅଧିନିୟମର ଧାରା ୧୬(୩)କୁ ଚ୍ୟାଲେଞ୍ଜ୍ କରି ୨୦୧୧ରେ ହୋଇଥିବା ପିଟିସନ୍‌ର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଏହି ରାୟ ଦେଇଛନ୍ତି । ଏହି ଅଧିନିୟମ ଅନୁସାରେ ଅବୈଧ ବିବାହରୁ ଜନ୍ମିତ ସନ୍ତାନ କେବଳ ମାତା-ପିତାଙ୍କ ଅର୍ଜିତ ସମ୍ପତ୍ତିର ହକ୍‌ଦାର । ମାତା-ପିତାଙ୍କ କୌଣସି ଅନ୍ୟ ପୈତୃକ ସମ୍ପତ୍ତି ଉପରେ ତାଙ୍କର ଅଧିକାର ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking